ଖେଳ ଦେଶ ବିଦେଶ ରାଜ୍ୟ

ଓଡ଼ିଶାର ଏହି ସହରରେ ଆଇପିଏଲ ବେଟିଂ: ୩ ବୁକି ଗିରଫ, ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ଭୁବନେଶ୍ୱର : ରାଜ୍ୟର ମାଲକାନଗିରି ଜିଲ୍ଲାରେ ଆଇପିଏଲ ବେଟିଂ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଛି । ଏହି ଚଢ଼ାଉ ସମୟରେ ୩ ଜଣ ବୁକିଙ୍କୁ ଗିରଫ କରାଯାଇଛି । ଏଥିସହ ପୋଲିସ ୯ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ତେବେ ମୋବାଇଲ ଆପରେ ବେଟିଂ ଚାଲିଥିବା ବେଳେ ଘର ଭିତରୁ ୩ ଜଣଙ୍କୁ ପୋଲିସ ଉଠାଇ ନେଇଥିଲା ।

ସୂଚନା ଯୋଗ୍ୟ ଯେ, ଗତକାଲି ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ତେଣୁ ଏହି ହାଇଭୋଲଟେଜ୍ ମ୍ୟାଚରୁ ବେଆଇନ ଭାବେ ଟଙ୍କା ରୋଜଗାର କରିବାର ମଉକା ଛାଡ଼ି ନଥିଲେ ବୁକିମାନେ । ତେବେ ଖୁବଶୀଘ୍ର ଏନେଇ ଏକ ପ୍ରେସମିଟର ଆୟୋଜନ କରି ସବିଶେଷ ସୂଚନା ପ୍ରଦାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ