ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସାମ୍ନାକୁ ଆସିଲା ଅନଲାଇନ୍ ପାଠପଢ଼ାର ସତ, କେନ୍ଦ୍ରକୁ ରିପୋର୍ଟ ଦେଲା ଓଡ଼ିଶା

ଭୁବନେଶ୍ୱର : କରୋନା ମହାମାରୀ ପାଇଁ ଶିକ୍ଷା ବ୍ୟବସ୍ଥା ବିଶେଷ ପ୍ରଭାବିତ ହୋଇଛି । ଏଥିରେ ସୁଧାର ଆଣିବା ପାଇଁ ସମଗ୍ର ଦେଶରେ ଅନଲାଇନ୍ ପାଠପଢ଼ା ଆରମ୍ଭ କରିଥିଲେ ସରକାର । କିନ୍ତୁ ଏହି ଅନଲାଇନ୍ ପାଠପଢ଼ାର ଫାଇଦା କେହି ଉଠାଇଥିଲେ ତ ଆଉ କାହା ପାଖରେ ପହଞ୍ଚିପାରିନଥିଲା । ଯାହାର ସତ ଏବେ ସାମ୍ନାକୁ ଆସିଛି । ଅନଲାଇନ୍ ପାଠପଢ଼ା ନେଇ କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ଦେଇଛି ଓଡ଼ିଶା, ଯେଉଁଥିରେ ରାଜ୍ୟର ୧୫ ଲକ୍ଷ ପିଲାଙ୍କ ପାଖରେ ମୋବାଇଲ ନଥିବା ଉଲ୍ଲେଖ ରହିଛି ।

ତେବେ ରାଜ୍ୟର ୧୫ ଲକ୍ଷ ୮ ହଜାର ୯୩୭ ପିଲାଙ୍କ ପାଖରେ ନାହିଁ ଡିଜିଟାଲ ଡିଭାଇସ୍ । ୬ ରାଜ୍ୟର ଅଧିକାଂଶ ପିଲାଙ୍କ ପାଖରେ ମୋବାଇଲ ନାହିଁ । ସେହି ୬ଟି ରାଜ୍ୟ ମଧ୍ୟରେ ରହିଛି ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଆସାମ, କର୍ଣ୍ଣାଟକ ଓ ତାମିଲନାଡୁ । ରାଜ୍ୟରେ ମୋଟ୍ ୬୭ ହଜାର ୨୦ଟି ସ୍କୁଲ ରହିଛି, ସେଥିରେ ୩ ଲକ୍ଷ ୪୮ ହଜାର ୨୪୯ ଜଣ ଶିକ୍ଷକ ଅଛନ୍ତି । ରାଜ୍ୟରେ ୭୬ ଲକ୍ଷ ୭୬ ହଜାର ୮୯୪ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି