ଖେଳ ଦେଶ ବିଦେଶ ରାଜ୍ୟ

ମାଉଣ୍ଟ ଫ୍ରେଣ୍ଡସିପ୍‌ ଆରୋହଣ କଲେ ନୃସିଂହ

ଭୁବନେଶ୍ବର: ଓଡ଼ିଆ ପର୍ବତାରୋହୀ ନୃସିଂହ ଚରଣ ସାହୁ ହିମାଚଳ ପ୍ରଦେଶସ୍ଥିତ ସୋଲାଙ୍ଗ ଭ୍ୟାଲି ନିକଟସ୍ଥ ‘ମାଉଣ୍ଟ ଫ୍ରେଣ୍ଡସିପ୍‌’ (୫୨୮୯ ମିଟର ଉଚ୍ଚ)କୁ ସଫଳତାର ସହ ଆରୋହଣ କରିଛନ୍ତି। କରୋନା କାଳରେ ତାଙ୍କର ଯୋଜନା ମୁତାବକ ସମସ୍ତ ପର୍ବତାରୋହଣ କାର୍ଯ୍ୟକ୍ରମକୁ ବନ୍ଦ ରଖିଥିଲେ। ସରକାରଙ୍କ ନିୟମ କୋହଳ ହେବାରୁ ଦୀର୍ଘ ୧୫ ମାସ ପରେ ସେ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ‘ମାଉଣ୍ଟ ଫ୍ରେଣ୍ଡସିପ୍‌’ ଆରୋହଣ କାର୍ଯ୍ୟକ୍ରମ ଚଳିତ ମାସ ୨୧ରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହୋଇଥିଲା। ୨୩ରେ ନୃସିଂହ ତାଙ୍କ ସାଥୀ ପର୍ବତାରୋହୀମାନଙ୍କ ସହ ବେସ୍‌କ୍ୟାମ୍ପରେ ପହଞ୍ଚିଥିଲେ। ତେବେ ପାଣିପାଗ ପ୍ରତିକୂଳ ନଥିବାରୁ ଆଗକୁ ବଢ଼ିବା ସମ୍ଭବ ହୋଇନଥିଲା। ବର୍ଷା ‌ଯୋଗୁଁ ‌୨ ଦିନ ବେସ୍‌କ୍ୟାମ୍ପ୍‌ରେ ରହିବାକୁ ପଡ଼ିଥିଲା।

ପୂର୍ବ ନିର୍ଦ୍ଧାରିତ ଯୋଜନା ବଦଳାଇ ସାଥୀ ପର୍ବତାରୋହୀଙ୍କ ସହ କ୍ୟାମ୍ପ-୧ କୁ ଚଢିଥିଲେ। ପାଣିପାଗ ସୂଚନା ଅନୁସାରେ କେବଳ ସେହିଦିନ ଅନୁକୂଳ ଥିଲା ବୋଲି ଜାଣିବା ପରେ ୨୫ ତାରିଖ ରାତି ୧୨.୩୦ରୁ ‘ମାଉଣ୍ଟ ଫ୍ରେଣ୍ଡସିପ୍‌’ ଶିଖର ଛୁଇଁବା ଲକ୍ଷ୍ୟରେ ବାହାରି ପଡ଼ିଥିଲେ। ଏହା ଏକ ଛୋଟ ପାହାଡ଼ ହୋଇଥିଲେ ମଧ୍ୟ ଖରାପ ପାଗ ଯୋଗୁଁ ପହଞ୍ଚିଲା ବେଳକୁ ସକାଳ ୯.୩୦‌ ହୋଇଯାଇଥିଲା। ଅଧିକ ତୁଷାରପାତ ଯୋଗୁଁ ଆଣ୍ଠୁ ଯାଏ ବରଫ ଦବି ଯାଉଥିଲା। ‌ତେଣୁ ଶୀର୍ଷରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ୧୮ ଜଣଙ୍କ ମଧ୍ୟରୁ ୮ ଜଣ ଚଢ଼ିବାରେ ବିଫଳ ହୋଇଥିଲେ ବୋଲି ନୃସିଂହ କହିଛନ୍ତି। ନୃସିଂହ ଏହି କାର୍ଯ୍ୟକ୍ରମରେ ନିଜର ଜଣେ ଛାତ୍ରୀ ହରିୟାଣାର ମୀନୁ ଦେବୀଙ୍କୁ ସାଥୀରେ ନେଇ ଚଢିଥିଲେ। ମୀନୁ ମଧ୍ୟ ସଫଳତା ସହ ଶିଖର ଛୁଇଁଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ