ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

କାଚ ଗ୍ଲାସରେ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର: ରହିଛି ଏହିସବୁ ଫାଇଦା

ଭୁବନେଶ୍ୱର୨୫/୧୦ : ପାଣି ପିଇବା ପାଇଁ ଲୋକମାନେ ସାଧାରଣତ ଘରେ ଷ୍ଟିଲ ଗ୍ଲାସ ବ୍ୟବହାର କରନ୍ତି। ସେଥିପାଇଁ ପ୍ରାୟ ଘରେ ପାଣି ପିଇବା ଓ ରଖିବା ପାଇଁ ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରାଯାଏ। କାଚରେ ତିଆରି ଗ୍ଲାସ କିମ୍ବା ବୋତଲ ବହୁତ କମ ବ୍ୟବହାର ହୁଏ । ବିଶେଷକରି ଯେତେବେଳେ ଜଣେ ଅତିଥି ଆସନ୍ତି ସେତେବେଳେ ଆମେ କାଚ ଗ୍ଲାସର ବ୍ୟବହାର କରୁ। କିନ୍ତୁ ଯଦି ଆପଣ ପ୍ରତିଦିନ କାଚ ଗ୍ଲାସରେ ପାଣି ପିଅନ୍ତି, ତେବେ ଆପଣ ଲାଭ ପାଇବେ।

ସାଧାରଣତ ଯେତେବେଳେ ଆପଣ ପ୍ଲାଷ୍ଟିକ୍ ବୋତଲ କିମ୍ବା ଷ୍ଟିଲ ଗ୍ଲାସରେ ପାଣି ପିଅନ୍ତି ଏହାର ସ୍ୱାଦ ସାଧାରଣ ପାଣି ଠାରୁ ଟିକିଏ ଅଲଗା ଲାଗିଥାଏ। କିଛି ବାସ୍ନା ମଧ୍ୟ ଆସେ। ଏହାର କାରଣ ହେଉଛି ପ୍ଲାଷ୍ଟିକରେ କ୍ଷତିକାରକ ରାସାୟନିକ ପଦାର୍ଥ ଥାଏ। ଯାହା ପାଣି ମାଧ୍ୟମରେ ଶରୀରକୁ ଯାଇ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟିକରେ। କିନ୍ତୁ କାଚ ଗ୍ଲାସ କିମ୍ବା ବୋତଲରେ କୌଣସି ପ୍ରକାରର ରାସାୟନିକ ପଦାର୍ଥର ବିପଦ ନଥାଏ। ଆହୁରି ମଧ୍ୟ କୌଣସି ପ୍ରକାରର ଗନ୍ଧ କିମ୍ବା ସ୍ୱାଦରେ ପରିବର୍ତ୍ତନ ହୋଇନଥାଏ।

ଯେତେବେଳେ କାଚ ଗ୍ଲାସ୍, ବୋତଲରେ ପାଣି ରଖାଯାଏ, ତାହା ଦିନସାରା ସତେଜ ରହିଥାଏ। ଆହୁରି ମଧ୍ୟ ଏଥିରେ ପାଣି ସଫା ଅଛି କି ନାହିଁ ଜାଣିବା ସହଜ ହୋଇଥାଏ। କାଚ ଗ୍ଲାସଟି ପରିଷ୍କାର ହୋଇଥିବାରୁ ପାଣିରେ ଥିବା ମଇଳା ମଧ୍ୟ ଶୀଘ୍ର ଜଣାପଡ଼ିଯାଏ।

ଅନେକଥର ଷ୍ଟିଲ୍ ଗ୍ଲାସ କିମ୍ବା ପ୍ଲାଷ୍ଟିକ୍ ଗ୍ଲାସରେ ପାଣି ପିଇଲେ ଆଁଇଷ ଗନ୍ଧ ଆସେ। କିନ୍ତୁ କି କାଚ ଗ୍ଲାସରେ ପାଣି ପିଇଲେ ଏପରି କିଛି ଅନୁଭବ ହୁଏ ନାହିଁ। କାଚ ଗ୍ଲାସ ସଫା କରିବା ବହୁତ ସହଜ।

ଯଦି ପ୍ଲାଷ୍ଟିକ କିମ୍ବା ଷ୍ଟିଲ ବୋତଲରେ ପାଣି ରଖାଯାଏ ତେବେ ଏହା ସ୍ୱାଭାବିକ ତାପମାତ୍ରାରେ ରହେନି। ଏହାର ତାପମାତ୍ରା ସବୁବେଳେ ବଢ଼ିଯାଏ ଓ ଜଳର ସ୍ୱାଦ ମଧ୍ୟ ଭଲ ଲାଗେ ନାହିଁ। କିନ୍ତୁ କାଚ ଗ୍ଲାସ୍ କିମ୍ବା ବୋତଲରେ ପାଣି ରଖିଲେ ଏହା ହୁଏ ନାହିଁ। କାରଣ କାଚ ଗ୍ଲାସ୍ କିମ୍ବା ବୋତଲ ଜଳର ତାପମାତ୍ରାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଥଣ୍ଡା କିମ୍ବା ଗରମ ରଖିବାରେ ସହାୟକ ହୋଇଥାଏ। କେବଳ ପାଣି ନୁହେଁ, ଯେକୌଣସି ପାନୀୟ ରଖିବା ପାଇଁ ଆପଣ କାଚ ଗ୍ଲାସ୍ କିମ୍ବା ବୋତଲ ବ୍ୟବହାର କରିପାରିବେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ