ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ପୁଣି ବଢୁଛି ସଂକ୍ରମଣ : ନଭେମ୍ବର ୩୦ ପର୍ଯ୍ୟନ୍ତ ବଢିଲା କେନ୍ଦ୍ରର କରୋନା କଟକଣା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ କେତେକ ରାଜ୍ୟରେ ସ୍ଥିତି ଚିନ୍ତାଜନକ ରହିଛି । ପୁଣି ଆଗକୁ ଦୀପାବଳି ଥିବାରୁ ସଂକ୍ରମଣ ବଢିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶରେ ଲାଗୁ କରୋନା କଟକଣାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବଢାଇଦେଇଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଛି ଯେ କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସିନେମା ହଲ,ଏଣ୍ଟରଟେନମେଣ୍ଟ ପାର୍କ, ସ୍ବିମିଂ ପୁଲ ଖୋଲିବା ପାଇଁ ଗତ ମାସରେ ଜାରି ହୋଇଥିବା ଗାଇଡଲାଇନ ନଭେମ୍ବର ପାଇଁ ମଧ୍ୟ ଲାଗୁ ରହିବ । ଅକ୍ଟୋବର ମାସ ପାଇଁ ଗତ ସେପ୍ଟେମ୍ବର ୩୦ରେ ଜାରି ଗାଇଡଲାଇନରେ କଣ୍ଟେନମେଣ୍ଟ ଜୋନ ଗୁଡ଼ିକରେ କଟକଣା କଡ଼ାକଡ଼ି ଲାଗୁ ହେବ ବୋଲି କୁହାଯାଇଥିଲା । ଏହା ସହିତ ପାର୍ବଣ ଋତୁ ଥିବାରୁ କଣ୍ଟେନମେଣ୍ଟ ଜୋନ ବାହାରେ ବି ସତର୍କତା ଅବଲମ୍ବନ ପାଇଁ କୁହାଯାଇଥିଲା । ଏସବୁ ପରାମର୍ଶ ନଭେମ୍ବର ପାଇଁ ଲାଗୁ ହେବ । କାରଣ ନଭେମ୍ବର ପ୍ରଥମ ସପ୍ତାହରେ ଦେଶର ସବୁଠାରୁ ବଡ଼ ପର୍ବ ମଧ୍ୟରେ ଅନ୍ୟତମ ଦୀପାବଳି ଅନୁଷ୍ଠିତ ହେବ । ଏହା ଦ୍ବାରା ପୁଣି ସଂକ୍ରମଣ ବଢିବାର ଆଶଙ୍କା ରହିଛି । ଦଶହରା ପରେ ପଶ୍ଚିମବଙ୍ଗରେ ସଂକ୍ରମଣ ବୃଦ୍ଧି ପାଇଛି । ଏଣୁ କେନ୍ଦ୍ର ସରକାର ସତର୍କତା ଅବଲମ୍ବନ କରୁଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ