ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ବଜାରକୁ ଆସିଗଲା ଉଡ଼ନ୍ତା କାର ! ମାତ୍ର ୩ ମିନିଟରେ ହେଉଛି ଜାହାଜରେ ପରିଣତ

ନୂଆଦିଲ୍ଲୀ: ଉଡ଼ନ୍ତା କାର ଆମେ ପ୍ରଥମେ ୨୦୫୦ ଚଳଚିତ୍ରେ ଦେଖିଥିବା । ତାହା ପୁଣି ପୁରା କାଳ୍ପନିକ । ସେହି ଫିଲ୍ମରେ ଏହା ଦର୍ଶାଯାଇଥିଲାଯେ ଆମ ବିଶ୍ୱ ୨୦୫୦ ବେଳକୁ ଉଡ଼ନ୍ତ କାର ନିର୍ମାଣ କରି ଆକାଶରେ ଉଡ଼ୁଥିବ । ତେବେ ସେସବୁ ହେଉଛି ସମ୍ପୂର୍ଣ୍ଣ କାଳ୍ପନିକ, ସେଥିରେ ଏକ ପ୍ରତିଶତବି ସତ୍ୟତା ନଥିଲା । କିନ୍ତୁ ଏବେ ଏହି କାଳ୍ପନି ଉଡ଼ନ୍ତା କାର ଏବେ ସତରେ ପରିଣତ ହୋଇଛି ।

ଗତ ତିରିଶ ବର୍ଷ ହେବ ସ୍ଲୋଭାକିଆର ଏକ କମ୍ପାନୀ ଉଡ଼ନ୍ତା କାର ଉପରେ କଠିନ ପରିଶ୍ରମ କରିଆସୁଛି । ଏହି କମ୍ପାନୀର ସ୍ୱପ୍ନ ବର୍ତ୍ତମାନ ପୂରଣ ହେବାକୁ ଯାଉଛି । କ୍ଲିନ୍ ଭିଜନ୍ ନାମକ ଏହି କମ୍ପାନୀ ନିକଟରେ ଏକ ଫ୍ଲାଇଙ୍ଗ୍ କାରର ପରୀକ୍ଷା କରିଛି ଯାହାକି ବିଶ୍ୱର ଭବିଷ୍ୟତର ଯାନ ଭାବରେ ପରିଗଣିତହେଉଛି ।


ଏହି ଏୟାରକାର୍ କେବଳ ଭୂମିରେ ଚାଲିବ ନାହିଁ, ବରଂ ଆକାଶରେ ଉଡ଼ିବାରେ ମଧ୍ୟ ସଫଳ ହେବ । ଏହି କାରର ବିଶେଷ କଥା ହେଉଛି ଏହି କାରଟି ମାତ୍ର ତିନି ମିନିଟ ମଧ୍ୟରେ ଏକ ବିମାନରେ ପରିଣତ ହୁଏ ।


ଏହାର ଓଜନ ହେଉଛି ୧୧୦୦ କିଲୋଗ୍ରାମ । ଏବଂ ଏଥିରେ ୨୦୦ କିଲୋଗ୍ରାମ ଓଜନ ଲୋଡ କରାଯାଇପାରିବ । ରିସର୍ଚ ଏବଂ ଡେଭଲପମେଣ୍ଟ ସଂସ୍ଥା କ୍ଲିନ ଭିଜନ ନିକଟରେ ୟୁଟ୍ୟୁବ ସେୟାରରେ ଏୟାରକାରର ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ମଧ୍ୟ ବହୁତ ଭାଇରାଲ ହେବାରେ ଲାଗିଛି ।

କ୍ଲିନ୍ ଭିଜନ ଏହାର ୟୁଟ୍ୟୁବ୍ ଚ୍ୟାନେଲରେ ଏହି କାରର ଭିଡିଓରେ ଲେଖିଛନ୍ତି – ନୂଆ ପିଢ଼ିର ଫ୍ଲାଇଙ୍ଗ କାରଗୁଡିକ ମାତ୍ର ତିନି ମିନିଟରେ ରାସ୍ତାରେ ଚାଲୁଥିବା କାରରୁ ଏୟାର କାରରେ ପରିଣତ ହୋଇପାରେ । ଏହି ଭିଡିଓରେ ଏହା ଦେଖିବାକୁ ମିଳେଯେ ଏହି ଏୟାରକାର୍ ପ୍ରଥମେ କାରରୁ ବିମାନରେ ପରିଣତ ହୁଏ ଏବଂ ଅବତରଣ କରିବା ପରେ ଏହା ରାସ୍ତାରେ ଚାଲୁଥିବା କାର ପରି ଦେଖାଯାଏ ।


ଅଟୋ ଇଭୋଲ୍ୟୁସନ ଅନୁଯାୟୀ, ୨୦୧୯ ରେ ଅନ୍ତିମ ଏୟାର ପ୍ରୋଟୋଟାଇପ୍ ଜନସାଧାରଣଙ୍କ ନିକଟରେ ପରିଚିତ ହୋଇଥିଲା । ଏହି ଏୟାରକାର୍ ଟେଷ୍ଟ ଉଡ଼ାଣ ସ୍ଲୋଭାକିଆର ଏକ ବିମାନବନ୍ଦରରେ କରାଯାଇଥିଲା । ତେବେ ପରୀକ୍ଷଣରେ ବିମାନଗୁଡ଼ିକ ଦୁଇଟି ଟେକ୍ ଅଫ୍ ଏବଂ ଦୁଇଟି ଅବତରଣକୁ ନେଇ ଗଠିତ ହୋଇଥିଲା । ସମସ୍ତ ଚାରିଟି ପରୀକ୍ଷଣ ବହୁତ ସଫଳ ମଧ୍ୟ ହୋଇଥିଲା ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ