ଖେଳ ଦେଶ ବିଦେଶ

ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ

ମୁମ୍ବାଇ: ଚଳିତମାସ ୧୭ ତାରିଖରୁ ଆରମ୍ଭ ହେଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ବୁଧବାର ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇଛି। ନୂଆ ଜର୍ସିକୁ ‘ବିଲିୟନ୍ ଚିୟର୍ସ ଜର୍ସି’ ଭାବେ ନାମିତ କରାଯାଇଛି। ପ୍ରଶଂସକଙ୍କୁ ପ୍ରେରଣାର ସ୍ରୋତ ଭାବେ ନେଇ ପ୍ରସ୍ତୁତ କରାଯାଇଥିବା ଏହି ଜର୍ସିକୁ ଭାରତୀୟ ବରିଷ୍ଠ, କନିଷ୍ଠ ଓ ମହିଳା ଦଳର ଉପକରଣ ପ୍ରାୟୋଜକ ଏମ୍‌ପିଏଲ୍ ସ୍ପୋର୍ଟସ ଉନ୍ମୋଚନ କରିଛି। ପ୍ରଥମ ଥର ପାଇଁ ଭାରତୀୟ ଜର୍ସିରେ ପ୍ରଶଂସକଙ୍କୁ ପ୍ରାଧାନ୍ୟ ମିଳିଛି। ଏମ୍‌ପିଏଲ୍ ସ୍ପୋର୍ଟସ ପକ୍ଷରୁ ଏଥିନେଇ କୁହାଯାଇଛି ଯେ ଭାରତୀୟ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ପ୍ରଶଂସକମାନେ ଜର୍ସିରେ ସ୍ଥାନ ପାଇଛନ୍ତି। ଅତୀତର ସ୍ମରଣୀୟ ମ୍ୟାଚ୍‌ଗୁଡ଼ିକରେ ସେମାନେ ଦେଉଥିବା ସ୍ଲୋଗାନ ଓ ଖେଳାଳିଙ୍କୁ ଉତ୍ସାହିତ କରିବାର ଭାବନାକୁ ନୂଆ ଜର୍ସିରେ ରଖାଯାଇଛି।

ଯାହାକୁ ନିଆରା ବାଲୁକା ତରଙ୍ଗ ଢାଞ୍ଚାରେ ରୂପାନ୍ତର କରାଯାଇଛି। ଜର୍ସିରେ ପ୍ରୁସିଆନ୍ ବ୍ଲୁ ଓ ରୟାଲ ବ୍ଲୁର ସେଡ୍ ରହିଛି। ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଭାରତୀୟ ଦଳକୁ କେବଳ ଭାରତ ନୁହେଁ ସମଗ୍ର ବିଶ୍ବରୁ ସମର୍ଥନ ମିଳିଥାଏ। ଜର୍ସି ମାଧ୍ୟମରେ ପ୍ରଶଂସକଙ୍କ ଉତ୍ସାହ ଓ ଶକ୍ତିକୁ ପାଳନ କରିବାଠାରୁ ଭଲ କଥା ଆଉ କିଛି ହୋଇନପାରେ। ସଂପାଦକ ଜୟ ଶାହ ମଧ୍ୟ ଗାଙ୍ଗୁଲିଙ୍କ କଥାରେ ଏକମତ ହୋଇଛନ୍ତି। ଏହି ଜର୍ସି ୧୦ଟି ଭିନ୍ନ ଭିନ୍ନ ରୂପରେ ବଜାରରେ ମିଳିବ। ଯାହାର ଦାମ ୧,୭୯୯ ଟଙ୍କା ରଖାଯାଇଛି। ଏକ ଖେଳାଳି ସଂସ୍କରଣ ଜର୍ସି ଏବଂ ଅଧିନାୟକ ବିରାଟ କୋହଲିଙ୍କ ୧୮ ନମ୍ବର ଜର୍ସିର ମଧ୍ୟ ଉନ୍ମୋଚନ କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ