ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

୧୦ ମାସର ପୁଅକୁ ଧରି ଖାକୀ ୟୁନିଫର୍ମରେ କର୍ତ୍ତବ୍ୟ କରୁଛନ୍ତି ପୁନମ, ସୀମାରେ ଦେଶ ସେବା କରୁଛନ୍ତି ସ୍ୱାମୀ

ଆଗ୍ରା ୦୯/୧୧ : ନିଜ ଦୃଢ ଇଚ୍ଛା ଶକ୍ତି ବଳରେ ଦୁନିଆ ଜିତିବା ଇଚ୍ଛାକୁ ସାକାର କରିଛନ୍ତି ଆଗ୍ରା ପୋଲିସରେ ଥିବା କନେଷ୍ଟବଳ ପୁନମ। ୧୦ ମାସର ଶିଶୁକୁ ପ୍ରତିଦିନ ନିଜ ସହ ନେଇ ଥାନାକୁ ନେଇ ଦାୟିତ୍ୱ କରୁଥିବା ପୁନମ ନାରୀ ସଶକ୍ତିକରଣର ଉଦାହରଣ ଦେଇଛନ୍ତି। ପୁନମଙ୍କ ସ୍ୱାମୀ ସେନାରେ କାର୍ଯ୍ୟରତ। ପୁନମ ଖାକୀ ୟୁନିଫର୍ମ ପିନ୍ଧି କଠିନ ପରିସ୍ଥିତିରେ ମଧ୍ୟ ନିଜ ଦାୟିତ୍ୱ ବହନ କରୁଛନ୍ତି। ପୁନମଙ୍କ ୧୦ ମାସର ନିରୀହ ପୁଅ ଆୟୁଷ ଥାନାରେ ସମସ୍ତଙ୍କ ଗେହ୍ଲା। ଥାନାକୁ ଆସୁଥିବା ଆଗନ୍ତୁକ ମଧ୍ୟ ଆୟୁଷକୁ ବହୁତ ସ୍ନେହ କରନ୍ତି।


ପୁନମ ଥାନାରେ ବସି ନିଜ କାମ କରନ୍ତି ଓ ତାଙ୍କ ନଜର ମଧ୍ୟ ପୁଅ ଉପରେ ଥାଏ। ପୁନମ ଯେଉଁଭଳି ଭାବେ ନିଜ ଦାୟିତ୍ୱ ବହନ କରୁଛନ୍ତି ପୁରା ଅଞ୍ଚଳରେ ତାଙ୍କର ଚର୍ଚ୍ଚା ହେଉଛି। ଅଲିଗଡ଼ ନିବାସୀ ପୁନମ ପୂର୍ବରୁ ପୋଲିସ ଲାଇନରେ ଥିଲେ। ତାଙ୍କ ପୁଅକୁ ଯେତେବେଳେ ୬ ମାସ ହୋଇଥିଲା ସେବେଠାରୁ ସେ ଡ୍ୟୁଟି ଯଏନ କରିଛନ୍ତି। କାମ ପ୍ରତି ପୁନମଙ୍କ ସମର୍ପଣ ଦେଖି ତାଙ୍କୁ ଆଗ୍ରା ନ୍ୟୁ ଥାନାକୁ ଟ୍ରାନ୍ସଫର କରାଯାଇଥିଲା। ନ୍ୟୁ ଆଗ୍ରା ଥାନାରେ ପୁନମର ପୁଅ ଆୟୁଷ ଅଳ୍ପ ଦିନରେ ସମସ୍ତଙ୍କ ଗେହ୍ଲା ହୋଇଯାଇଛି।


ଥାନାକୁ ପ୍ରବେଶ କରିବ କ୍ଷଣି ଆଗନ୍ତୁକଙ୍କୁ ପୁନମ ସ୍ୱାଗତ କରିଥାନ୍ତି। ପୁନମ ଆଗନ୍ତୁକଙ୍କୁ ବସିବାକୁ ଚୌକି ଦେଇ ତାଙ୍କର ସବୁ କଥା ଶୁଣିଥାନ୍ତି। ରେଜିଷ୍ଟରରେ ନାମ, ଠିକଣା, ମୋବାଇଲ ନମ୍ବର ଆଦି ଲେଖି ଅଭିଯୋଗକୁ ସମ୍ବନ୍ଧିତ ପୋଲିସ ଅଧିକାରୀଙ୍କ ପାଖକୁ ପଠାଇ ଦେଇଥାନ୍ତି। ପୁନମ କାମ କଲାବେଳେ ଆୟୁଷ ଥାନାରେ ଥିବା ବେଞ୍ଚରେ ବସିଥାଏ ନଚେତ ଖେଳୁଥାଏ। ନିଦ ଲାଗିଲେ ସେଇଠି ଶୋଇପଡେ। ସାଂସାରିକ ଜୀବନ ସହ ଦାୟିତ୍ୱ ସୁଚାରୁ ରୂପେ ତୁଲାଇଥାନ୍ତି ପୁନମ।

ପୁନମଙ୍କ କାର୍ଯ୍ୟକୁ ନେଇ ଥାନା ଅଧ୍ୟକ୍ଷ ଉମେଶ ତ୍ରିପାଠୀ ମଧ୍ୟ ତାଙ୍କର ପ୍ରଶଂସା କରନ୍ତି। ସେ କୁହନ୍ତି ଯେ ପୁନମ ପୁରା ନିଷ୍ଠାର ସହ ନିଜ କର୍ତ୍ତବ୍ୟ କରନ୍ତି। ପୁନମ କହିଛନ୍ତି, ଥାନା କର୍ମଚାରୀଙ୍କ ସହ ଆଗନ୍ତୁକ ମଧ୍ୟ ଆୟୁଷକୁ ବହୁତ ସ୍ନେହ କରନ୍ତି। ଲୋକଙ୍କ ଠାରୁ ମିଳୁଥିବା ଏହି ସ୍ନେହ ତାଙ୍କୁ ଶକ୍ତି ଦେଇଥାଏ। ପୁଅର ଦେଖାଶୁଣା କରିବାକୁ ଘରେ ଆଉ କେହି ନଥିବାରୁ ପୁନମ ପ୍ରତିଦିନ ଆୟୁଷକୁ ନେଇ ଥାନାକୁ ଆସନ୍ତି ଓ ନିଷ୍ଠାର ସହ ନିଜ କର୍ତ୍ତବ୍ୟ କରନ୍ତି। ପୁନମଙ୍କ କାମକୁ ଦେଖି ସମସ୍ତେ ତାଙ୍କର ଖୁବ ପ୍ରଶଂସା କରନ୍ତି। ପୁନମ କହିଛନ୍ତି, ତାଙ୍କ ସ୍ୱାମୀ ସୀମାରେ ନିୟୋଜିତ ଅଛନ୍ତି ଓ ଦେଶ ସେବା କରୁଛନ୍ତି। ସ୍ୱାମୀ ସ୍ତ୍ରୀ ଉଭୟ ଦେଶ ସେବା କରୁଛନ୍ତି ଏବଂ ଏହା ତାଙ୍କ ପରିବାର ପାଇଁ ଗର୍ବର ବିଷୟ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ