ଭୁବନେଶ୍ୱର ୨୯/୦୯ : ହୃଦୟ ହେଉଛି ମନୁଷ୍ୟ ଶରିରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଆମେ ଏହାର ଯତ୍ନନେବା ଓ ଏହାକୁ ସୁରକ୍ଷିତ ରଖିବା ନିହାତି ଆବଶ୍ୟକ। ବର୍ତ୍ତମାନ ଆମ ସମାଜରେ ଅର୍ଦ୍ଧାଧିକ ଲୋକ ହୃଦୟ ସହିତ ଯଡ଼ିତ ରୋଗରେ ଆକ୍ରାନ୍ତ। ପ୍ରାୟ ଲୋକ ଏବେ ହୃଦଘାତର ଶୀକାର ହେଉଛନ୍ତି । ଆଜି ହୃଦୟ ଦିବସ (ୱାର୍ଲଡ ହାର୍ଟ ଡେ) ଅବସରରେ ଆସନ୍ତୁ ଜାଣିବା କଣ କଲେ ହୃଦୟ ସୁସ୍ଥ ରହିବା ସହ ପ୍ରଥମଥର ଆକ୍ରାନ୍ତ ହୋଇଥିବା ହୃଦରୋଗୀମାନଙ୍କୁ ଦ୍ୱିତୀୟଥର ହୃଦଘାତ ହେବାର ଆଶଙ୍କା ରହିବ ନାହିଁ।
ହୃଦରୋଗ ଜନିତ ସମସ୍ୟା ପାଇଁ ପ୍ରତ୍ୟକ ବର୍ଷ ୧୮.୬ଲକ୍ଷ ଲୋକ ମୃତ୍ୟୁ ବରଣ କରୁଛନ୍ତି। ଏହା ବର୍ତ୍ତମାନ ବିଶ୍ୱରେ ଲୋକଙ୍କ ମୃତ୍ୟୁ ହେବାର ସବୁଠାରୁ ବଡ଼ କାରଣ। ଏହାର କାରଣ ହେଉଛି ଆମର ଅଭ୍ୟାସ ଓ ଖରାପ ଜୀବନ ଶୈଳି। ଆମ ଆଖପାଖରେ ପ୍ରାୟ ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖିନ ହୋଇ ଥରେ ହୃଦଘାତର ଶୀକାର ହୋଇଛନ୍ତି। ଏହି ସମସ୍ୟା ଯେମିତି ଆଗକୁ ନ ହୁଏ ସେଥିପାଇଁ ଡାକ୍ତର ସେମାନଙ୍କୁ ତାଙ୍କ ଜୀବନଶୈଳି ସହ ଖାଦ୍ୟପେୟରେ ପରିବର୍ତ୍ତନ କରିବା ପାଇଁ ପରାମର୍ଶ ଦେଇଥାନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଉପାୟ ଅବଲମ୍ୱନ କରି ଆମେ ଦ୍ୱିତୀୟ ହୃଦଘାତରୁ ରକ୍ଷା ପାଇବା
୧.ଅତ୍ୟଧୀକ ଚିନ୍ତା – ଚିନ୍ତାର ସିଧାସଳଖ ସମ୍ୱନ୍ଧ ହୃଦୟ ସହିତ ରହିଥାଏ। ଯଦି ଆପଣ ଅଧିକ ଚିନ୍ତାଗ୍ରସ୍ତ ରହୁଛନ୍ତି ତେବେ ଆପଣଙ୍କୁ ଦ୍ୱିତୀୟ ହୃଦଘାତ ହେବାର ଆଶଙ୍କା ରହିଛି। ତେଣୁ ଆପଣ ସବୁବେଳେ ଚିନ୍ତାମୁକ୍ତ ରୁହନ୍ତୁ। ଏହା ସହ ସବୁବେଳେ ଯୋଗ ପ୍ରାଣାୟାମ କରନ୍ତୁ।
୨.ଓଜନ ବୃଦ୍ଧି – ଯଦି ଆପଣଙ୍କ ଶରୀରର ଓଜନ ବୃଦ୍ଧିକୁ ଆପଣ ଧ୍ୟାନ ଦେଉନାହାନ୍ତି ତେବେ ଏହା ଆପଣଙ୍କ ପାଇଁ କ୍ଷତି କାରକ ସାବ୍ୟସ୍ତ ହୋଇପାରେ। ବାସ୍ତବରେ ଆପଣଙ୍କ ବଢୁଥିବା ଓଜନ ହୃଦଘାତର କାରଣ ହୋଇପାରେ। ଏପରି ପରିସ୍ଥିତିରେ ନିଜ ସକ୍ଷମ ଅନୁସାରେ ସକ୍ରିୟ ରୁହନ୍ତୁ ଓ ସନ୍ତୁଳିତ ଓଜନ ସବୁବେଳେ ବଜାୟ ରଖନ୍ତୁ।
୩.ବ୍ୟାୟାମ – ଯଦି ଆପଣ ଓ ଆପଣଙ୍କ ହୃଦୟକୁ ସୁସ୍ଥ ରଖିବା ପାଇଁ ଚାହୁଁଛନ୍ତି ତେବେ ନିରନ୍ତର ଭାବେ ଦୌଡ଼ିବା, ସାଇକ୍ଲିଙ୍ଗ କରିବା ଓ ନାଚିବା ଇତ୍ୟାଦି ଆପଣଙ୍କ ଜୀବନ ଶୈଳିରେ ସାମିଲ କରନ୍ତୁ। ଏହା ଆପଣଙ୍କୁ କୋଲେଷ୍ଟରଲ ସମସ୍ୟାରୁ ଦୁରେଇ ରଖିବ। ଆମେରିକା ହାର୍ଟ ଆସୋସିଏସନ ଅନୁସାରେ ଯଦି ଆପଣ ସପ୍ତାହରେ ଅତିକମରେ ୧୫୦ମିନିଟ୍ କିମ୍ୱା ୭୫ ମିନିଟ୍ ମଧ୍ୟମ ଧରଣର ବ୍ୟାୟାମ କରୁଛନ୍ତି ଏବଂ ଦିନରେ ଅତିକମରେ ୩୦ ମିନିଟ୍ ବ୍ୟାୟାମ କରୁଛନ୍ତି ତାହେଲେ ଆପଣ ନିରୋଗ ରହିପାରିବେ।
୪.ସୁସ୍ଥ ଖାଦ୍ୟ ଅଭ୍ୟାସ – ହୃଦୟକୁ ସୁସ୍ଥ ରଖିବା ପାଇଁ ଚର୍ବି ଜାତୀୟ ଖାଦ୍ୟ ଓ ଟ୍ରାନ୍ସଫ୍ୟାଟ ଖାଦ୍ୟ ଠାରୁ ଦୁରେଇ ରହିବା ନିତ୍ୟାନ୍ତ ଆବଶ୍ୟକ। ଏହା ରକ୍ତ ଧମନୀରେ ପ୍ଲାକ ସୃଷ୍ଟି କରେ ଯାହା ଆପଣଙ୍କ ହୃଦୟରେ ରକ୍ତ ପ୍ରବାହକୁ ବନ୍ଦ କରିଦିଏ। ତେଣୁ ହୃଦଘାତରୁ ରକ୍ଷା ପାଇବା ପାଇଁ ସବୁବେଳେ ସୁସ୍ଥ ଖାଦ୍ୟ ଅଭ୍ୟାସ କରନ୍ତୁ।
୫.ମଧୁମେହକୁ ନିୟନ୍ତ୍ରଣ – ମଧୁମେହ ହୃଦଘାତ ସମସ୍ୟାକୁ ଅଧୀକ ବଢ଼ାଇଦେଇଥାଏ। ତେଣୁ ଏପରି ପରିସ୍ଥିତିରୁ ଦୁରେଇ ରୁହନ୍ତୁ ଯାହା ଆପଣଙ୍କ ମଧୁମେହ ସମସ୍ୟାକୁ ବଢ଼ାଇଦେଇ ପାରେ। ଏହି ସମୟରେ ଠିକ ସମୟରେ ବ୍ୟାୟାମ କରିବା ସହ ଔଷଧ ଗ୍ରହଣ କରନ୍ତୁ।
୬.କୋଲେଷ୍ଟ୍ରଲ ବୃଦ୍ଧି – ବ୍ଲଡପ୍ରେସର ଓ କୋଲେଷ୍ଟରଲ୍ ନିୟନ୍ତ୍ରଣରେ ରହିବା ଆପଣଙ୍କ ଶରୀରରେ ନିହାତି ଆବଶ୍ୟକ। ଏଥିପାଇଁ ଆପଣ ବ୍ୟାୟାମ କରନ୍ତୁ ଓ ଡାଏଟ୍ ରେ ହେଲ୍ଦି ଫୁଡ ସାମିଲ କରନ୍ତୁ ଏବଂ ସମୟ ସମୟରେ କୋଲେଷ୍ଟ୍ରଲର ଯାଞ୍ଚ କରିନିଅନ୍ତୁ।
୭.ଧୂମପାନ କ୍ଷତିକାରକ – ଯଦି ଆପଣ ଏବେବି ଧୂମପାନ କରୁଛନ୍ତି ତେବେ ଏହି ଖରାପ ଅଭ୍ୟାସକୁ ଜଲଦି ତ୍ୟାଗ କରନ୍ତୁ। ଧୂମପାନ ଦ୍ୱାରା ରକ୍ତ ଜମାଟ ବାନ୍ଧି ଶରୀରର ବିଭିନ୍ନ ସ୍ଥାନକୁ ରକ୍ତ ପ୍ରବାହରେ କୁପ୍ରଭାବ ପଡ଼ିପାରେ। ଯାହାଫଳରେ ହୃଦୟ ଦୁର୍ବଳ ହୋଇଯାଏ।
( ବି:ଦ୍ର:- ଏହି ଆଲେଖ୍ୟରେ ଥିବା ସମସ୍ତ ସୂଚନା ଆପଣଙ୍କ ସଚେତନତା ପାଇଁ, ଗ୍ରହଣ କରିବା ପୂର୍ବରୁ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ।)