ଦେଶ ବିଦେଶ ମନୋରଞ୍ଜନ

ଦୀପାବଳୀ ପରେ ବିବାହ କରିବେ ରାଜକୁମାର ଓ ପତ୍ରଲେଖା…

ମୁମ୍ବାଇ ୩୧।୧୦ : ବଲିଉଡ୍‌ର ଜଣାଶୁଣା ସଫଳ ଅଭିନେତା ହେଉଛନ୍ତି ରାଜକୁମାର ରାଓ। ଏହି ଅଭିନେତା ଏଯାଏଁ ବାହା ହୋଇ ନାହାନ୍ତି। କିନ୍ତୁ ଆଉ ବେଶୀ ଦିନ ସେ ବ୍ୟାଚ୍‌ଲର୍ ହୋଇ ରହିବେ ନାହିଁ। ଆସନ୍ତା ମାସ ଦୀପାବଳୀ ପରେ ତାଙ୍କର ବାହାଘର ହେବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କିନ୍ତୁ ଏନେଇ ରାଜକୁମାରଙ୍କ ପକ୍ଷରୁ ଏନେଇ କିଛି କୁହାଯାଇ ନାହିଁ।

ତେଣୁ ଯାହା ଖବର ଆସିଛି, ନଭେମ୍ବର ୧୦ କିମ୍ବା ୧୧ ତାରିଖରେ ରାଜକୁମାରଙ୍କ ବାହାଘର ହେବ। ଏପରିକି କିଛି ସେଲେବ୍ରିଟିଙ୍କୁ ଏଥିପାଇଁ ନିମନ୍ତ୍ରଣ ମଧ୍ୟ କରାଯାଇଥିବା ଜଣାପଡ଼ିଛି। ବଲିଉଡ୍‌ ବାହାରେ ଥିବା ସାଙ୍ଗ ଓ ବନ୍ଧୁବାନ୍ଧବଙ୍କୁ ବି ରାଜକୁମାର ନିମନ୍ତ୍ରଣ କରି ସାରିଲେଣି। ତେବେ ବାହାଘରକୁ ଅଧିକ ଲୋକଙ୍କୁ ଡାକି ନାହାନ୍ତି ବୋଲି ଜଣାପଡ଼ିଛି।

ରାଜକୁମାର କାହାକୁ ବାହା ହେବ, ବୋଧହୁଏ ତାହା ସମସ୍ତଙ୍କୁ ଭଲ ଭାବେ ଜଣାଥିବେ। ପତ୍ରଲେଖା ପାଉଲ ଓ ତାଙ୍କର ସଂପର୍କ ବିଷୟରେ ତ ସମସ୍ତେ ଜାଣନ୍ତି। ଉଭୟ ପରସ୍ପରକୁ ୧୦ ବର୍ଷ ହେଲା ଜାଣନ୍ତି। ଦୀର୍ଘ ଦିନ ହେଲା ସେମାନେ ଲିଭ୍ ଇନ୍ ରିଲେସନ୍‌ଶିପ୍‌ରେ ମଧ୍ୟ ରହୁଛନ୍ତି। ପତ୍ରଲେଖା ୨୦୧୪ରେ ହଂସଲ ମେହତାଙ୍କ ଫିଲ୍ମ ‘ସିଟିଲାଇଟ୍‌ସ’ରେ ଡେବ୍ୟୁ କରିଥିଲେ। ଏଥିରେ ରାଜକୁମାର ରାଓ ମଧ୍ୟ ଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ