ଦେଶ ବିଦେଶ ମନୋରଞ୍ଜନ

ଆଲିଆଙ୍କ ଡବଲ୍ ଧମାକା

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନୀତ ସଞ୍ଜୟଲୀଲା ଭସାଂଲୀଙ୍କ ନୂଆ ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆୱାଡ଼ି’ ୨୦୨୨ ଜାନୁଆରି ୬ ତାରିଖରେ ରିଲିଜ୍ ହେବ। ଜୟନ୍ତୀଲାଲ ଗଦା ଓ ସଞ୍ଜୟଲୀଲା ଭସାଂଲୀଙ୍କ ମିଳିତ ପ୍ରଯୋଜନାରେ ଏହା ନିର୍ମିତ ହୋଇଛି। ‘ଗଙ୍ଗୁବାଈ କାଠିଆୱାଡ଼ି’ ଏକ ବାସ୍ତବ କାହାଣୀ ଆଧାରରେ ତିଆରି ହେଇଛି। ଲକ୍‌ଡାଉନ୍ ଯୋଗୁଁ ଅଟକି ରହିଥିବା ଅନେକ ସିନେମା ଚବିଶ ଘଣ୍ଟା ଭିତରେ ସେମାନଙ୍କର ରିଲିଜ୍ ତାରିଖ ନିର୍ଦ୍ଧାରିତ କରିଛନ୍ତି, ହେଲେ ଭସାଂଲୀ ଏହି ଦୌଡ଼ରୁ ପାଦ କାଢ଼ିନେଇଛନ୍ତି। କାରଣ ସେ ଦର୍ଶକଙ୍କ ମନୋଭାବକୁ ପରଖିଛନ୍ତି।

ସେମିତି ଦକ୍ଷିଣୀ ସିନେମାର ଏକ ନମ୍ବର ନିର୍ଦ୍ଦେଶକ ଏସ୍‌.ଏସ୍‌. ରାଜାମୌଲୀ ମଧ୍ୟ ବେଶ୍ କିଛିଦିନ ହେବ ତାଙ୍କ ନୂଆ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’କୁ ନେଇ ବ୍ୟସ୍ତ ରହିଛନ୍ତି। ତାଙ୍କୁ ମଧ୍ୟ କୋଭିଡ୍ ସଂକ୍ରମଣର ଲହର ପାଇଁ ଅଟକି ରହିବାକୁ ପଡ଼ିଛି। ରାଜମୌଲୀ ତାଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ୨୦୨୨ରେ ରିଲିଜ୍ କରିବେ ବୋଲି ଘୋଷଣା କରିଛନ୍ତି। ଭସାଂଲୀଙ୍କ ‘ଗଙ୍ଗୁବାଈ କାଠିଆୱାଡ଼ି’ ୨୦୨୨ ଜାନୁଆରି ୬ ତାରିଖରେ ରିଲିଜ୍ କରୁଥିବା ବେଳେ ଠିକ୍ ପରଦିନ ଅର୍ଥାତ୍ ଜନୁଆରି ୭ ତାରିଖରେ ପ୍ରେକ୍ଷାଳୟକୁ ଆସିବ ରାଜମୌଲୀଙ୍କ ‘ଆର୍‌ଆର୍‌ଆର୍‌’। ଏଥିରେ ରାମଚରଣ ଓ ଜୁନିୟର ଏନ୍‌ଟିଆର ମୁଖ୍ୟ ଭୂମିକାରେ ଥିବା ବେଳେ ଆଲିଆ ଭଟ୍ଟ ନାୟିକା ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ଏଇ ଚଳଚ୍ଚିତ୍ରରେ ଅଜୟ ଦେବଗନ୍, ଅଲିଭିଆ ମରିସ୍ ଏବଂ ନାୟିକା ଭୂମିକାରେ ଅଛନ୍ତି ଆ‌ଲିଆ ଭଟ୍ଟ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ