କଳା ଓ ସଂସ୍କୃତି ରାଜ୍ୟ

ଅଷ୍ଟାଦଶ କୁମାରୋତ୍ସବ ପାଳିତ (ପଣ୍ଡିତ୍ କେ. ରାମାରାଓ ପାତ୍ରଙ୍କୁ ଗୁରୁ ସହଦେବ ପାଢୀ ସ୍ମାରକୀ ସମ୍ମାନ )

ଅଷ୍ଟାଦଶ କୁମାରୋତ୍ସବ ପାଳିତ
(ପଣ୍ଡିତ୍ କେ. ରାମାରାଓ ପାତ୍ରଙ୍କୁ ଗୁରୁ ସହଦେବ ପାଢୀ ସ୍ମାରକୀ ସମ୍ମାନ )
ବିକ୍ଷାତ ଓଡିଶୀ ନୃତ୍ୟଗୁରୁ ସହଦେବ ପାଢୀଙ୍କଦ୍ୱାରା ପ୍ରତିଷ୍ଠିତ ଉତ୍କଳ ଡ୍ୟାନସ୍ ଆଣ୍ଡ ରିସର୍ଚ୍ଚ ଏକାଡେମି ଭୂବନେଶ୍ୱରରେ ପାଳନ କରିଛି ଅଷ୍ଟାଦଶ କୁମାରୋଉତ୍ସବ । ନଭସଂଚାରୀ ସଂଯୋଗର ଉତ୍ସବିତ ଦୁଇଦିନର କୁମାର ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ, ସାଂସଦ ତଥା ଚଳଚିତ୍ର ଅଭିନେତା ପ୍ରଶାନ୍ତ ନନ୍ଦ ପୂର୍ବତନ ମନ୍ତ୍ରୀ ଶରତ ରାଉତ ଓ ଉଡ୍ର ଅଧ୍ୟକ୍ଷ ତଥା ପୂର୍ବତନ ପୋଲିସ ପ୍ରଶାସକ ବଟକୃଷ୍ଣ ତ୍ରିପାଠୀ ।

ଓଡିଶାର କଳା ସଂସ୍କୃତି ତଥା ଶାସ୍ତ୍ରୀୟ ଓଡିଶୀ ନୃତ୍ୟକୁ ଲୋକାଭୀ ମୁଖୀ କରିବା ପାଇଁ ଉଡ୍ରର ଆଭିମୂଖ୍ୟକୁ ପ୍ରଶଂସା କରିବା ସହ ଅନୁଷ୍ଠାନକୁ ସମସ୍ତ ସହଯୋଗ ଯୋଗାଇ ଦେବାର ପ୍ରତିସୃତି ଦେଇଥିଲେ ଅତିଥି ବୃନ୍ଦ । ପ୍ରଥିତଯଶା ବୀଣାବାଦକ କେ. ରାମାରାଓ ପାତ୍ରଙ୍କୁ ୨୦୨୧ବର୍ଷର ସମ୍ମାନ ଜନକ ଗୁରୁ ସହଦେବ ପାଢୀ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଥିଲା । ପରେ ପରେ ଉଡ୍ର ଅନୁଷ୍ଠାନର ଶିଳ୍ପୀଗଣ ଗୁରୁ ଆରତୀକରଙ୍କ ସଂଯୋଜନାରେ ପ୍ରସ୍ତୁତି କରିଥିଲେ ।

ଦଳଗତ ନୃତ୍ୟ ପରେ ପ୍ରସ୍ତୁତି ହୋଇଥିଲା ବସନ୍ତ ପଲ୍ଲବୀ ଉଡ୍ରର ପ୍ରଶିକ୍ଷିତ ଶିଳ୍ପୀଗଣ ଗୁରୁ ବିଜୟ ଜେନାଙ୍କ ସଂଯୋଜନାରେ ପ୍ରସ୍ତୁତ କରିଥିଲେ ବୃନ୍ଦ ତବଲା ବାଦନ । ପରବର୍ତ୍ତି ଆକର୍ଷଣ ଥିଲା ‘ଆରଭୀ ପଲ୍ଲବୀ’ ଶୁଦ୍ଧ ନୃତ୍ୟକୁ ପରିବେଷଣ କରିଥିଲେ ଶିଳ୍ପୀମାନେ । ସଂଗୀତ ଗୁରୁ ଉମେଶ ଚନ୍ଦ୍ର ଦାଶଙ୍କ ପରିଚାଳନାରେ ଦଳଗତ ପରିବେଷଣ ‘ଗୀତଗୋବିନ୍ଦ’ ଅଷ୍ଟପଦୀ ବେଶ ମନଛୁଆଁ ହୋଇଥିଲା । ପରିଶେଷରେ ପ୍ରସ୍ତୁତ ହୋଇଥିଲା ଦଳଗତ ଉପସ୍ଥାପନା ‘ଦେବୀ’ । ଡଃକ୍ଟର ମୃତ୍ୟୁଞ୍ଜୟ ରଥଙ୍କ ସଂଯୋଜନାରେ ପ୍ରସ୍ତୁତ କାର୍ଯ୍ୟକ୍ରମରେ ଶୁଭଲକ୍ଷ୍ମୀ ପାଢୀ ଓ ଉଡ୍ର ପରିବାରର ସଭ୍ୟଗଣ ସହଯୋଗ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,