କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଜଳେଶ୍ୱରରୁ ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୪ ଅଭିଯୁକ୍ତ ଗିରଫ

ଜଳେଶ୍ୱର: ବାଲେଶ୍ବର ଜିଲ୍ଲାର ଜଳେଶ୍ୱରରେ ବ୍ରାଉନସୁଗାର କାରବାର ଥମିବାର ନାଁ ନେଉନି। ଏଠାରେ ପୁଣି ୨୪୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ଦୁଇଟି ଅଲଗା ଅଲଗା ଜାଗାରୁ ଚଢାଉ କରି ପୁଲିସ ଓ ଅବକାରୀ ବିଭାଗ ଏହି ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ।
ପେଟ୍ରୋଲିଂ ବେଳେ ଝାଡେଶ୍ୱରପୁର ରାସ୍ତାରେ ଯାଉଥିବା ଜଣେ ଯୁବକକୁ ସନ୍ଦେହ କରି ଅଟକାଇଥିଲା ପୁଲିସ। ପୁଲିସ ତା ନିକଟରୁ ୨୪୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ଉକ୍ତ ଯୁବକଙ୍କୁ ଗିରଫ କରିଥିଲା । ଏଥି ସହ ଝାଡେଶ୍ୱରପୁର ଗାଁର ସେକ୍ ଜମାଲୁଦିନ ଓରଫ ସନିଆ ନାମକ ବ୍ୟକ୍ତିଙ୍କ ଘରେ ବ୍ରାଉନସୁଗାର ଗଚ୍ଛିତ ଥିବା ନେଇ ଜଳେଶ୍ୱର ପୁଲିସର ୨୦ ଜଣିଆ ଟିମ୍ ଚଢାଉ କରିଥିଲା। ଚଢାଉ ବେଳେ ସନିଆ ଘରୁ ଚମ୍ପଟ ମାରିଥିବା ବେଳେ ତାର ୩ ପୁଅକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ତେବେ ସନିଆ ଘରୁ କେତେ ପରିମାଣରେ ବ୍ରାଉନସୁଗାର ଜବତ ହୋଇଛି ସେନେଇ କୌଣସି ସୂଚନା ଦେଇନାହାନ୍ତି ପୁଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,