ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କୋଭିଡ଼ ସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ, ମୁକାବିଲା ନେଇ ଯୋଜନା ପ୍ରସ୍ତୁତ

ପୁରୁଷୋତ୍ତମପୁର ୧୦।୧୧: ପୁରୁଷୋତ୍ତମପୁର ବ୍ଲକରେ କୋଭିଡ଼ ସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ । କିଛିଟା ଅଞ୍ଚଳରେ କରୋନାର ୨ୟ ଲହରୀକୁ ଦୃଷ୍ଟିରେ ରଖି ସମୀକ୍ଷା ବୈଠକ ବସିଛି । ବୈଠକରେ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ହୋଇଥିଲେ । ଆଗାମୀ ଦିନରେ କରୋନାର ମୁକାବିଲା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି ।


କିଛି ଦିନ ତଳେ କରୋନା ସଂକ୍ରମଣର ପିକ୍‌ରେ ଥିଲା ଗଞ୍ଜାମ ଜିଲ୍ଲା, ପରେ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ଉଦ୍ୟମରେ କରୋନା ସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା । କିନ୍ତୁ ଏବେ ପୁଣି କରୋନା ଭାଇରସ ପ୍ରତ୍ୟାବର୍ତ୍ତନ କରୁଥିବାର ଦେଖିବାକୁ ମିଳିଛି । ଯାହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପୁରୁଷୋତ୍ତମପୁର ବ୍ଲକରେ କୋଭିଡ଼ ସ୍ଥିତି ନେଇ ସମୀକ୍ଷା ବୈଠକ ଡାକିଛନ୍ତି ।


ବ୍ଲକ କନ୍‌ଫେରେନ୍ସ ହଲ୍‌ରେ ସମସ୍ତ ପିଏଲଆଇ ସଭ୍ୟ ଓ ସଭ୍ୟା, ସମସ୍ତ ବିଭାଗର ଅଫିରସ ଓ କର୍ମଚାରୀ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜମ ପୃଷ୍ଟି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ନେହଲତା ପଣ୍ଡା, ବ୍ଲକ ଅଧ୍ୟକ୍ଷ ସୂଯ୍ୟ ନାରାୟଣ ପଣ୍ଡା, ବିଡ଼ିଓ ବିଜୟ କୁମାର ବେହେରାଙ୍କ ଉପସ୍ଥିତିରେ ବୈଠକ ହୋଇଥିଲା । ବୈଠକରେ ସମସ୍ତେ ମୁହଁରେ ମାସ୍କ ପିନ୍ଧି ,ସାମାଜିକ ଦୂରତ୍ୱ ବଜାୟ ରଖି କାମ କରିବା ସହିତ ଦରକାର ନପଡିଲେ ବାହାରକୁ ନଯିବାକୁ ଜିଲ୍ଲାପାଳ କହିଛନ୍ତି । ତାସହିତ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବିଭିର୍ଣ୍ଣ କାମର ସମୀକ୍ଷା ଜରି ତାର ନିରାକରଣ ନିମନ୍ତେ ବିଡ଼ିଓଙ୍କୁ କହିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ