ଖେଳ ଦେଶ ବିଦେଶ

ମାଉଣ୍ଟ ୟୁନମ ଅଭିଯାତ୍ରୀ ଦଳକୁ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ବର: ମାଉଣ୍ଟ ୟୁନମ ଆରୋହଣ ଅଭିଯାନରେ ଯାଇଥିବା ଓଡ଼ିଶାର ୬ ଜଣ ପର୍ବତାରୋହୀ ଚିନ୍ମୟ ମହାରଣା (ଲିଡର), ଅଜିତ ପାଢ଼ୀ, ଦେବଦତ୍ତ ସାମନ୍ତରାୟ, ଅନିତା ସ୍ବାଇଁ, ସସ୍ମିତା ପ୍ରଧାନ ଓ ଅଭିଲିପ୍ସା ଜେନାଙ୍କୁ ଭୁବ‌ନେଶ୍ବର ଫେରିବା ପରେ ଭବ୍ୟ ସମ୍ବର୍ଦ୍ଧନା ମିଳିଛି। ଭୁବନେଶ୍ବର ରେଳ ଷ୍ଟେସନଠାରେ ଆସା (ଆସୋସିଏସନ୍ ଅଫ୍ ଆଡଭେଞ୍ଚର ଆଣ୍ଡ ସୋସିଆଲ ଆକ୍ଟିଭିଟିଜ୍) ସଂପାଦକ ତଥା ଏଭରେଷ୍ଟ ବିଜୟୀ ଗଣେଶ ଚନ୍ଦ୍ର ଜେନା, ପରାମର୍ଶଦାତା ଆଶୋକ ମହାନ୍ତି, ଉପସଭାପତି ଶକ୍ତି ରଞ୍ଜନ ମହାନ୍ତି, ବିକ୍ରମ କୁମାର ଦାସ ଏବଂ ଅନ୍ୟ ସଦସ୍ୟମାନେ ଫୁଲମାଳ ଓ ପୁଷ୍ପଗୁଚ୍ଛ ଦେଇ ଏହି ସଫଳ ପର୍ବତାରୋହୀମାନଙ୍କୁ ସ୍ବାଗତ କରିଥିଲେ।

ସୂଚନାଯୋଗ୍ୟ ଯେ ଓଡ଼ିଶା ଖେଳାଳିମାନେ ଏକ ୭୫ ଜଣିଆ ଦଳ ସହ ହିମାଚଳପ୍ରଦେଶସ୍ଥିତ ମାଉଣ୍ଟ ୟୁନମ ଅଭିଯାନରେ ଯାଇଥିଲେ। ସମୁଦ୍ର ପତନଠାରୁ ୫,୦୦୦ ମିଟର ଉଚ୍ଚରେ ୭୫ ମିଟରର ତ୍ରିରଙ୍ଗା ଉଡ଼ାଇବାର ଅନନ୍ୟ କୀର୍ତ୍ତିମାନ ସେମାନେ କରିଥିଲେ। ଏହି ରେକର୍ଡକୁ ଲିମକା ବୁକ୍ସ ଅଫ୍ ରେକର୍ଡସ ଏକପ୍ରକାର ସ୍ବୀକୃତି ଦେଇସାରିଛି। ଗିନିଜ୍ ବୁକ୍ସ ଅଫ୍ ରେକର୍ଡ ମଧ୍ୟ ଏହାକୁ ସ୍ବୀକୃତି ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିଭଳି ପିଲାମାନେ ବହୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ମାଉଣ୍ଟ ୟୁନମ ଆରୋହଣ ଜାରି ରଖିଥିଲେ ବୋଲି ଶ୍ରୀ ଜେନା କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ