ଧର୍ମ ରାଜ୍ୟ

ଗୁରୁବାର ଦିନ ଗୁରୁ ପୁଷ୍ୟ ଯୋଗ: ୬୭୭ ବର୍ଷ ପରେ ସୃଷ୍ଟି ହୋଇଛି ବୃହସ୍ପତି ଓ ଶନିଙ୍କ ଶୁଭ ଯୋଗ, କିଣାକିଣି ପାଇଁ ଅତି ଉତ୍ତମ

ଭୁବନେଶ୍ୱର ୨୬/୧୦ : ଅକ୍ଟୋବର ୨୮ ତାରିଖ, ଗୁରୁବାର ଦିନ ପୁଷ୍ୟ ନକ୍ଷତ୍ର। ଏହି ଦିନ ଗୁରୁବାର ହୋଇଥିବାରୁ ଗୁରୁ ପୁଷ୍ୟ ଯୋଗ ସୃଷ୍ଟି ହେଉଛି। ଏହି ଦିନ ଦିନ ସାରା ଅମୃତ ସିଦ୍ଧି ଯୋଗ, ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟ ରହିବ। ୬୭୭ ବର୍ଷ ପରେ ଏଥର ଗୁରୁ ପୁଷ୍ୟ ନକ୍ଷତ୍ରରେ ଗୁରୁ ଓ ଶନିଙ୍କ ଦୁର୍ଲଭ ଯୋଗ ସୃଷ୍ଟି ହେଉଛି।

ଜ୍ୟୋତିଷଙ୍କ କହିବାନୁଯାୟୀ, ଦୀପାବଳି ପୂର୍ବରୁ କାର୍ତ୍ତିକ କୃଷ୍ଣ ପକ୍ଷରେ ପଡୁଥିବା ପୁଷ୍ୟ ନକ୍ଷତ୍ରରେ ନୂଆ ବସ୍ତୁ କିଣିବା ବହୁତ ଶୁଭ ହୋଇଥାଏ। ଏହି ଦିନ କିଣାଯାଇଥିବା ବସ୍ତୁ ଶୁଭ ଫଳ ଦେଇଥାଏ। ପୁଷ୍ୟ ନକ୍ଷତ୍ରର ସ୍ୱାମୀ ଶନିଦେବ। ଶନିବାର ଦିନ କିମ୍ବା ଶନି ନକ୍ଷତ୍ରରେ ଯେଉଁ କାମ କରାଯାଏ ତାହା ବହୁ ଦିନ ଚାଲିଥାଏ ବୋଲି କୁହାଯାଏ।

ଏଥର ବୃହସ୍ପତି ଓ ଶନି, ଶନିଙ୍କ ଗୃରୁ ରାଶି ମକରରେ ଏକାସାଙ୍ଗେ ବିରାଜମାନ କରିଛନ୍ତି। ଦୁଇ ଗ୍ରହ ମାର୍ଗୀ ରହିବେ ଏବଂ ଏହି ଗ୍ରହମାନଙ୍କ ଉପରେ ଚନ୍ଦ୍ରଙ୍କ ଦୃଷ୍ଟି ରହିବ। ଯାହାଫଳରେ ଗଜକେଶରୀ ଯୋଗ ମଧ୍ୟ ସୃଷ୍ଟି ହେବ। ଚନ୍ଦ୍ର ଧନର କାରକ। ଏହି ଯୋଗ ସବୁଆଡୁ ମଙ୍ଗଳକାରୀ ରହିବ। ୬୭୭ ବର୍ଷ ପୂର୍ବରୁ ୧୩୪୪ ମସିହା ନଭେମ୍ବର ୪ ତାରିଖରେ ମକର ରାଶିରେ ଗୁରୁ-ଶନିଙ୍କ ସଂଯୋଗ ହୋଇଥିଲା ଓ ଗୁରୁ ପୁଷ୍ୟ ଯୋଗ ସୃଷ୍ଟି ହୋଇଥିଲା।

ଏହି ଯୋଗରେ ନିବେଶ ମଧ୍ୟ କରାଯାଇପାରିବ। ଏହି ନିବେଶ ବହୁ ଦିନ ଧରି ଲାଭ ଦେଇପାରେ। ତେବେ କୌଣସି ବିଶେଷଜ୍ଞଙ୍କୁ ପରାମର୍ଶ କରି ନିବେଶ କରିବା ଉଚିତ। ବୃହସ୍ପତି ଦେବତାଙ୍କ ଗୁରୁ ଓ ଶନି ଗୁରୁଙ୍କ ମାନ ରଖନ୍ତି। ଏହାସହ ବୃହସ୍ପତି ଓ ଶନିଙ୍କ ମଧ୍ୟରେ କୌଣସି ଶତ୍ରୁତା ନାହିଁ। ସେଥିପାଇଁ ଗୁରୁବାର ଦିନ ପୁଷ୍ୟ ନକ୍ଷତ୍ର ପଡିବା ବହୁତ ଶୁଭ ବୋଲି କୁହାଯାଉଛି।

ପୁଷ୍ୟ ନକ୍ଷତ୍ରରେ କିଣାକିଣି ଛଡା ଦାନ-ପୁଣ୍ୟ ମଧ୍ୟ କରିବା ଉଚିତ। ଆବଶ୍ୟକୀୟଙ୍କୁ ନୂଆ ବସ୍ତ୍ର, ଶସ୍ୟ, ଜୋତା-ଚପଲ ଓ ଧନ ଦାନ କରିବା ଉଚିତ। କୌଣସି ଗୋଶାଳାରେ ଗାଈଙ୍କ ପାଇଁ ଘାସ ଓ ଦାନା ପାଇଁ ଅର୍ଥ ଦାନା କରିବା ଉଚିତ। ଏହି ଦିନ କୌଣସି ମନ୍ଦିରରେ ପୂଜା ସାମଗ୍ରୀ ମଧ୍ୟ ଅର୍ପଣ କରିବା ଉଚିତ। ଭଗବାନ ଶିବଙ୍କୁ ବେସନ ଲଡୁ ଭୋଗ ଲଗାଇବା ଉଚିତ। ଶିବଲିଙ୍ଗରେ ଚଣା ଡାଲି ଓ ହଳଦିଆ ଫୁଲ ଅର୍ପଣ କରିବା ଉଚିତ। ଏହା ଶୁଭ ଫଳ ଦେଇଥାଏ ଓ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ