ମୁମ୍ବାଇ ୨୩/୦୯ : ବଲିଉଡ୍ର ମୁନ୍ନି ମଲାଇକା ଅରୋରା ତାଙ୍କ ଡ୍ରେସିଂ ସେନ୍ସ ଓ ନିଜକୁ ଫିଟ୍ ରଖିବା ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଏବେ ସେ ଅର୍ଜୁନ୍ଙ୍କୁ ନେଇ ରିଲେସନ୍ଶିପ୍ରେ ରହୁତିବା ନେଇ ଇଣ୍ଡଷ୍ଟ୍ରିରେ ଚହଳ ପଡିଛି । କିନ୍ତୁ ଏହାରି ମଧ୍ୟରେ ନିଜ ମନ କଥା କହିଛନ୍ତି ମଲାଇକା ଅରୋରା। ଦୀର୍ଘ ଦିନ ପରେ ବଖାଣି କହିଛନ୍ତି ନିଜ ଇଚ୍ଛାକୁ। ସମସ୍ତଙ୍କ ସାମ୍ନାରେ ଖୋଲା ଖୋଲି ଭାବେ କହିଛନ୍ତି କି କିଭଳି ପୁଅ ତାଙ୍କୁ ପସନ୍ଦ? ସେ ନେଇ କରିଛନ୍ତି ଖୁଲାସା। ଯାହା ଏବେ ବି-ଟାଉନରେ ଚର୍ଚ୍ଚାର ବିଷୟ ପାଲଟିଛି।
-ସୂଚନା ଅନୁଯାୟୀ ମଲାଇକା ଏବେ ‘ଇଣ୍ଡିଆଜ୍ ନେକ୍ଷ୍ଟ ମଡେଲ’ ଶୋ’ରେ ଜଜ୍ ରୂପେ ନଜର ଆସିଛନ୍ତି । ଏହି ଶୋ’ରେ ତାଙ୍କୁ କିଭଳି ଯୁବକ ପସନ୍ଦ ବୋଲି କୁହାଯାଇଥିଲା । ତେବେ ମଲାଇକା ଏହାର ଉତ୍ତରରେ କହିଛନ୍ତି, କି‘ମୁଁ ସେହି ପୁଅମାନଙ୍କୁ ପସନ୍ଦ କରେ ଯେଉଁମାନେ ଟିକେ ଶକ୍ତ ଅଟନ୍ତି। ଏଥିସହ ଯେଉଁ ପୁଅ ଭଲ କିସ୍ କରିପାରିବେ ମୁଁ ସେମାନଙ୍କୁ ପସନ୍ଦ କରେ ବୋଲି ମଲାଇବା କହିଛନ୍ତି। ପୁଅମାନଙ୍କ ଚିକ୍କଣ ଚେହେରା ତାଙ୍କୁ ପସନ୍ଦ ନୁହଁ। ଏହା ମଧ୍ୟରେ ମଲାଇକା କହିଛନ୍ତି ଯେ ‘ଯେଉଁ ପୁଅ ଗସିପ୍ କରନ୍ତି ସେମାନଙ୍କୁ ସେ ପସନ୍ଦ କରନ୍ତି ନାହିଁ।
ଏହି ସମୟରେ ମଲାଇକାଙ୍କୁ ଅର୍ଜୁନ କପୁରଙ୍କ ବିଷୟରେ ପ୍ରଶ୍ନ କରାଯାଇଥିଲା। ଅର୍ଜନଙ୍କୁ ସେ ଶେଷ ଥର ପାଇଁ କ’ଣ ମେସେଜ ଦେଇଛନ୍ତି ବୋଲି ମଲାଇକାଙ୍କୁ ପଚରାଯିବା ପରେ ସେ ଟିକେ ଲାଜେଇ ଯାଇଥିଲେ। କହିଥିଲେ, ‘ଆଇ ଲଭ୍ ୟୁ ଠୁ’। ମଲାଇକା ଆହୁରି କହିଥିଲେ ଯେ ‘ଅର୍ଜୁନ କପୁର ତାଙ୍କୁ ଭଲଭାବେ ବୁଝନ୍ତି ଏବଂ ଜାଣନ୍ତି। ଏଥିସହ ହଇରାଣ ମଧ୍ୟ କରନ୍ତି।’
ଉଲ୍ଲେଖଯୋଗ୍ୟ ଯେ, ଏହାପୂର୍ବରୁ ଏକ ସାକ୍ଷାତକାରେ ଅର୍ଜୁନ କପୁରଙ୍କୁ ମଧ୍ୟ ସମାନ ଉତ୍ତର ଦେଇଥିଲେ। ଅର୍ଜୁନ କହିଥିଲେ, ‘ମଲାଇକା ଏପରି ଜଣେ ବ୍ୟକ୍ତି ଯିଏ ମୋତେ ଦେଖି ମୋ ଦିନ କିପରି ଥିଲା ତାହା କହିପାରିବ। ସେ ମୋତେ ବହୁତ ଭଲ ଭାବରେ ବୁଝନ୍ତି।’
ସୂଚନାଯୋଗ୍ୟ ଯେ, ଅଭିନେତା ଅରବାଜ ଖାନ୍ଙ୍କ ଠାରୁ ଛାଡପତ୍ର ପରେ ମଲାଇକା ଅରୋରା ଅର୍ଜୁନ କପୁର ସହ ଲିଙ୍କ-ଅପ୍ରେ ଅଛନ୍ତି। ୨୦୧୯ରୁ ଦୁହିଁଙ୍କ ରିଲେସନସିପ୍ ଆରମ୍ଭ ହୋଇଛି। ପାର୍ଟି ହେଉ ଅବା ହଲିଡେ’ ସବୁ ସ୍ଥାନରେ ଏହି ଦୁଇ ଜଣଙ୍କୁ ଏକାଠି ଦେଖିବାକୁ ମିଳେ।

