ରାଜ୍ୟ ସ୍ୱାସ୍ଥ୍ୟ

ଭୁବନେଶ୍ୱରର କରୋନା ସ୍ଥିତି ଚିନ୍ତାଜନକ : ଯେତିକି ଆଶା ଥିଲା, ସେତିକି କମିନି

ଭୁବନେଶ୍ୱର ୨୬।୧୦ : ଆଗକୁ ଶୀତଦିନ ଆସୁଛି । ଶୀତରେ ସଂକ୍ରମଣର ଆଶଙ୍କା ଅଧିକା ରହିଛି । ଭୁବନେଶ୍ୱରର ସଂକ୍ରମଣ ସ୍ଥିତି ଚିନ୍ତାଜନକ । ସ୍ଵାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କ ସୁଚନା ଅନୁଯାୟୀ ଭୁବନେଶ୍ୱର ବର୍ତ୍ତମାନ ପ୍ଲାଟୋ ଷ୍ଟେଜରେ ଅଛି । ଯେତିକି ସଂକ୍ରମଣ ହାର କମିବା ନେଇ ଆଶା କରାଯାଉଥିଲା । ତାହା କମିନି । ଯାହାକି ଚିନ୍ତାର ବିଷୟ ପାଲଟିଛି । ତେବେ ଭୟ ନ କରି କୋଭିଡ ଗାଇଡ଼ଲାଇନ ଅନୁପାଳନ ଜରୁରୀ ରହିଛି ବୋଲି ବିଏମ୍‌ସି କମିଶନର କହିଛନ୍ତି ।

ସେହିପରି ଭୁବନେଶ୍ୱରକୁ ବିମାନ, ଟ୍ରେନ ଏବଂ ବସ ଯୋଗେ ବାହାରୁ ବହୁତ ଯାତ୍ରୀ ଯାତାୟାତ କରୁଥିବା ଯୋଗୁଁ ସଂକ୍ରମଣ ବାଢ଼ିଛି । ଏନେଇ ବିଏମସି ପଖରୁ ଆଵଶ୍ୟକ ପଦକ୍ଷେପ ନିଆଯାଇଛି । ଟେଷ୍ଟି, ଟ୍ରିଟିଙ୍ଗ ଓ ଭ୍ୟାକସିନେସନ ଜାରୀ ରହିଛି ।ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଆମକୁ ସଚେତନା ହେବାକୁ ପଡିବ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୧୧୭୪୪୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇସାରିଥିବା ବେଳେ ୧୧୨୯୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୦୪୮ଜଣଙ୍କର କୋଭିଡ଼ରେ ମୃତ୍ୟୁ ହୋଇଥିବା ବେଳେ ୩୪୦୯ଟି ଆକ୍ଟିଭ୍‌ କେସ୍‌ ରହିଛି

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ