ଖେଳ ଦେଶ ବିଦେଶ ମନୋରଞ୍ଜନ

ସିନ୍ଧୁଙ୍କ ସହ ଦୀପିକା

ଦେହରୁ କ୍ୟାଲୋରି ହ୍ରାସ କରିବାକୁ ଦୀପିକା ଅଲିମ୍ପିଆନ୍ ପିଭି ସିନ୍ଧୁଙ୍କ ନିକଟରେ ପହଞ୍ଚିଛନ୍ତି। ନିକଟରେ ଟୋକିଓରେ ଅନୁଷ୍ଠିତ ଅଲିମ୍ପିକ୍ସରୁ ସିନ୍ଧୁ ମେଡାଲ ନେଇ କୃତିତ୍ବର ସହ ଫେରିଛନ୍ତି। ବଲିଉଡରେ ଦୀପିକା ପାଦୁକୋନ ବି କମ୍ ଚର୍ଚ୍ଚାରେ ନାହାନ୍ତି। କହିବାକୁ ଗଲେ ସବୁଠୁ ଅଧିକ ପାରିତୋଷିକ ନେଉଥିବା ଅଭିନେତ୍ରୀଙ୍କ ମଧ୍ୟରେ ଦୀପିକା ଆଗଧାଡ଼ିରେ ଅଛନ୍ତି। ହେଲେ ସେ କାହିଁକି ସିନ୍ଧୁଙ୍କ ସାନିଧ୍ୟ ଲାଭ କଲେ। ଏହା ଶୁଣି ଦୀପିକାଙ୍କ ପ୍ରଶଂସକମାନେ ଚକିତ ହେଇଛନ୍ତି। ଏପାଖେ ସିନ୍ଧୁଙ୍କ ପ୍ରଶଂସକମାନେ ମଧ୍ୟ ବିସ୍ମିତ ହେଇଛନ୍ତି।

କଥା ଏଇଠି ଅଟକିନାହିଁ। କିଛିଦିନ ହେବ ବଲିଉଡ୍ ବାୟୋପିକ୍ ମୁହାଁ ହେଇଥିବାର ଦେଖିବାକୁ ମିଳୁଛି। ତାହା ମେରିକମ୍ ହଉ କି ତନାଜୀ, ଏମଏସ ଧୋନୀ ହେଉ କି ଲାଲ୍ ସିଂହ ଚଢା। ଏହା ଭିତରେ ଦୀପିକା ମଧ୍ୟ ’ଛପାକ୍’ ମୁଭିର ନାୟିକା ସାଜିଛନ୍ତି। ଏବେ ଶୁଣାଯାଉଛି ସିନ୍ଧୁଙ୍କ ସହ ଦୀପିକା ସାକ୍ଷାତ୍ କରିବାର କାରଣ ହେଉଛି ତାଙ୍କ ଆତ୍ମଜୀବନୀ ଉପରେ ସମ୍ଭବତଃ ଏକ ସିନେମା ନିର୍ମାଣ କରିବାକୁ ହାତ ମିଳେଇଛନ୍ତି। ଏକାଥା ସତ ଯେ ଦୀପିକା ପ୍ରଥମ ଦେଖାରୁ ସିନ୍ଧୁଙ୍କ ପାଖରେ ସରେଣ୍ଡର କରି କହିଛନ୍ତି, ମୁଁ ଆପଣଙ୍କୁ ଦେଖା କରିବାକୁ ଆସିଛି କାରଣ ମୋ ଦେହର କ୍ୟାଲୋରି ହ୍ରାସ କରିବାକୁ ଚାହୁଁଛି। ଏହା କେତେ ସତ କେତେ ମିଛ ଶୁଣିବା ଲୋକେ ଭାବୁଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ