ନୂଆଦିଲ୍ଲୀ ୦୧/୧୦: ଶିଳ୍ପା ଏବଂ ଅକ୍ଷୟ କୁମାରଙ୍କ ରୋମାନ୍ସ ବିଷୟରେ ବଲିଉଡରେ ଅନେକ ଚର୍ଚ୍ଚା ହୋଇଥିଲା। ଏପରିକି ସେମାନେ ଖୁବ୍ ଶୀଘ୍ର ବିବାହ କରିବେ ବୋଲି ଲୋକମାନେ କଳ୍ପନା କରିବା ଆରମ୍ଭ କରିଥିଲେ। ଅବଶ୍ୟ, ଏହା ହୋଇ ପାରିନଥିଲା ଏବଂ ଅକ୍ଷୟଙ୍କ ପକ୍ଷରୁ ଏହି ସମ୍ପର୍କ ଶେଷ ହୋଇଯାଇଥିଲା। ସେ ଶିଳ୍ପାଙ୍କୁ ଛାଡି ଟ୍ୱିଙ୍କଲ ଖାନ୍ନାଙ୍କୁ ବିବାହ କରିଥିଲେ। ସେହି ସମୟରେ ଝିଅମାନଙ୍କ ମାମଲାରେ ଅକ୍ଷୟ ବହୁତ ଫେମସ୍ ଥିଲେ ଏବଂ ତାଙ୍କ ନାମ ରବିନା ଟଣ୍ଡନଙ୍କ ଠାରୁ ଶିଳ୍ପା ଶେଟ୍ଟୀ ପର୍ଯ୍ୟନ୍ତ ଅନେକ ଅଭିନେତ୍ରୀଙ୍କ ସହ ଜଡିତ ଥିଲା।
जब Shilpa Shetty ने लगाया था Akshay Kumar पर आरोप- अक्षय धोखेबाज हैं, मेरे साथ रिश्ते में रहरते हुए ट्विंकल को डेट कर रहे थे
‘ମେଁ ଖିଲାଡି ତୁ ଅନାଡି’ ଫିଲ୍ମର ସୁଟିଂ ସମୟରେ ଅକ୍ଷୟ ଏବଂ ଶିଳ୍ପା ନିକଟତର ହୋଇଥିଲେ। କିଛି ଦିନ ମଧ୍ୟରେ ସେମାନଙ୍କ ରୋମାନ୍ସର ଆଲୋଚନା ସବୁଆଡେ ବ୍ୟାପିଯାଇଥିଲା। କିନ୍ତୁ ପରେ ସେମାନଙ୍କର ବ୍ରେକଅପ୍ ହୋଇଯାଇଥିଲା। ପ୍ରେମ ଅପେକ୍ଷା ସେମାନଙ୍କ ବ୍ରେକଅପ୍ ଅଧିକ ଆଲୋଚନା ହୋଇଥିଲା।
୨୦୦୦ ମସିହାରେ ଏକ ଇଣ୍ଟରଭ୍ୟୁରେ ଶିଳ୍ପା ଏହି ବିଷୟରେ ଖୋଲାଖୋଲି ଭାବରେ କହିଥିଲେ। ସେ କହିଥିଲେ ଯେ ଅକ୍ଷୟ ତାଙ୍କ ସହ ରିଲେସନ୍ରେ ଥାଇ ମଧ୍ୟ ଟ୍ୱିଙ୍କଲଙ୍କୁ ଡେଟ୍ କରୁଥିଲେ। କେବଳ ଏତିକି ନୁହେଁ, ଏହି ମାମଲାରେ ଟ୍ୱିଙ୍କଲଙ୍କୁ ସେ କୌଣସି ଦୋଷ ଦେଇନଥିଲେ କାରଣ ସେ ବିଶ୍ୱାସ କରୁଥିଲେ ଯେ ଯେତେବେଳେ ନିଜର ପ୍ରେମିକ ମୋତେ ଧୋକା ଦେଉଛି, ତା’ହେଲେ ଏଥିରେ ଝିଅର ବା ଦୋଷ କ’ଣ?
This Actress Claims That Akshay Kumar Used Her And Double Dated Her
ଶିଳ୍ପାଙ୍କୁ ଅକ୍ଷୟଙ୍କ ସମ୍ପର୍କ ବିଷୟରେ ସେତେବେଳେ ଜଣାପଡିଥିଲା ଯେତେବେଳେ ସେ ଫିଲ୍ମ ‘ଧଡକନ’ ପାଇଁ ସୁଟିଂ କରୁଥିଲେ। ସେ ସେହି ସମୟରେ କିଛି କହି ନଥିଲେ ଯାହାଫଳରେ ଫିଲ୍ମଟି ସଠିକ୍ ଭାବରେ ସମାପ୍ତ ହେବ, କିନ୍ତୁ ପରେ ଶପଥ କରିଥିଲେ ଯେ ସେ ଆଉ ଅକ୍ଷୟଙ୍କ ସହିତ କାମ କରିବେ ନାହିଁ।

