ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଡ୍ରୋନ୍‌ ସାହାଯ୍ୟରେ ମଣିପୁରରେ ହେଲା ଟିକା ବିତରଣ; ଡ୍ରୋନ୍‌ରେ ଟିକା ବିତରଣ କରିବାରେ ଭାରତ ଦକ୍ଷିଣ ପୂର୍ବ ଏସିଆରେ ପ୍ରଥମ ଦେଶ

ନୂଆଦିଲ୍ଲୀ: ମାନବ ବିହୀନ ବିମାନ ଡ୍ରୋନ୍‌ ସାହାଯ୍ୟରେ ଆଜି ମଣିପୁରର ‘ଭାସମାନ ଦ୍ୱୀପପୁଞ୍ଜ’ରେ ରହୁଥିବା ଲୋକଙ୍କୁ କରୋନା ଟିକା ବିତରଣ ଓ ପ୍ରଦାନ କରାଯାଇଛି। ଡ୍ରୋନ୍‌ ସାହାଯ୍ୟରେ ଟିକା ପ୍ରଦାନ କରିବାରେ ଦକ୍ଷିଣ ପୂର୍ବ ଏସିଆର ଭାରତ ହେଉଛି ପ୍ରଥମ ଦେଶ। ଦେଶର ସର୍ବୋଚ୍ଚ ଡାକ୍ତରୀ ସଂସ୍ଥା ଆଇସିଏମଆର ଆଜି ସଫଳତାର ସହିତ ମଣିପୁରର ବିଷ୍ଣୁପୁରରୁ ଲୋକକ ହ୍ରଦ ଦେଇ କରଙ୍ଗ ଦ୍ୱୀପକୁ ସଫଳତାର ସହ ଡ୍ରୋନ୍‌ ସାହାଯ୍ୟରେ ଟିକା ବିତରଣ କରା ଯାଇଥିଲା। ଆଗାମୀ ଦିନରେ ଡ୍ରୋନ୍‌ ସାହାଯ୍ୟରେ ମଣିପୁରର ଆଉ ଦୁଇଟି ଜିଲ୍ଲାରେ ଟିକା ବିତରଣ ପାଇଁ ଅଧିକାରୀମାନେ ଯୋଜନା ରଖିିଛନ୍ତି।

ଆଇସିଏମଆରର ଅଧିକାରୀମାନେ ଗଣମାଧ୍ୟମକୁ କହିଛନ୍ତି ଯେ ସମ୍ପୂର୍ଣ୍ଣ ‘ମେଡ୍‌-ଇନ୍‌-ଇଣ୍ଡିଆ’ ଡ୍ରୋନ୍‌ ସାହାଯ୍ୟରେ ବିଷ୍ଣୁପୁର ଜିଲ୍ଲା ହସ୍ପିଟାଲରୁ ସ୍ୱୟଂଚାଳିତ ମୋଡରେ ଉଡ଼ି ପ୍ରାୟ ୩୧ କିଲୋମିଟର ଦୂରରେ ଥିବା କରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଛି। ସଡ଼କ ପଥରେ ଏହି ଯାତ୍ରା ପ୍ରାୟ ଚାରି ଘଣ୍ଟା ଲାଗିଥାଆନ୍ତା। ଉତ୍ତର-ପୂର୍ବ ଭାରତରେ ‘ଡ୍ରୋନ୍‌ ଆଧାରିତ ଟିକା ବିତରଣ ବ୍ୟବସ୍ଥା’ ପାଇଁ ଆଇସିଏମ୍‌ଆର ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି। ୧୫ ମିନିଟରେ ୩୧ କିଲୋମିଟରର ଦୂରତା ଅତିକ୍ରମ କରି ଟିକା ବିଷ୍ଣୁପୁର ଜିଲ୍ଲା ଡାକ୍ତରଖାନାରୁ କରୀଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ର, ମଣିପୁରର ଲୋକକ ହ୍ରଦକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଦୂରତା ଅତିକ୍ରମ କରିବାକୁ ସାଧାରଣତଃ ୩ରୁ ୪ ଘଣ୍ଟା ଲାଗିଥାଏ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଟ୍ଵିିଟ୍‌ କରି କହିଛନ୍ତି। ଡ୍ରୋନ୍‌ ଟେକ୍ନୋଲୋଜି ସ୍ୱାସ୍ଥ୍ୟସେବା ଯୋଗାଣ ଓ ବିତରଣକୁ ତ୍ୱରାନ୍ଵିତ କରିବ ଏବଂ ଜୀବନ ରକ୍ଷାକାରୀ ତଥା ଜରୁରୀକାଳୀନ ଔଷଧର ଯୋଗାଣ ପରିସରକୁ ବିସ୍ତାର କରିବ ବୋଲି ମନ୍ତ୍ରୀ ଶ୍ରୀ ମାଣ୍ଡଭିଆ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ