ଦେଶ ବିଦେଶ ସ୍ୱାସ୍ଥ୍ୟ

ସାବଧାନ୍! ଏବେ କରୋନା ନୁହେଁ, ଡେଙ୍ଗୁ ରୋଗୀଙ୍କଠାରେ ଦେଖାଦେଉଛି ବ୍ଲାକ୍ ଫଙ୍ଗସ୍, ଇନ୍ଦୋରରୁ ଚିହ୍ନଟ

ଇନ୍ଦୋର: ଡେଙ୍ଗୁକୁ ନେଇ ସରକାର ଚିନ୍ତାରେ ଥିବା ସାମ୍ନାକୁ ଆସିଛି ଆଉ ଏକ ସଙ୍କଟ । କରୋନା ପରେ ଯେଉଁ ବ୍ଲାକ୍ ଫଙ୍ଗସ୍ ହଇଚଇ ସୃଷ୍ଟି କରିଥିଲା, ତାହା ପୁଣି ଫେରୁଥିବାର ଦେଖିବାକୁ ମିଳିଛି । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ, ବ୍ଲାକ୍ ଫଙ୍ଗସ୍ ଏବେ କରୋନା ନୁହେଁ, ବରଂ ଡେଙ୍ଗୁ ରୋଗୀଙ୍କଠାରେ ଦେଖିବାକୁ ମିଳିଛି । ଏହି ନୂଆ ମାମଲା ଇନ୍ଦୋରରେ ୫୦ ବର୍ଷୀୟ ଆକ୍ରାନ୍ତଙ୍କଠାରେ ଦେଖିବାକୁ ମିଳିଛି । ଧାର ଜିଲ୍ଲାର ଏହି ରୋଗୀ ପ୍ରାୟ ସପ୍ତାହ ପୂର୍ବରୁ ସୁସ୍ଥ ହୋଇଥିଲେ, ଏବେ ତାଙ୍କଠାରେ ମ୍ୟୁକୋରମାଇକୋସିସ ଲକ୍ଷଣ ଦେଖିବାକୁ ମିଳିଛି ।
ତେବେ ଇନ୍ଦୋରରୁ ଏହି ମାମଲା ପ୍ରଥମଥର ପାଇଁ ସାମ୍ନାକୁ ଆସିଛି । ରୋଗୀ ପ୍ରଥମେ ଡେଙ୍ଗୁ ଓ ପରେ ବ୍ଲାକ୍ ଫଙ୍ଗସରେ ପୀଡିତ ହେଲେ । ବ୍ଲାକ ଫଙ୍ଗସ ଚିହ୍ନଟ ପରେ ସେହି ବ୍ୟକ୍ତିଙ୍କୁ ୧୫ ଅକ୍ଟୋବରରେ ଇନ୍ଦୋର ଚୋଇଥରାମ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାର ଠିକ୍ ସପ୍ତାହେ ପୂର୍ବରୁ ସେ ଡେଙ୍ଗୁକୁ ହରାଇଥିଲେ । ସଂକ୍ରମଣ କାରଣରୁ ତାଙ୍କୁ କ୍ଲିଅର ଦେଖାଯିବାରେ ଅସୁବିଧା ହେଉଛି । କିନ୍ତୁ ସେ ଏବେ ପୂର୍ବ ଅପେକ୍ଷା ସୁସ୍ଥ ହେବାରେ ଲାଗିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ