କଳା ଓ ସଂସ୍କୃତି ଦେଶ ବିଦେଶ

ଏଥର ଦୀପାବଳିରେ ଭାରତ ‘ଆତ୍ମନିର୍ଭର’: ଚୀନ୍‌ର କ୍ଷତି ହେବ ୫୦ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଲୋକେ ଚୀନା ସାମଗ୍ରୀ କିଣୁ ନ ଥିବାରୁ ଏଥର ଦୀପାବଳି ଏବଂ ଅନ୍ୟାନ୍ୟ ପର୍ବପର୍ବାଣି କାଳୀନ ବ୍ୟବସାୟରେ ଚୀନ୍‌ର ପ୍ରାୟ ୫୦ ହଜାର କୋଟି ଟଙ୍କା କ୍ଷତି ହେବ ବୋଲି ‘କନ୍‌ଫେଡେରେସନ୍‌ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ’ (ସିଏଆଇଟି) ଆକଳନ କରିଥିବା କଥା କହିଛି।

ଏବର୍ଷ ଭାରତୀୟମାନେ ଚୀନ୍‌ ନିର୍ମିତ ବାଣ ଏବଂ ଅନ୍ୟାନ୍ୟ ଶସ୍ତା ଉତ୍ସବକାଳୀନ ସାମଗ୍ରୀ ବର୍ଜନ କରୁଥିବାରୁ ଭାରତୀୟ ଉତ୍ପାଦଗୁଡ଼ିକର ବିକ୍ରୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏ ସଂକ୍ରାନ୍ତରେ ବିବୃତି ଦେଇ ଶୁକ୍ରବାର ଦିନ ‘ସିଏଆଇଟି’ କହିଛି ଯେ, ପର୍ବପର୍ବାଣି ଦେଶର ବଜାରଗୁଡ଼ିକରେ କ୍ରେତାଙ୍କ ସଂଖ୍ୟା ହଠାତ୍‌ ବୃଦ୍ଧି ପାଇଥିବାରୁ ସ୍ୱଦେଶୀ ସାମଗ୍ରୀଗୁଡ଼ିକରୁ ଅଧିକ ଲାଭ ମିଳିବ ବୋଲି ଆଶା କରାଯାଉଛି। କେବଳ ଦୀପାବଳି ବ୍ୟବସାୟରେ ଭାରତୀୟ ଅର୍ଥନୀତି ୨ ଲକ୍ଷ କୋଟି ଟଙ୍କା ଆୟ ହେବ।
ଶୁକ୍ରବାର ଦିନ ‘ସିଏଆଇଟି’ ଦେଇଥିବା ବିବୃତିରେ ଉଲ୍ଲେଖ ଅଛି, ଗତବର୍ଷ ଭଳି ଏବର୍ଷ ମଧ୍ୟ ‘ସିଏଆଇଟି’ ଚୀନା ସାମଗ୍ରୀ ବର୍ଜନ ପାଇଁ ଡାକରା ଦେଇଛି। ଫଳତଃ ଚୀନ୍‌ ପ୍ରାୟ ୫୦ ହଜାର କୋଟି ଟଙ୍କା ବ୍ୟାବସାୟିକ କ୍ଷତି ସହିବା ସୁନିଶ୍ଚିତ।


ଆଉ ଏକ ପରିବର୍ତ୍ତନ ହେଲା, ଭାରତୀୟମାନେ ଆଉ ପୂର୍ବ ଭଳି ଚୀନ୍‌ ନିର୍ମିତ ସାମଗ୍ରୀ ପ୍ରତି ଆଗ୍ରହ ଦେଖାଉ ନାହାନ୍ତି। ଫଳରେ ଭାରତୀୟ ସାମଗ୍ରୀଗୁଡ଼ିକର ଚାହିଦା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ‘ସିଏଆଇଟି’ର ମହାସଚିବ ପ୍ରବୀଣ ଖଣ୍ଡେଲ୍‌ଓ୍ଵାଲ୍‌ କହିଛନ୍ତି, ନିକଟରେ ୨୦ଟି ‘ଡିଷ୍ଟ୍ରିବ୍ୟୁସନ୍‌ ସିଟି’ରେ ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ଦୀପାବଳି ସାମଗ୍ରୀ, ବାଣ ଏବଂ ଅନ୍ୟାନ୍ୟ ସାମଗ୍ରୀ ପାଇଁ କୌଣସି ଭାରତୀୟ ବ୍ୟବସାୟୀ ଚୀନା ସାମଗ୍ରୀ ଆମଦାନିକାରିଙ୍କୁ କିଛି ବରାଦ ଦେଇ ନାହାନ୍ତି।

ସର୍ଭେ କରାଯାଇଥିବା ଉକ୍ତ ୨୦ଟି ସହର ହେଉଛି, ନୂଆଦିଲ୍ଲୀ, ଅହମଦାବାଦ, ମୁମ୍ବାଇ, ନାଗପୁର, ଜୟପୁର, ଲକ୍ଷ୍ନୌ, ଚଣ୍ଡୀଗଡ଼, ରାୟପୁର, ଭୁବନେଶ୍ୱର, କୋଲ୍‌କାତା, ରାଞ୍ଚି, ଗୌହାଟି, ପାଟନା, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ମଦୁରାଇ, ପୁଡ୍ଡୁଚେରୀ, ଭୋପାଳ ଏବଂ ଜମ୍ମୁ।

ସୂଚନାଯୋଗ୍ୟ, ରାଖି ଠାରୁ ଆରମ୍ଭ କରି ନବବର୍ଷ ମଧ୍ୟରେ ପଡୁଥିବା ଉତ୍ସବାନୁଷ୍ଠାନ ନିମନ୍ତେ ଭାରତୀୟ ବ୍ୟବସାୟୀମାନେ ପ୍ରାୟ ୭୦ ହଜାର କୋଟି ଟଙ୍କାର ଚୀନା ସାମଗ୍ରୀ ଆମଦାନି କରନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,