ଖେଳ ଦେଶ ବିଦେଶ ରାଜ୍ୟ

RCBକୁ ହରାଇ ଟପ୍‌ରେ CSK, ବାଙ୍ଗାଲୋରକୁ ୬ ଓ୍ୱିକେଟରେ ଚିତପଟାଙ୍ଗ କଲା ଚେନ୍ନାଇ

ନୂଆଦିଲ୍ଲୀ ୨୫/୦୯: ଚଳିତ ଆଇପିଏଲ ସଂସ୍କରଣରେ ଫର୍ମକୁ କମବ୍ୟାକ୍ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । RCBକୁ ହରାଇ ଚମତ୍କାର ବିଜୟ ହାସଲ କରିଛି CSK । ମ୍ୟାଚରେ ବାଙ୍ଗାଲୋରକୁ ୬ ୱିକେଟରେ ହରାଇ ଚେନ୍ନାଇ ପରାସ୍ତ କରିଛି । ଏହି ବିଜୟ ସହ ଏବେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଚେନ୍ନାଇ ।

ମ୍ୟାଚରେ ଚେନ୍ନାଇର ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିଥିବା ନଜର ଆସିଥିଲେ । ପ୍ରଥମେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ବାଙ୍ଗାଲୋର ପକ୍ଷରୁ କୋହଲି ଓ ଦେବଦତ୍ତ ପାଡିକଲ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ । ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ଉଭୟ ଆଉଟ ହେବା ପରେ ଆଉ କେହି ମୈଦାନରେ ଖେଳିପାରିନଥିଲେ ।

ଫଳରେ ୨୦ ଓଭରରେ ୬ ୱିକେଟ ହରାଇ ୧୫୬ ରନ କରିଥିଲା ବାଙ୍ଗାଲୋର । ୧୫୭ ରନର ବିଜୟ ଲକ୍ଷ୍ୟ ନେଇ ଚେନ୍ନାଇ ମୈଦାନକୁ ଓହ୍ଲାଇଥିଲା । ଦଳ ପକ୍ଷରୁ ସମସ୍ତ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିଥିଲେ । ଫଳରେ ୧୮ ଓଭର ଖେଳି ଦଳ ଏହି ବିଜୟ ଲକ୍ଷ୍ୟ ହାସଲ କରିପାରିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ