ଦେଶ ବିଦେଶ ମନୋରଞ୍ଜନ

ଫେସବୁକ୍ ବଦଳାଇଲା ନାମ, ନୂତନ ନାମ ଘୋଷଣା କଲେ ମାର୍କ ଜୁକରବର୍ଗ

ନୂଆଦିଲ୍ଲୀ: ସୋସିଆଲ ମିଡିଆ କମ୍ପାନୀ ଫେସବୁକ୍ ନିଜର ନାମରେ ପରିବର୍ତ୍ତନ ଆଣିଛି ଏବଂ ନୂତନ ନାମ ଘୋଷଣା କରିଛି । ବର୍ତ୍ତମାନ ପରଠାରୁ ଫେସବୁକ୍, “ମେଟା” ନାମରେ ଜଣାଯିବ । ଗୁରୁବାର ଦିନ ଫେସବୁକ୍ କମ୍ପାନୀର ଫାଉଣ୍ଡର୍ ମାର୍କ ଜୁକରବର୍ଗ ଏକ ବୈଠକରେ ଘୋଷଣା କରିଛନ୍ତି । ଅନେକ ଦିନରୁ ଫେସବୁକ୍ ର ନୁତନ ନାମ ରଖାଯିବା ନେଇ ଖୁବ୍ ଚର୍ଚ୍ଚା ହେଉଥିବା । ତେବେ ଏହିସବୁ ଚର୍ଚ୍ଚାର ଅନ୍ତ ଘଟାଇଛନ୍ତି ଜୁକରବର୍ଗ । ଏବେ ଫେସବୁକ୍ ର ନୁତନ ନାମ “ମେଟା” ରଖାଯାଇଛି ।
ସୂଚନା ଅନୁସାରେ, ମାର୍କ ଜୁକରବର୍ଗ କମ୍ପାନୀର କନେକ୍ଟ ଭଚୁଆର୍ଲ ରିୟଲିଟି କନଫରେନ୍ସରେ କହିଛନ୍ତି ଯେ, ଆମେ ବର୍ତ୍ତମାନ ଯାହା ବି କିିଛି ନୁତନ ପନ୍ଥା ବ୍ୟବହାର କରୁଛେ ତା ପାଇଁ ନୁତନ କମ୍ପାନୀ ବ୍ରାଣ୍ଡ ଆପଣାଇବାକୁ ହେବ । ଏବେ ଠାରୁ ଆମେ ମେଟାଭର୍ସ ହେବାକୁ ଯାଉଛେ, ଫେସବୁକ୍ ନୁହେଁ । ତେବେ ଏହା ପୂର୍ବରୁ ଜୁଲାଇରେ ଜୁକରବର୍ଗ କହିଥିଲେ ଯେ, ଫେସବୁକ୍ ଭବିଷ୍ୟତରେ ମେଟାଭର୍ସ ହେବାକୁ ଯାଉଛି । ତେବେ ଏହି ପ୍ଲାଟଫର୍ମକୁ ଆଗକୁ ଆହୁରି ବଢ଼ାଇବାର ଲକ୍ଷ୍ୟ ନେଇ ନାମରେ ପରିବର୍ତ୍ତନ ଅଣାଯାଇଛି । ବର୍ତ୍ତମାନ ଫେସବୁକ୍ ଗୋଟିଏ ସଂଗଠନ ଅଧୀନରେ ଇନଷ୍ଟାଗ୍ରାମ, ହ୍ୱାଟସଆପ୍, ଓକୁଲସ୍ ଓ ମେସେଞ୍ଜର୍ ଭଳି ସୋସିଆଲ ନେଟୱର୍କିଂ ଆପ୍ ପରିଚାଳନା କରୁଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ