ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୨୧ରୁ ଏକାଦଶ ଓ ୨୫ରୁ ୮ମ ଶ୍ରେଣୀ ସ୍କୁଲ ଖୋଲିବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : କରୋନା ଯୋଗୁଁ ପାଠପଢ଼ା ବିଶେଷ ପ୍ରଭାବିତ ହେଉଥିବା ବେଳେ ସ୍କୁଲ ଖୋଲିବା ପ୍ରସଙ୍ଗରେ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଦଶହରା ପରେ ୮ମ ଓ ଏକାଦଶ ଶ୍ରେଣୀର ପାଠପଢ଼ା ଅଫଲାଇନ୍ ମାଧ୍ୟମରେ ଆରମ୍ଭ ହେବ । ଆସନ୍ତା ୨୧ ତାରିଖରୁ ଏକାଦଶ ଶ୍ରେଣୀ ସ୍କୁଲ ଖୋଲିବ ବୋଲି ସେ କହିଛନ୍ତି । ସେହିପରି ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବ । ଏନେଇ ଆସନ୍ତାକାଲି ଡିଇଓମାନଙ୍କ ସହ ବୈଠକ ବସିବ । ପ୍ରଥମରୁ ୭ମ ଶ୍ରେଣୀ ଖୋଲିବା ସମ୍ପର୍କରେ ପରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ କରୋନା ପାଇଁ ଗତ ୨ ବର୍ଷ ହେବ ପାଠପଢ଼ା ବ୍ୟାହତ ହୋଇଛି । କରୋନା କମିଥିବା ବେଳେ ଟିକାକରକଣକୁ ବ୍ୟାପକ କରାଯାଇଛି ଓ ଅନ୍ୟପଟେ ଛୋଟ ପିଲାଙ୍କ ପାଇଁ ମଧ୍ୟ ଟିକା ଆସିଯାଇଛି । ପିଲାଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି