ଦେଶ ବିଦେଶ ରାଜନୀତି ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ନିର୍ବାଚନ ପୂର୍ବରୁ ଟ୍ରାନ୍ସଫର ହେବେ ସମସ୍ତ ଅଫିସର: ନଭେମ୍ବର ୧୫ ପୂର୍ବରୁ କାମ ସାରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ରାଜ୍ୟ ନିର୍ବାଚନ କମିଶନଙ୍କ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ଆରମ୍ଭରୁ ତ୍ରିସ୍ତରୀୟ ପଞ୍ଚାୟତ ଭୋଟ ହେବାକୁ ଯାଉଛି । ତେବେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ରଖିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଚଳାଇଛନ୍ତି । ତେବେ ସରକାରୀ କର୍ମଚାରୀମାନେ ନିର୍ବାଚନ କାର୍ଯ୍ୟ ସମୟରେ ସମ୍ପୃକ୍ତ ରହିବେ । ତେଣୁ ଲୋକଙ୍କ ସନ୍ଦେହକୁ ଦୂର କରିବା ପାଇଁ ନିଜ ଅଞ୍ଚଳକୁ ସମସ୍ତ କର୍ମଚାରୀ ଅନ୍ୟତ୍ର ବଦଳି ହେବେ । ଏଭଳି କର୍ମଚାରୀଙ୍କୁ ଚିହ୍ନଟ କରାଯାଇ ଆସନ୍ତା ନଭେମ୍ବର ୧୫ ପୂର୍ବରୁ କାର୍ଯ୍ୟ ସମାପ୍ତ କରାଯିବ । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

ଚିଠିରେ ଉଲ୍ଲେଖ ରହିଛି ଯେ, ୨୦୨୦ ମାର୍ଚ୍ଚରେ ଯେଉଁମାନେ ଅବସର ନେବେ, ସେମାନେ ନିର୍ବାଚନ କାର୍ଯ୍ୟରେ ଅଂଶଗ୍ରହଣ କରିବେ ନାହିଁ । ତେଣୁ ଏମାନଙ୍କୁ ବଦଳି କରିବାର ଆବଶ୍ୟକତା ନାହିଁ । ଯେଉଁ ଅଫିସରମାନେ ବଦଳି ହେବେ, ସେମାନେ ଛୁଟିରେ ରହିବେ ନାହିଁ । ନିଜ ଜିଲ୍ଲାରେ ଥିବା ଜିଲ୍ଲାପାଳ, ଏସପି, ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସପି, ଜିଲ୍ଲା ପଞ୍ଚାୟତ ଅଫିସର, ଡିଆରଡିଏ ପିଡିଙ୍କୁ ବଦଳି କରାଯିବ । ସେହିପରି ଉପଜିଲ୍ଲାପାଳ, ଆଇଟିଡିଏ ପିଡି, ଅତିରିକ୍ତ ଏସଡିପିଓ, ଏସଡିପିଓ, ସବଡିଭିଜନାଲ ପଞ୍ଚାୟତ ଅଫିସର, ଅତିରିକ୍ତ ତହସିଲଦାର, ତହସିଲଦାର, ପଞ୍ଚାୟତ ସଂପ୍ରସାରଣ ଅଧିକାରୀ, ବିଡିଓ, ଏବିଡିଓ, ଥାନା ଆଇଆଇସି, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବଦଳି କରାଯିବାକୁ କମିଶନ ସୁପାରିଶ କରିଛନ୍ତି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି