ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ସୋସିଆଲ ମିଡ଼ିଆରେ ଲାଇଭ୍ କରି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ମିସ୍ ତେଲେଙ୍ଗାନା: ଠିକ୍ ସମୟରେ ପହଞ୍ଚିଲା ପୋଲିସ, ବଞ୍ଚିଗଲା ଜୀବନ

ହାଇଦ୍ରାବାଦ ୨୯/୧୦ : ଗୁରୁବାର ଦିନ ହାଇଦ୍ରାବାଦ ପୋଲିସ ଜଣେ ମହିଳାଙ୍କୁ ଆତ୍ମହତ୍ୟା କରିବାରୁ ରକ୍ଷା କରିଛି। ମହିଳା ଜଣକ ପୂର୍ବତନ ମିସ ତେଲେଙ୍ଗାନା। ସେ ସୋସିଆଲ ମିଡ଼ିଆରେ ଲାଇଭ ଷ୍ଟ୍ରିମିଙ୍ଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଭିଡିଓ ଦେଖୁଥିବା ମହିଳାଙ୍କ ସାଙ୍ଗମାନେ ସଙ୍ଗେ ସଙ୍ଗେ ପୋଲିସକୁ ଏ ସମ୍ପର୍କରେ ସତର୍କ କରାଇଥିଲେ। ସୂଚନା ପାଇ ପୋଲିସ ତୁରନ୍ତ ହିମାୟିତ ନଗର ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିଲା ଓ ମହିଳାଙ୍କୁ ଆତ୍ମହତ୍ୟା କରିବାରୁ ରକ୍ଷା କରିଥିଲା। ପୋଲିସ ମହିଳାଙ୍କୁ ନାରାୟଣଗୁଡାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲା। ମହିଳାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡିଛି।

ମଡେଲ ଜଣକ ୨୦୧୮ ରେ ମିସ୍ ତେଲେଙ୍ଗାନା ପ୍ରତିଯୋଗିତା ଜିତିଥିଲେ। ମହିଳା ଫାଶୀ ଲଗାଇ ନିଜ ଜୀବନ ନେବାକୁ ଚେଷ୍ଟା କରିଥିଲେ। ସେ ଆତ୍ମହତ୍ୟା କରିବାର ଲାଇଭ ଭିଡିଓ ପୋଷ୍ଟ କରିବାବେଳେ ତାଙ୍କ ସାଙ୍ଗମାନେ ତାକୁ ଦେଖି ଡାଏଲ ୧୦୦ ରେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଟିମ୍ ତୁରନ୍ତ ହିମାୟତନଗର ସ୍ଥିତ ରୋଡ୍ ନମ୍ବର ୬ ରେ ଥିବା ତାଙ୍କ ବାସଭବନକୁ ଯାଇ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ନାରାୟଣଗୁଡା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ତେବେ ଆତ୍ମହତ୍ୟା କରିବାର କାରଣ ଏଯାଏଁ ଜଣାପଡିନାହିଁ। ତେବେ ପୋଲିସ ନିକଟରେ ସେ ଜଣେ ଯୁବକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଥିବା ଜଣାପଡିଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ