ମୁମ୍ବାଇ ୨୨/୦୯: ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏପରି ଖବର ପ୍ରାୟତଃ ସାମ୍ନାକୁ ଆସିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଏ। କେତେବେଳେ ପ୍ରଶଂସକ ସେମାନଙ୍କର ପ୍ରିୟ ଷ୍ଟାରଙ୍କ ଘରେ ପହଞ୍ଚଯାଆନ୍ତି ତ ଆଉ କେତେବେଳେ ସେମାନଙ୍କ ପାଖରେ ଉପହାର ପହଞ୍ଚାନ୍ତି। ବେଳେବେଳେ ଏହି ଉପହାରଗୁଡ଼ିକ ଏତେ ଅଦ୍ଭୁତ ହୋଇଥାଏ ଯେ କଳାକାରଙ୍କୁ ପୋଲିସ ପାଖରେ ପହଞ୍ଚିବାକୁ ବାଧ୍ୟ କରିଥାଏ। ନିକଟରେ ଜଣେ ୨୮ବର୍ଷ ବୟସ୍କା ଅଭିନେତ୍ରୀଙ୍କ ସହ ସମାନ ଘଟଣା ଘଟିଛି। ଗତ ଦୁଇ ମାସ ଧରି ଜଣେ ଅଭିନେତ୍ରୀଙ୍କ ନିକଟକୁ ସେକ୍ସ ଟଏ ଏବଂ ଅଣ୍ଡର ଗାର୍ମେଟ୍ ପଠାଉଥିବା ଜଣେ ବ୍ୟକ୍ତିଙ୍କୁ ମୁମ୍ବାଇ ପୋଲିସ ଖୋଜୁଛି।
ସୂଚନାନୁସାରେ, ଅଭିନେତ୍ରୀ ପୋଲିସକୁ କହିଛନ୍ତି ଯେ ଗତ ଦୁଇ ମାସ ମଧ୍ୟରେ ଅଭିଯୁକ୍ତ ଜଣକ ତାଙ୍କୁ ୮ଥର ଉପହାର ପଠାଇଛି, ଯେଉଁଥିରେ ସେକ୍ସ ଟଏ ଏବଂ ଅଣ୍ଡରଗାର୍ମେଣ୍ଟ ଅଛି। ଅଭିନେତ୍ରୀ ଏହାକୁ ଦୁଇଥର ଅଣଦେଖା କରିଥିଲେ ମଧ୍ୟ ଏଭଳି ନିରନ୍ତର କାର୍ଯ୍ୟ ହେତୁ ସେ ବିରକ୍ତ ହୋଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଏହି ଅଭିନେତ୍ରୀ ଅମ୍ବୋଲି ପୋଲିସରେ ଅଭିଯୋଗ କରିଛନ୍ତି, ଯାହା ପରେ ପୋଲିସ ଉକ୍ତ ବ୍ୟକ୍ତିକୁ ଖୋଜୁଛି।
ଏ ମାମଲାରେ ଅମ୍ବୋଲି ପୋଲିସ୍ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ଜଣେ ଅଜ୍ଞାତ ଅଭିଯୁକ୍ତ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା ଧାରା ୫୦୯ ଅନୁଯାୟୀ ଆମେ ଏକ ଅପରାଧ ପଞ୍ଜୀକୃତ କରିଛୁ। ଅଭିନେତ୍ରୀ କହିଛନ୍ତି ଯେ ତାଙ୍କୁ କିଛି ମୋବାଇଲ୍ ନମ୍ବର ମିଳିଛି ଯେଉଁଥିରୁ ସପିଂ ପୋର୍ଟାଲରେ ଅର୍ଡର ଦିଆଯାଇଥିଲା। ତଥାପି, ନମ୍ବରର ଅବସ୍ଥାନ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ବର୍ତ୍ତମାନ ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କୁ ଖୋଜୁଛି।

