ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦକ୍ଷିଣର ସୁପରଷ୍ଟାର୍ ଚିରଞ୍ଜିବୀ କରୋନାରେ ସଂକ୍ରମିତ : ଦିନେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିଲା ସାକ୍ଷାତ

ମୁମ୍ବାଇ ୯/୧୧: ସାଉଥ ଫିଲ୍ମର ସୁପରଷ୍ଟାର ଚିରଞ୍ଜିବୀ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଟ୍ବିଟ୍ କରି ପ୍ରଶଂସକଙ୍କୁ ନିଜ କରୋନା ଭାଇରସ୍ ଟେଷ୍ଟ୍ ରେଜଲ୍ଟ ବିଷୟରେ ସୂଚନା ଦେଇଛନ୍ତି। ଏହା ସହିତ ସେ ଗତ ୫ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ କରୋନା ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି।

ଚିରଞ୍ଜିବୀ ଟ୍ବିଟ୍ କରି କହିଛନ୍ତି ଯେ ସେ ନିଜ ଅପକମିଂ ଫିଲ୍ମ ‘ଆଚାର୍ଯ୍ୟ’ର ସୁଟିଂ ପୂର୍ବରୁ ପ୍ରୋଟୋକଲ୍ ଅନୁସାରେ କରୋନା ଟେଷ୍ଟ୍ କରାଇଥିଲେ ଯେଉଁଥିରେ ତାଙ୍କ ଟେଷ୍ଟ୍ ରିପୋର୍ଟ ପଜିଟିଭ ଆସିଥିଲା। ତାଙ୍କଠାରେ କୌଣସି ପ୍ରକାରର ଲକ୍ଷଣ ନଥିଲା କିନ୍ତୁ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ବର୍ତ୍ତମାନ ସେ ନିଜକୁ ହୋମ୍ କ୍ବାରେଣ୍ଟାଇନ୍ କରିଛନ୍ତି। ଚିରଞ୍ଜିବୀଙ୍କ ଏହି ଟ୍ବିଟ୍ ପରଠୁ ହିଁ ଟ୍ବିଟରେ ପ୍ରଶଂସକଙ୍କ ଆରୋଗ୍ୟ କାମନା ଆରମ୍ଭ ହୋଇ ଯାଇଛି। ସମସ୍ତେ ନିଜ ଆନ୍ନା(ବଡ଼ ଭାଇ)ଙ୍କ ଶୀଘ୍ର ଠିକ୍ ହୋଇଯିବାକୁ ପ୍ରାର୍ଥନା କରିଛନ୍ତି। ପ୍ରଶଂସକମାନେ ଅଭିନେତାଙ୍କୁ ନିଜ ଧ୍ୟାନ ରଖିବାକୁ ମଧ୍ୟ କହିଛନ୍ତି।

ନିକଟରେ ଚିରଞ୍ଜିବୀ ଏବଂ ନାଗାର୍ଜୁନ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କରିଥିଲେ। ସେ ହାଇଦ୍ରାବାଦ ବନ୍ୟା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ଡୋନେସନ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ୨ଅଭିନେତାଙ୍କ ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ସାମନାକୁ ଆସିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ