ଖେଳ ଦେଶ ବିଦେଶ ରାଜ୍ୟ

ନିଲାମ ହେବାକୁ ଯାଉଛି ପ୍ରମୋଦ ଭଗତଙ୍କ ବ୍ୟାଡମିଣ୍ଟନ ରାକେଟ, ଜାଣନ୍ତୁ କେତେ ରହିଛି ପ୍ରାରମ୍ଭିକ ମୂଲ୍ୟ

ଭୁବନେଶ୍ୱର: ନିଲାମ ହେବାକୁ ଯାଉଛି ଟୋକିଓ ପାରା ଅଲିମ୍ପିକ୍ସରେ ଓଡ଼ିଶା ସମେତ ସାରା ଦେଶ ପାଇଁ ବ୍ୟାଡମିଣ୍ଟନରେ ଗୌରବ ଆଣିଥିବା ଓଡ଼ିଶାର ପ୍ରମୋଦ ଭଗତଙ୍କ ରାକେଟ | ଆଉ ଏହି ରାକେଟର ନିଲାମ ପରେ ମିଳିବାକୁ ଥିବା ଅର୍ଥ ‘ନମାମି ଗଙ୍ଗେ’ ଅଭିଯାନରେ ଖର୍ଚ୍ଚ କରାଯିବ | ଆଜିଠାରୁ ଅକ୍ଟୋବର ୭ ତାରିଖ ଯାଏଁ https://pmmementos.gov.in/ ରେ ଏହି ରାକେଟ ବିକ୍ରି ପାଇଁ ଉପଲବ୍ଧ ରହିବ | ଏହାର ବେସ ପ୍ରାଇସ ବା ପ୍ରାରମ୍ଭିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ଥିବାବେଳେ ଏଥିରେ ପ୍ରମୋଦ ଭଗତଙ୍କର ଅଟୋଗ୍ରାଫ ରହିଛି | ଏହି ବ୍ୟାଡମିଣ୍ଟନ ରାକେଟକୁ ପ୍ରମୋଦ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ |

ଆଉ ମୋଦୀଙ୍କୁ ମିଳିଥିବା ଏହି ବ୍ୟାଡମିଣ୍ଟନ ରାକେଟକୁ ନିଲାମ କରାଯାଇ ଉପଲବ୍ଧ ଅର୍ଥକୁ ‘ନମାମି ଗଙ୍ଗେ’ ଅଭିଯାନରେ ବ୍ୟବହାର କରାଯିବ | ସୂଚନା ଥାଉ କି ଟୋକିଓ ପାରାଲିମ୍ପିକ୍ସରେ ପ୍ରମୋଦ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିବା ପରେ ଓଡ଼ିଶା ଓ ଭାରତୀୟ କ୍ରୀଡ଼ା ଇତିହାସରେ ସଫଳତାର ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ବ୍ୟାଡମିଣ୍ଟନରୁ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ଜିତିବାରେ ସେ ପ୍ରଥମ ଭାରତୀୟ ହୋଇପାରିଛନ୍ତି ।

ସେହିଭଳି ୩୩ ବର୍ଷୀୟ ପ୍ରମୋଦ ପ୍ରଥମ ପାରାଲିମ୍ପିକ୍ସ ପଦକ ଆଣିଥିବାବେଳେ ତା’ ସହ ବିଶ୍ବ ଚାମ୍ପିଅନସିପ୍ ଓ ପାରାଲିମ୍ପିକ୍ସରେ ବିଜେତା ହେବାରେ ପ୍ରଥମ ଭାରତୀୟ ହେବା ସେ ବିରଳ ତଥା ଯୁଗଳ କୀର୍ତ୍ତିମାନ କରିନେଇଥିଲେ |

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ