ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ


ମେଷ: ଆପଣଙ୍କ ମନ ଧର୍ମ କାର୍ଯ୍ୟରେ ଲାଗି ରହିବ। କୌଣସି କାମରେ ଲୋକଙ୍କର ସହଯୋଗ ପାଇବେ। । ଜୀବନସାଥୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ।

ବୃଷ: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଟଙ୍କା ପଇସା ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ।

ମିଥୁନ: ଆପଣଙ୍କୁ ଶୀଘ୍ର କୌଣସି ନୂଆ ଦାୟିତ୍ବ ମିଳିବ। ପ୍ରିୟଜନଙ୍କ ସହ ଲାଗି ରହିଥିବା ମନାନ୍ତର ଦୂର ହେବ। ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ।

କର୍କଟ: ଆପଣ ଭାବିଥିବା କାମ ପୂରା ହୋଇଯିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ବନ୍ଧୁଙ୍କୁ ଏଭଳି କିଛି କହନ୍ତୁ ନାହିଁ ଯାହାଦ୍ବାରା ଅଶାନ୍ତି ବଢ଼ିବ।

ସିଂହ: ଜୀବନସାଥୀଙ୍କ ସହ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ। ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ଆଗକୁ ବଢ଼ିବା ଲାଗି କିଛି ନୂଆ କରିବେ।

କନ୍ୟା: ପରିବାରର ସବୁ ଲୋକ ପରସ୍ପରଙ୍କୁ ସାହାଯ୍ୟ କରିବେ। ଅଫିସରେ ଆପଣଙ୍କୁ ନୂଆ କାମ ମିଳିପାରେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

ତୁଳା: କାର୍ଯ୍ୟକ୍ଷେତ୍ରରେ ଭଲଭାବେ କାମ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ସରକାରୀ ଚାକିରିଆଙ୍କୁ ଭଲ ଖବର ମିଳିବ। ଆପଣ କବିତା ଲେଖି ପାରନ୍ତି।

ବିଛା: ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କର ଆୟ ବୃଦ୍ଧି ହେବ। କୌଣସି କଥାରେ ପରିବାରରେ ସମସ୍ତେ ଏକମତ ହେବେ। ବ୍ୟବସାୟରେ ନୂଆ ପ୍ରୟୋଗ କରି ସଫଳ ହେବେ।

ଧନୁ: ନୂଆ ଲୋକଙ୍କ ସହ ମିଶନ୍ତୁ, ଆପଣଙ୍କୁ ଲାଭ ହେବ। ଆମଦାନି ବୃଦ୍ଧି ଲାଗି ଆପଣଙ୍କ ମୁଣ୍ଡକୁ ନୂଆ ଯୋଜନା ଆସିବ। ଜମି ଦଲାଲଙ୍କୁ ଆଶାଠୁଁ ଅଧିକ ଧନଲାଭ ହେବ।

ମକର: ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

କୁମ୍ଭ: ଅଭିଭାବକଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ। କୌଣସି ଧାର୍ମିକ କାର୍ଯ୍ୟ‌ କରିବେ। ଅଫିସରେ ସବୁ ଲୋକଙ୍କ ସହ ଭଲ ତାଳମେଳ ରହିବ।

ମୀନ: ଅଫିସର ଉତ୍ତମ ପରିବେଶ ଆପଣଙ୍କୁ ଖୁସି କରିବ। କର୍ତ୍ତୃପକ୍ଷ ଆପଣଙ୍କୁ ଉପହାର ସରୂପ କୌଣସି ଉପଯୋଗୀ ଜିନିଷ ଦେବେ। କାରବାରରେ ଆଶାଠୁଁ ଅଧିକ ଲାଭ ହେବ।

NewsLaxmi7

About Author

You may also like

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ
ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ