ମନୋରଞ୍ଜନ

ଟ୍ରେଣ୍ଡିଂରେ ରଶ୍ମୀକାଙ୍କ ‘ଏକ୍‌ ଚୁଟକି ସିନ୍ଦୁର’: ସୋସିଆଲ୍ ମିଡିଆ ଭାଇରାଲ୍ ହେଉଛି ଭିଡିଓ…

ମୁମ୍ବାଇ ୨୩/୦୯ : ସାଉଥ ସୁନ୍ଦରୀ ତଥା ନ୍ୟାସନାଲ ଭାବେ ସମସ୍ତଙ୍କ କ୍ରସ୍‌ ରଶ୍ମୀକା ମନ୍ଦନା। ସେ ଏବେ ବଲିଉହ ମୁହାଁ ହୋଇଛନ୍ତି। ଆଗୁକୁ ତାଙ୍କର ଆସୁଛି ଦୁଇ ଦୁଇଟି ବଲିଉଡ ଫିଲ୍ମ। ତେବେ ଟଲିଉଡରେ ସଫଳ ହେବା ପରେ ଏବେ ତାଙ୍କ ମୁଣ୍ଡରେ ବଲିଉଡ ପାଇଁ ନିଶା ପଶିଛି। ଏଥିପାଇଁ ସେ ଏବେ ବଲିଉଡର ସମସ୍ତ ଡାଏଲଗ୍‌କୁ ଭଲ ଭାବେ ଘୋଷି ଦେଇଥିବା ମନେ ହେଉଛି।

ତେବେ ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ର ପ୍ରସିଦ୍ଧ ଡାଏଲଗ୍‌ ‘ ଏକ୍‌ ଚୁଟ୍‌କି ସିନ୍ଦୁର’କି କିମତ୍‌କୁ ରି-କ୍ରିଏଟ୍‌ କରିଛନ୍ତି ରଶ୍ମୀକା। ଏଥି ପାଇଁ ଫୁଲ୍‌ ଦମ୍‌ରେ ସେ ନିଜ ଏକ୍ସପ୍ରେସନ ସହ ଏହି ଡାଏଲଗ୍‌କୁ କହିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବାରେ ଲାଗିଛି । ଏନେଇ ରଶ୍ମୀକା ଏକ ସାକ୍ଷାତକାର୍‌ରେ ଏହି ଡାଏଲଗ କହିଛନ୍ତି। ଏଥିସହ ସ୍କୁଲ ଦିନରୁ ହିଁ ଏହି ଡାଏଲଗ୍‌ଟି ତାଙ୍କର ଫେଭରେଟ୍‌ ଥିଲା ବୋଲି ସେ କହିଛନ୍ତି। ଏହା ଉପରେ ସେ ସ୍କୁଲରେ ଅନେକ ଅଭିନୟ ମଧ୍ୟ କରିଥିବା ରଶ୍ମୀକା କହିଛନ୍ତି।

ସେପଟେ ରଶ୍ମୀକାଙ୍କ ଏହି ଡାଏଲଗ୍‌ ଭିଡିଓକୁ ଦେଖି ଦୀପିକା ପାଦୁକୋନ୍‌ ମଧ୍ୟ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଦୀପିକା ନିଜ ଇନ୍‌ଷ୍ଟାଗ୍ରାମରେ ରଶ୍ମୀକାଙ୍କ ଏହି ଭିଡିଓକୁ ସେୟାର କରି ଅଦ୍ଭୁତ ବୋଲି ଲେଖିଛନ୍ତି। ତେଲୁଗୁ ଇଣ୍ଡଷ୍ଟ୍ରୀର ଚୁଲବୁଲି ନାୟିକା ରଶ୍ମୀକା ମନ୍ଦନାଙ୍କୁ ଶାନ୍ତି ପ୍ରିୟା ଚରିତ୍ରରେ ଅଭିନୟ କରୁଥିବା ଦେଖି ଦୀପିକା ଖୁସି ବ୍ୟକ୍ତ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ରଶ୍ମୀକା ମନ୍ଦନା ଖୁବ୍‌ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମ ‘ମିଶନ ମଜନୁ’ରେ ସେ ନଜର ଆସିବେ। ଏଥିରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଅପୋଜିଟ୍‌ରେ ତାଙ୍କୁ ଦେଖିବାକୁ ମିଳିବ। ଏହା ବ୍ୟତୀତ ତାଙ୍କ ପାଖରେ ‘ଗୁଡବାୟ’ ଫିଲ୍ମ ମଧ୍ୟ ରହିଛି। ଏଥିରେ ସେ ବିଗ୍‌ ବି’ ଅମିତାଭ ବଚ୍ଚନ ଅପୋଜିଟ୍‌ରେ ନଜର ଆସିବେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ