ଖେଳ ଦେଶ ବିଦେଶ

ବର୍ଣ୍ଣ ବୈଷମ୍ୟ ବିରୋଧରେ ଆଣ୍ଠୁରେ ବସିବାକୁ ରାଜି ହେଲେ କ୍ୱିଣ୍ଟନ ଡିକକ, ନିଜ ବ୍ୟବହାର ପାଇଁ କ୍ଷମା ମାଗିଲେ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ୱିକେଟ କିପର ବ୍ୟାଟସମ୍ୟାନ କ୍ୱିଣ୍ଟନ ଡିକକ୍ ବ୍ଲାକ୍ ଲାଇଭ୍ସ ମ୍ୟାଟର ବା ବର୍ଣ୍ଣ ବୈଷମ୍ୟ ଅଭିଯାନକୁ ସମର୍ଥନ ଜଣାଇ ଆଣ୍ଠୁରେ ବସିବାକୁ ରାଜି ହୋଇଛନ୍ତି । ଏଥିସହ ୱେଷ୍ଟଇଣ୍ଡିଜ ବିପକ୍ଷ ମୁକାବିଲାରେ ସେ କରିଥିବା ବ୍ୟବହାର ପାଇଁ ସାଥୀ ଖେଳାଳି ଓ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି । ଡିକକ୍ ଟି-୨୦ ବିଶ୍ୱ କପ ୨୦୨୧ରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଆଣ୍ଠୁରେ ବସି ବର୍ଣ୍ଣ ବୈଷମ୍ୟ ଅଭିଯାନକୁ ସମର୍ଥନ କରିବାକୁ ମନା କରି ଦେଇଥିଲେ । ଏପରିକି ଉକ୍ତ ମ୍ୟାଚ ଖେଳିବାକୁ ସେ ମନା କରି ଦେଇଥିଲେ । ଏହା ପରେ କ୍ରିକେଟ୍ ସାଉଥ ଆଫ୍ରିକା ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ଆଶା କରାଯାଉଥିଲା ।

ହେଲେ ଡିକକ୍ ଏବେ ପ୍ରେସ ବିବୃତି ଜାରି କରି କହିଛନ୍ତି, ମୁଁ ନିଜର ସାଥୀ ଖେଳାଳି ଓ ପ୍ରଶଂସକଙ୍କୁ ସର୍ବପ୍ରଥମେ କ୍ଷମା ମାଗୁଛି । ମୁଁ କେବେ ବି ଏହାକୁ କ୍ୱିଣ୍ଟନ ବିବାଦ କରିବାକୁ ଚାହୁଁନାହିଁ । ମୁଁ ବର୍ଣ୍ଣ ବୈଷମ୍ୟ ବିରୋଧୀ ଲଢେଇର ଗୁରୁତ୍ୱକୁ ବୁଝି ପାରୁଛି । ଏହା ମଧ୍ୟ ବୁଝି ପାରୁଛି ଯେ, ଜଣେ ଖେଳାଳି ହିସାବରେ ଉଦାହରଣ ସୃଷ୍ଟି କରିବା ଆମର ଦାୟିତ୍ୱ । ଯଦି ମୁଁ ଆଣ୍ଠୁରେ ବସିଲେ ଲୋକେ ସଚେତନ ହେବେ ଏବଂ ସେମାନଙ୍କ ଜୀବନରେ ଉନ୍ନତି ଘଟିବ ତେବେ ମୁଁ ଖୁସି ଖୁସିରେ ଏହା କରିବାକୁ ପ୍ରସ୍ତୁତ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ