ଦେଶ ବିଦେଶ ମନୋରଞ୍ଜନ

ମୃତ୍ୟୁ ପରେ ବି ଜୀବିତ ରହିବେ କନ୍ନଡ଼ ସୁପରଷ୍ଟାର ପୁନିତ, ବାପାଙ୍କ ଭଳି ପୁନିତଙ୍କ ଚକ୍ଷୁ ଦାନ କଲେ ପରିବାର

ବେଙ୍ଗାଲୁରୁ : ମୃତ୍ୟୁ ପରେ ବି ଜୀବିତ ରହିବେ କନ୍ନଡ଼ ସୁପରଷ୍ଟାର ପୁନିତ। ନିଜେ ଏ ଦୁନିଆ ଛାଡ଼ି ଚାଲିଯାଇଥିଲେ ବି ଅନ୍ୟକୁ ଏଦୁନିଆର ରଙ୍ଗ ଋପ ଦେଖାଇବା ପାଇଁ ସେ ନିଜର ଚକ୍ଷୁ ଦାନ କରିଥିବା ଜଣାପଡ଼ିଛି। କନ୍ନଡ଼ ସୁପରଷ୍ଟାର ପୁନିତ, ମୃତ୍ୟୁ ହେଲେ ମୋର ଚକ୍ଷୁ ଦାନ କରିବ ବୋଲି ନିଜ ପରିବାରକୁ କହିଥିଲେ। ଗତକାଲି ତାଙ୍କର ହୃଦଘାତରେ ମୃତ୍ୟୁ ହେବା ପରେ ପରିବାର ଲୋକେ ତାଙ୍କ ଇଚ୍ଛା ପୂରଣ କରିଛନ୍ତି। ଏବିଷୟରେ ଜଣାଇ ଟ୍ବିଟ କରିଛନ୍ତି ଅଭିନେତା ଚେତନ କୁମାର।

ସେ ଲେଖିଛନ୍ତି ଯେ, ମୁଁ ଅପ୍ପୁ ସାରଙ୍କ ମୃତ୍ୟୁ ଖବର ପାଇ ଶେଷ ଦର୍ଶନ ପାଇଁ ହସ୍ପିଟାଲ ଯାଇଥିବା ବେଳେ ଡାକ୍ତରୀ ଦଳ ତାଙ୍କର ଚକ୍ଷୁ କାଢ଼ିବା ପାଇଁ ଯାଇଥିବା ଜ‌ାଣିବାକୁ ପାଇଥିଲି। ଅପ୍ପୁ ସାର୍ ନିଜ ବାପା ରାଜକୁମାରଙ୍କ ଭଳି ନିଜର ଚକ୍ଷୁ ଦାନ କରିଛନ୍ତି। ଅପ୍ପୁ ସାରଙ୍କ ଭଳି ଆମକୁ ମଧ୍ୟ ଆମର ଚକ୍ଷୁ ଦାନ କରିବା ଦରକାର।

ଉଲ୍ଲେଖଯୋଗ୍ୟ. ଗତକାଲି କନ୍ନଡ଼ ସୁପରଷ୍ଟାର ପୁନିତ ରାଜକୁମାରଙ୍କର ହୃଦ୍‌ଘାତରେ ପରଲୋକ ଘଟିଥିଲା। ୪୬ ବର୍ଷୀୟ ପୁନିତ ଶୁକ୍ରବାର ସକାଳେ ତାଙ୍କ ଜିମ୍‌ରେ କସରତ କରୁଥିବା ସମୟରେ ହଠାତ୍‌ ଅଚେତ ହୋଇଯାଇଥିଲେ। ତୁରନ୍ତ ତାଙ୍କୁ ବେଙ୍ଗାଲୁରୁର ବିକ୍ରମ ହସ୍ପିଟାଲ୍‌ ନିଆଯାଇଥିବା ବେଳେ ଆଇସିୟୁରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ପୁନିତ ରାଜକୁମାର ଫିଲ୍ମ ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଭାବେ ‘ପାୱାର ଷ୍ଟାର୍‌’ ନାମରେ ଜଣାଶୁଣା। ଲୋକେ ଶ୍ରଦ୍ଧାରେ ତାଙ୍କୁ ‘ଅପ୍ପୁ’ ଡାକନ୍ତି। ପିଲାଟି ଦିନରୁ ସେ ସିଲଭର ସ୍କ୍ରିନ୍‌ ସହ ଜଡ଼ିତ। ୬ ମାସର ଶିଶୁ ବେଳୁ ସେ ‘ପ୍ରେମଦା କାନିକେ’ ଫିଲ୍ମରେ ଅଭିନୟ କରିଥିଲେ। ଶିଶୁ କଳାକାର ଭାବେ ପ୍ରାୟ ୧୪ଟି ଫିଲ୍ମରେ ସେ ଅଭିନୟ କରିଛନ୍ତି। ଅଧିକାଂଶ ଫିଲ୍ମ ନିଜ ବାପାଙ୍କ ସହ କହିଛନ୍ତି। ଶୀର୍ଷ ଶିଶୁ କଳାକାର ଭାବେ ସେ ୧୯୮୫ରେ ଜାତୀୟ ପୁରସ୍କାର ପାଇଥିଲେ। ଜଣେ ଶିଶୁ କଳାକାର ଭାବେ ସେ ଅନେକ ଫିଲ୍ମରେ ଗୀତ ଗାଇଛନ୍ତି। ୨୦୦୨ରେ ‘ଅପ୍ପୁ’ ଫିଲ୍ମ ମାଧ୍ୟମରେ କନ୍ନଡ଼ ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ଡେବ୍ୟୁ କରିଥିଲେ। ପୁନିତ ଉକ୍ତ ଫିଲ୍ମରେ ଜଣେ କଲେଜ ଛାତ୍ର ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟି ସୁପର୍‌ ହିଟ୍‌ ହୋଇଥିଲା। ଏହାପରେ ଫ୍ୟାନ୍‌ମାନେ ତାଙ୍କୁ ଶ୍ରଦ୍ଧାରେ ‘ଅପ୍ପୁ’ ଡାକିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ