ଖେଳ ଦେଶ ବିଦେଶ

ଧୋନୀ ରଚିଲେ ଆଉ ଏକ ଇତିହାସ : ଟି-୨୦ରେ ଅଧିନାୟକ ଭାବରେ ୩୦୦ ମ୍ୟାଚ୍ ଖେଳିବାର ପ୍ରଥମ ଖେଳାଳୀ…

ନୂଆଦିଲ୍ଲୀ ୧୬।୧୦ : ପୂର୍ବତନ ଭାରତୀୟ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସ କ୍ୟାପଟେନ୍‌ ମହେନ୍ଦ୍ର ସିଂ ଧୋନୀ ନିଜ କ୍ୟାରିୟରରେ ଆଉ ଏକ ଇତିହାସ ରଚିଛନ୍ତି । ପ୍ରଥମ ଅଧିନାୟକ ଭାବରେ ୩୦୦ ତମ ଟି-୨୦ ମୁକାବିଲା ଖେଳିବାର କୃତିତ୍ୱ ହାସଲ କରିଛନ୍ତି ଏମ୍‌ ଏସ୍‌ ଧୋନୀ । ପ୍ରଥମ ଭାରତୀୟ ଅଧିନାୟକ ଭାବରେ ଟି-୨୦ ବିଶ୍ୱକପ ଜିତିଥିବା ଧୋନୀ ଆଇପିଏଲ ଫାଇନାଲରେ ଅଧିନାୟକ ଭାବରେ ନିଜର ୩୦୦ତମ ମ୍ୟାଚ ଖେଳିଛନ୍ତି । ୩୦୦ ମ୍ୟାଚରେ ଧୋନୀଙ୍କ ବିଜୟ ପ୍ରତିଶତ ୫୯.୭୯ ରହିଛି ।

୨୦୧୭ରେ ଭାରତୀୟ ଦଳର ଅଧିନାୟକ ପଦରୁ ଓହରିଥିବା ଧୋନୀ ଭାରତ ପାଇଁ ୭୨ ମ୍ୟାଚ ଅଧିନାୟକ ଭାବରେ ଖେଳିଛନ୍ତି । ଚେନ୍ନାଇ ସୁପର କିଙ୍ଗ ପାଇଁ ଧୋନୀ ୨୧୩ଟି ମ୍ୟାଚରେ ଅଧିନାୟକ ରହିଥିବା ବେଳେ ରାଇଜିଂ ପୁନେ ସୁପର ଜାୟାଣ୍ଟସ ପାଇଁ ୧୪ଟି ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି । ୨୦୦ରୁ ଅଧିକ ମ୍ୟାଚରେ ଅଧିନାୟକତ୍ୱ କରିବାରେ ଡାରେନ ସାମି ଦ୍ୱିତୀୟ ଖେଳାଳି ରହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ