କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ମଙ୍ଗଳବାରଠୁ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, କୋଭିଡ୍ କଟକଣା ପାଇଁ ଫିକା ପଡିଛି ଉତ୍ସାହ

ଢେଙ୍କାନାଳ, ୧୮/୧୦: ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଢେଙ୍କାନାଳର ଗଜଲଷ୍ମୀ ପୂଜା ମହୋତ୍ସବ । ଏଥିପାଇଁ ଢେଙ୍କାନାଳରେ ସମାସ୍ତ ୩୮ଗୋଟି ପୂଜା ପ୍ରତିଷ୍ଠାନ ତତ୍ପର ହୋଇପଡିଛନ୍ତି । ତେବେ ୧୧ଦିନ ଧରି ହେବାକୁ ଥିବା ଲଷ୍ମୀପୂଜା ମହୋତ୍ସବ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଫିକା ରହିଥିବାବେଳେ ମା’ଙ୍କ ପୂଜାକୁ ପରମ୍ପରା ଓ ରୀତିନୀତିରେ କିପରି ପାଳନ କରାଯିବ ସେଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି ମଣ୍ଡପର କର୍ମକର୍ତା ।

କୁମାର ପୂର୍ଣ୍ଣମୀ ଅର୍ଥାତ ମଙ୍ଗଳବାର ରାତିରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟର ଅନ୍ୟତମ ଗଣପର୍ବ ଢେଙ୍କାନାଳର ପ୍ରସିଦ୍ଧ ଲଷ୍ମୀପୂଜା ମହୋତ୍ସବ । ଚଳିତ ବର୍ଷ ୧୯ ତାରିଖ ରାତିରୁ ଅର୍ଣ୍ଣପୁର୍ଣ୍ଣା ମା’ ଲଷ୍ମୀଙ୍କୁ ଆବାହନ କାରାଯିବ। ଆସନ୍ତା ୨୯ତାରିଖରେ ମାଙ୍କୁ ମେଲାଣି ଦିଆଯିବ ।ଚଳିତ ବର୍ଷ ମଧ୍ୟ ଢେଙ୍କାନାଳ ସହରରେ ୩୮ଗୋଟି ମଣ୍ଡପରେ ମା’ ଧନଧାତ୍ରୀଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପାରମ୍ପରିକ ରୀତିନୀତିରେ ପୂଜା କରାଯିବ । ଢେଙ୍କାନଲ ଲଷ୍ମୀପୂଜାର ପରମ୍ପରା ମୁତାବକ ମା’ଙ୍କର ମୃଣୟ ମୂର୍ତ୍ତି ତିଆରି ପାଇଁ ସମୂହ ପୂଜା ପ୍ରତିଷ୍ଠାନ ବ୍ରହ୍ମଣୀନଦୀ କୂଳରୁ ଶୁଭ ମାଟି ଅନୁକୂଳ କରିସାରିଛନ୍ତି । ଏପଟେ ମଣ୍ଡପର କର୍ମକର୍ତାମାନେ ମା’ଙ୍କ ଏହି ଆଗମନ ପାଇଁ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି।

ମହାମାରୀ କୋଭିଡ ସଂକ୍ରମଣ ଆଶଙ୍କା ରହିଥିବାରୁ ଚଳିତ ବର୍ଷ ପୂଜା ବଜାର ପାଇଁ ଢେଙ୍କାନାଲ ପ୍ରଶାସନ କଡା କଟକଣା ଜାରିକରିଛି। ସାଧାରଣ ଦର୍ଶନ ଉପରେ ରୋକ ଲଗାଇ ଥିବାବେଳେ ଆବଦ୍ଧ ମଣ୍ଡପରେ ମା’ ଲଷ୍ମୀଙ୍କୁ ପୂଜା କରାଯିବ । କୋଭିଡ କଟକଣା ମୁତାବକ ପୂଜାକଙ୍କ ସମେତ ମାତ୍ର ୭ଜଣ କର୍ମକର୍ତାଙ୍କ ମଧ୍ୟରେ ସୀମିତ ରହିବ ପୂଜା ମଣ୍ଡପ । ମା’ ଲଷ୍ମୀଙ୍କର ବିଧି ମୁତାବକ ପରମ୍ପରା ଓ ରୀତିନୀତି ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ମିଳିତ ବଜାର ଲଷ୍ମୀପୂଜା କମିଟିର ଅଧ୍ୟକ୍ଷ ।

ଏସବୁ ସତ୍ତ୍ୱେ ମା’ଙ୍କ ଆଗମନ ପାଇଁ ପୂଜା ମଣ୍ଡପମାନଙ୍କରେ ପ୍ରସ୍ତୁତି ଅନ୍ତିମ ପର୍ଯାୟରେ ପହଁଚି ଯାଇଛି । ଚଳିତ ବର୍ଷ ଢେଙ୍କାନାଳର ଏହି ପ୍ରସିଦ୍ଧ ଲକ୍ଷ୍ମୀପୂଜା ମହୋତ୍ସବ ବିଧି ମୁତାବକ କେବଳ ପରମ୍ପରା ଓ ରୀତିନୀତି ମଧ୍ୟରେ ସୀମିତ ରହୁଥିଲେ ମଧ୍ୟ ସାଧାରଣ ଦର୍ଶନ ପାଇଁ କିଛିଟା କୋହଳ କରାଯିବାକୁ ପ୍ରଶାସନ ଘୋଷଣାକୁ ସହରବାସୀ ଚାହିଁ ରହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,