ଖେଳ ଦେଶ ବିଦେଶ

ଭାରତକୁ ଅଷ୍ଟମ SAFF କପ୍: ନେପାଳକୁ ୩-୦ରେ ହରାଇଲା

ନୂଆଦିଲ୍ଲୀ: ଭାରତ ଜିତି ନେଇଛି ଅଷ୍ଟମ ସାଫ୍ କପ୍ । ନେପାଳକୁ ୩-୦ରେ ପରାସ୍ତ କରିବା ସହିତ ଭାରତ ଅଷ୍ଟମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟକୁ ଜିତିବାରେ ସଫଳ ହୋଇଛି । ମଲଡିଭସର ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ଭାରତ ପକ୍ଷରୁ ଅଧିନାୟକ ସୁନୀଲ ଛେତ୍ରୀ, ସୁରେଶ ସିଂ ଓ ସହଲ ଅବଦୁଲ ସମଦ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ ।

ନେପାଳ ବିପକ୍ଷ ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା । ପ୍ରଥମାର୍ଦ୍ଧରୁ ଉଭୟ ଦଳ ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ପ୍ରଥମାର୍ଦ୍ଧର ୪ ମିନିଟ ମଧ୍ୟରେ ଛେତ୍ରୀ ପ୍ରଥମ ଗୋଲ ସ୍କୋର କରିଥିଲେ । ଅଧିନାୟକ ଭାବରେ ଭାରତୀୟ ଆକ୍ରମଣର ନେତୃତ୍ୱ ନେଇଥିଲେ ଛେତ୍ରୀ । ଏହାର ଏକ ମିନିଟ ମଧ୍ୟରେ ସୁରେଶ ସିଂ ଭାରତ ପାଇଁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ । ଅତିରିକ୍ତ ସମୟର ୯୧ ତମ ମିନିଟରେ ସହଲ ଗୋଲ ସ୍କୋର କରିବା ସହିତ ଭାରତକୁ ୩-୦ରେ ବିଜୟୀ କରାଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ