ଦେଶ ବିଦେଶ ଧର୍ମ

କୁଣ୍ଡଳୀରେ ଅଛି କି ଗୁରୁଦୋଷ ? ତାହେଲେ ଆଜିର ଦିନରେ ଆପଣାନ୍ତୁ ଏହି ଉପାୟ

ଗ୍ରହମାନଙ୍କ ମଧ୍ୟରେ ବୃହସ୍ପତି ସବୁଠାରୁ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଯଦି କୁଣ୍ଡଳୀରେ ଗୁରୁ ଗ୍ରହ ଉଚ୍ଚସ୍ଥାନରେ ରହିଛି, ତେବେ ବ୍ୟକ୍ତିର ସମସ୍ତ ସମସ୍ୟା ଦୂରେଇ ଯାଏ ଓ ତାଙ୍କ ପ୍ରଗତିକୁ କେହି ଅଟକାଇ ପାରନ୍ତି ନାହିଁ । ଗୁରୁ ବୈବାହିକ ଜୀବନ ଓ ଭାଗ୍ୟର ସାକାରକ ଗ୍ରହ । ଯଦି ଗୁରୁ ଦୁର୍ବଳ ସ୍ଥିତିରେ ଅଛନ୍ତି, ତେବେ ଶିକ୍ଷା ଉପରେ ପ୍ରଭାବ ପଡିପାରେ । ତାଙ୍କୁ ଆର୍ଥିକ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡିପାରେ । ଏଭଳି ପରିସ୍ଥିତିରେ ଗୁରୁବାର ଦିନ କ’ଣ କରିବା ଉଚିତ୍ ଓ କ’ଣ କରିବା ଉଚିତ୍ ନୁହେଁ, ତାହା ବିଷୟରେ ଆସନ୍ତୁ ଜାଣିବା । ଏହା ଫଳରେ ଜୀବନରେ ସୁଖ ସମୃଦ୍ଧି ଓ ମା ଲକ୍ଷ୍ମୀଙ୍କ କୃପା ମିଳିବ ।

ଗୁରୁବାର ଦିନ ଏହା କରିବା ଉଚିତ୍ –

– ଭଗବାନ ନାରାୟଣ ଓ ମା ଲକ୍ଷ୍ମୀ ସମୃଦ୍ଧିର ପ୍ରତୀକ । ଗୁରୁବାର ଦିନ ଭଗବାନ ନାରାୟଣ ଓ ମା’ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ । ଗୁରୁବାର ଦିନ ବୃହସ୍ପତିଙ୍କ ଉପବାସ ମଧ୍ୟ ରଖିପାରିବେ । ଏହା ଫଳରେ ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ସମୃଦ୍ଧି ବଢ଼ିଥାଏ ।

– ଶାସ୍ତ୍ରରେ କୁହାଯାଇଛି ଯେ, ଗୁରୁବାର ଦିନ ନିଜ ସାମର୍ଥ୍ୟ ଅନୁସାରେ ଗରିବ ଲୋକଙ୍କୁ ଡାଲି, ବନ୍ଧାକୋବି, ହଳଦିଆ ପୋଷାକ ଦାନ କରନ୍ତୁ ।

– ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଗୁରୁବାର ମଧ୍ୟ ବହୁତ ଭଲ ବୋଲି ବିବେଚନା କରାଯାଏ ।

ଗୁରୁବାର ଦିନ ଏହା କରିବା ଅନୁଚିତ୍ –

– ଗୁରୁବାର ଦିନ ମୁଣ୍ଡ ଧୋଇବା, କେଶ -ଦାଢ଼ି କାଟିବା ଏବଂ ନଖ କାଟିବାକୁ ଶାସ୍ତ୍ରରେ ନିଷେଧ କରାଯାଇଛି । ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଟଙ୍କା ସମ୍ବନ୍ଧୀୟ ସମସ୍ୟା ବଢ଼ିଥାଏ ଓ ବ୍ୟକ୍ତିର ପ୍ରଗତିରେ ବାଧା ଉପୁଜିଥାଏ ।

– ଗୁରୁବାର ଦିନ ଘର ସଫା କରିବାଠାରୁ ଦୂରେଇ ରହିବା ଉଚିତ୍ । କିନ୍ତୁ ଛୋଟ ଛୋଟ ସଫା କରିବାରେ କୌଣସି ଅସୁବିଧା ନାହିଁ ।

– ଗୁରୁବାର ଦିନ ଧୋବାଙ୍କ ପାଖରେ ପୋଷାକ ଧୋଇବା ବା ପ୍ରେସ ପାଇଁ ଦିଅନ୍ତୁ ନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ