ଦେଶ ବିଦେଶ ମନୋରଞ୍ଜନ

ଆରୟନଙ୍କ ପରେ ଗିରଫ ହୋଇପାରନ୍ତି ଶାହାରୁଖଙ୍କ ଡ୍ରାଇଭର, ଚାଲିଛି ପଚରାଉଚରା

ମୁମ୍ବାଇ: ନିକଟରେ ମୁମ୍ବାଇରୁ ଗୋଆକୁ ଯାଉଥିବା ଏକ କ୍ରୁଜ୍ ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ବଲିଉଡର କିଙ୍ଗ ଖାନ୍ ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ଏନସିବି ଗିରଫ କରିଥିଲା। ଗତକାଲି ଆରୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଏବେ ତାଙ୍କୁ ଆର୍ଥୁର ଜେଲରେ ରଖାଯାଇଛି। ତେବେ ଆରୟନଙ୍କ ପରେ ଏବେ ଏନସିବି ଟାର୍ଗେଟରେ ରହିଛନ୍ତି କିଙ୍ଗ ଖାନ ଶାହାରୁଖଙ୍କ ଡ୍ରାଇଭର। ଡ୍ରଗ୍ସ କାରବାର ମାମଲାରେ ଅଧିକ ସୂଚନା ପାଇଁ ଏନସିବି ଏବେ ଶାହାରୁଖଙ୍କ ଡ୍ରାଇଭରକୁ ପଚରାଉଚରା କରୁଥିବା ଜଣାପଡ଼ିଛି।


ବର୍ତ୍ତମାନ ପର୍ଯ୍ୟନ୍ତ ଖାନ ପରିବାର କିମ୍ବା ପରିବାର ସହ ଜଡିତ କୌଣସି ବ୍ୟକ୍ତିଙ୍କୁ ପ୍ରଶ୍ନ କରାଯାଇ ନଥିଲା। ହେଲେ ଏବେ ଏନସିବି କିଙ୍ଗ ଖାନଙ୍କ ଡ୍ରାଇଭରକୁ ସମନ ପଠାଇ ଆରୟନଙ୍କ ସହ ଜଡ଼ିତ ପ୍ରଶ୍ନ ପଚାରୁଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଗତକାଲି ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଜାମିନ ଆବେଦନ ଖାରଜ କରିଥିଲେ ମୁମ୍ବାଇର ଏସପ୍ଲାନେଡ କୋର୍ଟ। ଆରୟନଙ୍କ ସହ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ମଧ୍ୟ ଜେଲରେ ରହିବେ ବୋଲି ଜଣାପଡ଼ିଛି। ଗୋଆ ଅଭିମୁଖେ ଯାତ୍ରାରତ ‘କ୍ରୁଜ୍‌ ପାର୍ଟି’କୁ ବର୍ଣ୍ଣାଢ୍ୟ କରିବା ଲାଗି ଆର୍‌ୟନ୍‌ ଖାନ୍‌ଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଡ୍ରଗ୍‌ ସହ ତାଙ୍କର କୌଣସି ସମ୍ପର୍କ ନ ଥିବା କଥା ଗୁରୁବାର ଦିନ ତାଙ୍କ ଓକିଲ ଅଦାଲତଙ୍କୁ କହିଥିଲେ। ଅନେକ ତର୍କ ବିତର୍କ ପରେ ବି ଆରୟନଙ୍କ ଓକିଲ ତାଙ୍କୁ ଜାମିନ ଦେବାରେ ବିଫଳ ହୋଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ