ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଦୀର୍ଘ ଦିନ ପରେ ରେଡ୍ ଜୋନ୍‌କୁ ଗଲା ଖୋର୍ଦ୍ଧା ଜିଲ୍ଲା, ଭୁବନେଶ୍ବରରେ ବଢୁଛି ଆକ୍ଟିଭ୍ କେସ୍

ଭୁବନେଶ୍ବର ୧୩।୧୦: କରୋନା ସଂକ୍ରମଣ ବଢିବାରୁ ରେଡ୍ ଜୋନ୍ କୁ ଗଲା ଖୋର୍ଦ୍ଧା ଜିଲ୍ଲା । ପଜିଟିଭ୍ ରେଡ୍ ଏବଂ ଆକ୍ଟିଭ୍ କେସ୍ କୁ ଦେଖି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଦୈନିକ ୪୦୦ରୁ ୬୦୦ ସଂକ୍ରମଣ ରହୁଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

ପର୍ବ ପର୍ବାଣୀ ଯୋଗୁଁ ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଅଧିକ ଲୋକ ଆସୁଛନ୍ତି । ଏଠି ସଂକ୍ରମଣ ଟିକିଏ ବଢ଼ିଛି । ରାଜ୍ୟର ସଂକ୍ରମଣ ଉପର ତଳ ହେଉଛି । ଏବେ ଦୈନିକ ସଂକ୍ରମଣ ୪ଶହରୁ ବଢି ୬ଶହ ରହୁଛି । ଏହା ନିହାତି ଭାବେ ଚିନ୍ତାଜନକ । ଟେଷ୍ଟ ପଜିଟିଭ୍ ରେଟ୍, ଆକ୍ଟିଭ୍ କେସକୁ ଦେଖି ଆମେ ରେଡ୍ ଜୋନ୍ କରୁଛୁ । ଲୋକମାନଙ୍କୁ ସବୁବେଳେ ସଚେତନ ରହିବାକୁ ହେବ । ସଚେତନ ରହିଲେ ହିଁ ଆମେ ସଂକ୍ରମଣକୁ ରୋକି ପାରିବା ବୋଲି ଡ଼ିଏମଇଟି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୩୨୮୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୨୦୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୧୯୭୬୪ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୦୮୨୭୯୨୦ ସାମ୍ପୁଲ ଟେଷ୍ଟ୍ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ