ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଆଖି ତଳେ ପଡୁଛି କି କଳା ଦାଗ ? ଆପଣାନ୍ତୁ ଘରୋଇ ଉପଚାର..

ନୂଆଦିଲ୍ଲୀ ୦୨/୧୦ : ମଣିଷର ଶରୀର ସୁସ୍ଥ ରହିଲେ ସବୁ କିଛି ଠିକ୍ ରହିଥାଏ । ଶରୀର ମଧ୍ୟରେ ଆଖି ହେଉଛି ଆମର ସବୁଠାରୁ ସମ୍ବେଦନଶୀଳ ବା ସୌନ୍ଦର୍ଯ୍ୟମୟ ଅଙ୍ଗ ହୋଇଥାଏ। ତେବେ ଆଖିର ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ବହୁବାର ଆମେ ଡାକ୍ତରଙ୍କୁ ପରାମର୍ଶ ନେଇଥାଉ । ତେବେ ଘରୋଇ ଉପଚାର ଦ୍ୱାରା ଆମେ ଆଖିର ଯତ୍ନ ନେଇ ପାରିବା । କାହିଁକ ନା କାମ କାର୍ଯ୍ୟର ଚାପ, ମାନସିକ ଅଶାନ୍ତି ବଢ଼ିଲେ ହିଁ ଆଖିତଳ କଳାଦାଗ ପଡିବା ସହିତ ଦୃଷ୍ଟି ଶକ୍ତି ମଧ୍ୟ କମ୍ ହେବା ସହ ଆଖି ଉପରେ ଚାପ ପଡିଥାଏ । ଏଥିପାଇଁ ସହଜ ଓ ଘରୋଇ ଉପାୟରେ ଆମେ ଏହାର ଉପଚାର କରିପାରିବା । ତେବେ ଜାଣନ୍ତୁ ଏହାର ଘରୋଇ ଉପଚାର ବିଷୟରେ…

ଯଦି ଆପଣ ବାହାରକୁ ଯାଉଛନ୍ତି, ତେବେ ଯିବା ପୂର୍ବରୁ ସନ୍‌ ଗ୍ଲାସ୍ ଲଗାଇବା ଜରୁରୀ ଅଟେ। ବାହାରୁ ଆସିବା ପରେ ଆଖିରେ ଥଣ୍ଡା ପାଣିରେ ଧୋଇବା ଅତ୍ୟନ୍ତ ଆବଶ୍ୟକ । ଏହା ଦ୍ୱାରା ଆଖି ଭିତରେ ଥିବା ସମସ୍ତ ମଇଳା ସଫା ହୋଇଥାଏ ।
ନିୟମିତ ପର୍ଯ୍ୟାପ୍ତ ପରିମାଣରେ ଅଧିକ ସମୟ ଶୋଇଲେ ଆଖି ତଳ କଳାଦାଗର ସମସ୍ୟା ଉପୁଜିନଥାଏ । ତେବେ ବାହାରକୁ ଯିବା ପୂର୍ବରୁ ଆଖି ତଳେ ସନ୍‌‌ସ୍କ୍ରିନ୍ ଲଗାଇ ତାହାକୁ ଭଲଭାବେ ମାଲିସ୍ କରିବା ଉଚିତ । ଏହା ଦ୍ୱାରା ଆଖି ଫୁଲିବା ଓ କଳା ଦାଗର ସମସ୍ୟା ଦ୍ୟର ହୋଇଥାଏ ।
ଏଥିପାଇଁ ନିୟମିତ ଆଖି ତଳେ ବାଦାମ ତେଲ ଲଗାଇଲେ ଆଖି ତଳ କଳାଦାଗ ଦୂର ହୋଇଥାଏ । ନିୟମିତ ଭାବେ ଦିନକୁ ୫ରୁ ୬ ଥର ଥଣ୍ଡା ପାଣିରେ ଆଖି ଓ ଚାରିପାଖରେ ପାଣିରେ ଧୁଅନ୍ତୁ । ଖରାରୁ ଆସିବା ପରେ ବରଫ ଘଷିଲେ ଏହା ଆଖି ପାଇଁ ଅତ୍ୟନ୍ତ ଲାଭ ଦାୟକ ।
ସେହିପରି ପୁଦିନାରେ ଥିବା ପୋଷକ ତତ୍ତ୍ୱ ଆଖି ତଳର କଳା ଦାଗକୁ ଦୂର କରିଥାଏ । ପୁଦିନାରେ ଥିବା ଆଣ୍ଟିସେଫ୍ଟିକ, ଆଣ୍ଟିବ୍ୟାକ୍ଟେରିଅଲ ଗୁଣ ଆଖିତଳକୁ କଳା ହେବାରୁ ରକ୍ଷା କରିଥାଏ । ପୁଦିନା ଓ ଟମାଟୋ ଓ ଲେମ୍ବୁରସ ମିଶ୍ରଣରେ ଏକ ପେଷ୍ଟ ପ୍ରସ୍ତୁତ କରି ଆଖି ଥଲେ ଲଗାନ୍ତୁ । ଏପରି ସପ୍ତାହକୁ ୩ ରୁ ୪ ଥର ଲଗାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।
ଦହିରେ ବେସନ ଅଳ୍ପ ମିଶାଇ ଆଖି ଚାରିପାଖରେ ଲଗାଇ ୫ ମିନିଟ୍ ପରେ ଧୋଇନେବେ। ଏହି ଭଳି ପ୍ରତିଦିନ କରିବା ଦ୍ୱାରା କଳା ଦାଗ ଦୂର ହୋଇଥାଏ । ଆଳୁ ରସକୁ ଦିନକୁ ୨ ଥର ଆଖି ତଳେ ଲଗାଇଲେ କଳା ଦାଗ ଦୂର ହୋଇଥାଏ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ