କଳା ଓ ସଂସ୍କୃତି ଧର୍ମ

ଶାରଦୀୟ ନବରାତ୍ର ଆରମ୍ଭ: ଜାଣନ୍ତୁ କେବେ କରିବେ ପୂଜା ଆରମ୍ଭ ଓ ଘଟସ୍ଥାପନାର ଶୁଭ ମୁହୂର୍ତ୍ତ

ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ପ୍ରତିବର୍ଷ ଶାରଦୀୟ ନବରାତ୍ର ଆରମ୍ଭ ହୋଇଯାଏ । ଚଳିତ ବର୍ଷ ନବରାତ୍ର ଅକ୍ଟୋବର ୭ ତାରିଖ ଗୁରୁବାର ଠାରୁ ଆରମ୍ଭ ହୋଇଛି । ନବରାତ୍ରରେ ୯ ଦିନ ପାଇଁ ମା’ ଦୁର୍ଗା ଧରାପୃଷ୍ଠରେ ଅବତରଣ କରିଥାନ୍ତି । ତେଣୁ ଏହି ୯ଦିନ ମା’ଙ୍କ ର ଖୁବ୍ ଧୁମଧାମରେ ପୂଜା କରାଯାଇଥାଏ । ସବୁ ପ୍ରକାର ବିଧିବିଧାନର ସହିତ ମା’ଙ୍କୁ ଏହି ୯ଦିନ ପୂଜା କରାଯାଏ । ଏହି ସମୟରୋ ମା’ ଖୁବ୍ ପ୍ରସନ୍ନ ରହିଥାନ୍ତି । ଏହି ୯ଦିନରେ ଲୋକମାନେ ବିଶେଷ ରୂପରେ ପୂଜା ଆରାଧନା କରିଥାନ୍ତି ଓ ଉପବାସ ବି ରଖିଥାନ୍ତି । ତେବେ ଚଳିତ ବର୍ଷ ନବରାତ୍ର ୯ଦିନ ବଦଳରେ ୮ ଦିନ ରହିବ । ତେବେ ନବରାତ୍ରର ପ୍ରଥମ ଦିନର ପ୍ରତିପଦା ତିଥିରେ କଳଶ ସ୍ଥାପନା ସହିତ ଦେବୀ ଦୁର୍ଗାଙ୍କର ପ୍ରଥମ ସ୍ୱରୂପର ପୂଜାର୍ଚ୍ଚନା କରାଯାଇଥାଏ ।

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିର ଆରମ୍ଭ ଅକ୍ଟୋବର ୬ ତାରିଖ ସନ୍ଧ୍ୟା ୪ଟା ୩୫ରୁ ହୋଇ ଅକ୍ଟୋବର ୭ ତାରିଖ ଦ୍ୱିପହର ୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ରହିବ । ତେବେ ଆଜି ପ୍ରତିପଦା ତିଥିର ସୂର୍ଯ୍ୟୋଦୟ ହେବାସହିତ ଶାରଦୀୟ ନବରାତ୍ର ଆରମ୍ଭ ହୋଇଯିବ । ତେଣୁ ଆଜି ଅର୍ଥାତ୍ ଅକ୍ଟୋବର ୭ ତାରିଖରୁ କଳଶ ସ୍ଥାପନା ପୂଜା ଆରମ୍ଭ ହେଉଥିବା ବେଳେ ଏହାର ଅଭିଜୀତ ମୁହୂର୍ତ୍ତ ୧୧ଟା ୫୨ ମିନିଟ୍ ରୁ ଆରମ୍ଭ ହୋଇ ୧୨ଟା ୩୮ ପର୍ଯ୍ୟନ୍ତ ରହିବ । ତେଣୁ ଏହି ସମୟରେ କଳଶ ସ୍ଥାପନା କରିବା ଶୁଭ ହୋଇଥାଏ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ