ଖେଳ

ଜାତୀୟ ଓପନ୍ ଆଥଲେଟିକ୍ସ: ରେଳବାଇ ଦଳଗତ ବିଜେତା

ଭୁବନେଶ୍ବର: ତେଲେଙ୍ଗାନାର ୱାରଙ୍ଗଲଠାରେ ଆୟୋଜିତ ୬୦ତମ ଜାତୀୟ ଓପନ୍ ଆଥଲେଟିକ୍ସରେ ରେଳବାଇ ଦଳଗତ ବିଜେତା ହୋଇଛି। ସେହିଭଳି ମହିଳା ବର୍ଗରେ ମଧ୍ୟ ରେଳବାଇ ବିଜେତା ହେବାର ଗୌରବ ଅର୍ଜନ କରିଛି। ଚଳିତମାସ ୧୫ରୁ ୧୯ ତାରିଖ ୬ ଦିନ ଧରି ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ‌ରେଳବାଇ ୧୩ ସ୍ବର୍ଣ୍ଣ, ୧୦ ‌ରୌପ୍ୟ ଓ ୧୩ କାଂସ୍ୟ ପଦକ ଜିତିଥିଲା। ତାମିଲନାଡୁ (୭ ସ୍ବର୍ଣ୍ଣ, ୭ ରୌପ୍ୟ, ୨ କାଂସ୍ୟ), ସର୍ଭିସେସ୍ (୬ ସ୍ବର୍ଣ୍ଣ, ୧୩ ରୌପ୍ୟ ଓ ୧୧ କାଂସ୍ୟ) ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲା। ଓଡ଼ିଆ ଝିଅ ଶୁଭସ୍ମିତା ରଥ ରେଳବାଇ ଦଳର ପ୍ରଶିକ୍ଷକ ଭାବେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ମାତ୍ର ୪ ପଏଣ୍ଟ ଅର୍ଜନ କରି ଓଡ଼ିଶା ଦଳ କିନ୍ତୁ ନୈରାଶ୍ୟଜନକ ଭାବେ ଏହି ପ୍ରତିଯୋଗିତାର ୨୧ତମ ସ୍ଥାନରେ ରହିଥିଲା।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ