ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

୭୮ ବର୍ଷର ବରକୁ ୭୯ ବର୍ଷୀୟା କନିଆ, ଅନଲାଇନରେ ଆରମ୍ଭ ହୋଇଥିଲା ପ୍ରେମ

ପ୍ରେମ ପାଇଁ ନା ଥାଏ ବୟସ, ନା ଥାଏ ରଙ୍ଗ । କେଉଁଠି ନାବାଳିକ, ନାବାଳିକା ନିଜ ଇଛାରେ ବାହା ହେଲେଣି ତ ଆଉ କେଉଁଠି ବୟସର ବାର୍ଦ୍ଧକ୍ୟରେ ଆସି ମଧ୍ୟ ଲୋକ ପ୍ରେମରେ ପଡ଼ି ବାହା ହେଉଛନ୍ତି । ସେହିପରି ୭୮ ବର୍ଷୀୟ ଜିମ ଏଡମ୍ସ ଓ ୭୯ ବର୍ଷୀୟା ଆଡ୍ରେ କାଉଣ୍ଟସଙ୍କ ପ୍ରେମ କାହାଣୀ ରହିଛି । ପ୍ରଥମେ ସେମାନଙ୍କ ମଧ୍ୟରେ ବନ୍ଧୁତ୍ୱ ଆରମ୍ଭ ହୋଇଥିଲା ଓ ପରେ ଦୁହେଁ ପରସ୍ପରକୁ ଜୀବନସାଥୀ ଭାବେ ଚାହିଁଥିଲେ । ପ୍ରାୟ ୮ ମାସର ରୋମାନ୍ସ ପରେ ଦୁହେଁ ୨୫ ସେପ୍ଟେମ୍ବରକୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏବେ ସେମାନଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ କନାଡାର ଏହି ଦମ୍ପତ୍ତିଙ୍କୁ ଲୋକମାନେ ଶୁଭକାମନା ଜଣାଉଛନ୍ତି ।

ଖବର ମୁତାବକ, ଜିମ ଏଡମ୍ସ ଜଣେ ଅବସରପ୍ରାପ୍ତ ପ୍ରଫେସର ସହିତ ଚିତ୍ରକାର । ସେ ୨୦୧୭ ମସିହାରେ ନିଜ ପତ୍ନୀଙ୍କୁ ସବୁଦିନ ପାଇଁ ହରାଇଥିଲେ । ଦୁହିଁଙ୍କ ବାହାଘର ୩୮ ବର୍ଷ ପୂର୍ବେ ହୋଇଥିଲା । ଫଳରେ ମହାମାରୀ ସମୟରେ ସେ ଡେଟିଂ ଆପରେ ଯୋଗଦେଇଥିଲେ । ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ଏକ ଡେଟିଂ ଆପ୍ ଥିଲା, ଯେଉଁଠାରେ ୭୯ ବର୍ଷୀୟା ଆଡ୍ରେଙ୍କ ସହ ତାଙ୍କର ଭେଟ ହୋଇଥିଲା । ଆଡ୍ରେ ଜଣେ ଅବସରପ୍ରାପ୍ତ ପଲିସି ବ୍ରୋକର ଥିବା ବେଳେ ତାଙ୍କର ୩୩ ବର୍ଷ ପୂର୍ବେ ତଲାକ୍ ହୋଇଥିଲା । ଆପ୍ ଜରିଆରେ ଆଡ୍ରେ ଓ ଏଡମ୍ସଙ୍କ ମଧ୍ୟରେ ବନ୍ଧୁତ୍ୱ ହେବା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ