ଦେଶ ବିଦେଶ ମନୋରଞ୍ଜନ

ବୋଲ୍ଡ ଲୁକ୍‌ରେ ନଜର ଆସିଲେ ଇଲିଆନା : ଫଟୋ ଦେଖି ମତୁଆଲା ହେଲେ ଫ୍ୟାନ୍ସ

ମୁମ୍ବାଇ ୨୩/୦୯ : ବଲିଉଡ୍‌ର ବୋଲ୍ଡ କୁଇନ୍‌ ଇଲିଆନା ଡି’କ୍ରୁଜ୍‌। ବର୍ତ୍ତମାନ ସେ ଏବେ ଇଣ୍ଡଷ୍ଟ୍ରିରୁ ଦୂରରେ ଅଛନ୍ତି । ସେ ଏବେ ତାଙ୍କର ଛୁଟି କାଟୁଛନ୍ତି । ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହୁଥିବା ଇଲିଆନାଙ୍କୁ ଇନଷ୍ଟାଗ୍ରାମରେ ୧୩.୧ ମିଲିୟନ ଲୋକ ତାଙ୍କୁ ଫଲୋ କରୁଛନ୍ତି। ଏହି ଅଭିନେତ୍ରୀ ପ୍ରାୟ ସମୟରେ ପ୍ରଶଂସକଙ୍କ ସହିତ ତାଙ୍କ ବ୍ୟକ୍ତିଗତ ଜୀବନର ଝଲକ ସେୟାର କରନ୍ତି । ସେ ନିଜ ବୋଲ୍ଡ ଫଟୋ ସହିତ ଇଣ୍ଟରନେଟ୍‌ରେ ଅନେକ ସମୟରେ ହଇଚଇ ସୃଷ୍ଟି କରନ୍ତି। ଇଲିଆନା ସୋସିଆଲ ମିଡିଆରେ ଆଉ ଏକ ଆକର୍ଷଣୀୟ ଫଟୋ ସେୟାର କରିଛନ୍ତି।

ନିକଟରେ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ନିଆଁ ଲଗେଇଛନ୍ତି ଇଲିଆନା । ନିଜର ସନ୍‌ ବାଥ୍‌ ଫଟୋ ସେୟାର କରି ସେ ତାଙ୍କ ପ୍ରଶଂସକଙ୍କୁ ପାଗଳ କରିବା ସହ ମତୁଆଲା କରିଛନ୍ତି। ଏହି ଫଟୋରେ ସେ ଏକ ବିକିନି ପିନ୍ଧିଥିବା ବେଳେ ସମୁଦ୍ର କୂଳରେ ସନ୍ ବାଥ୍‌ ନେଉଥିବା ଦେଖାଯାଆନ୍ତି। ଯିଏ ଏହି ଫଟୋ ଦେଖୁଛି ତା’ ନଜର ଉଠୁନି।

ଫଟୋରେ ଇଲିଆନା ବିନା ମେକ୍ଅପ୍‌ରେ ନଜର ଆସନ୍ତି। ସେ ବେକରେ ଏକ ଲକେଟ୍ ପିନ୍ଧିଛନ୍ତି। ଇଲିଆନା ବିକିନି ଇମୋଜି ଓ ସନ୍ ଇମୋଜି ସହିତ ତାଙ୍କ ପୋଷ୍ଟ୍‌ର କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ପୁନର୍ବାର ସେ ଖରାଦିନର ଇଛା ପୂରଣ ହେଉଛି। ଏହି ପୋଷ୍ଟ ଉପରେ ଅଭିନେତ୍ରୀ ମଧ୍ୟ କମେଣ୍ଟ ଦେଇଛନ୍ତି । ଇଲିଆନା ଡି’କ୍ରୁଜ୍ ଅନେକ ସମୟରେ ତାଙ୍କ ବେଳାଭୂମି ଛୁଟିର ମଜ୍ଜା ନେବା ବେଳେ ଅନେକ ଆକର୍ଷଣୀୟ ସୁଇମିଂ ଡ୍ରେସ୍‌ର ଫଟୋ ସେୟାର କରି ତାଙ୍କ ପ୍ରଶଂସକ ହୃଦୟରେ ନିଆଁ ଲଗାଇଥାନ୍ତି।

ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜ ଶରୀର ପାଇଁ ବେଶ ଜଣାଶୁଣା। କିନ୍ତୁ ଗତ ବର୍ଷ ଇନ୍‌ଷ୍ଟାଗ୍ରାମ୍‌ର ଏକ ପୋଷ୍ଟ୍‌ରେ ଇଲିଆନା ତାଙ୍କ ଶରୀରକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ସେ ଲେଖିଥିଲେ ଯେ “ମୁଁ ସବୁବେଳେ ଚିନ୍ତାରେ ଥାଏ ଯେ ମୁଁ କିପରି ଦେଖାଯାଉଛି।

ତେବେ ପ୍ରକାଶଥାଉ ଯେ ୨୦୦୬ରେ ଇଲିଆନା ମନୋରଞ୍ଜନ ଜଗତରେ ପାଦ ଦେଇଥିଲେ। ସେ ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ସେ ୨୦୧୨ ରେ ଫିଲ୍ମ ‘ବର୍ଫି’ ରେ ବଲିଉଡରେ ଡେବ୍ୟୁ କରିଥିଲେ, ଯେଉଁଥିରେ ରଣବୀର କପୁର ଏବଂ ପ୍ରିୟଙ୍କା ଚୋପ୍ରା ମଧ୍ୟ ଅଭିନୟ କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ