ମନୋରଞ୍ଜନ

ରାଜ କୁନ୍ଦ୍ରାଙ୍କୁ ଜାମିନ ମିଳିବା ପରେ ଶିଳ୍ପାଙ୍କ ପ୍ରଥମ ପୋଷ୍ଟ, କହିଲେ-ଝଡ ଚାଲିଯିବା ପରେ ସବୁ ସୁନ୍ଦର ହୋଇଥାଏ

ମୁମ୍ବାଇ ୨୧/୦୯: ଅଶ୍ଳୀଳ ଭିଡିଓ ମାମଲାରେ ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଜାମିନ ପାଇଛନ୍ତି। ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କୁ ୫୦,୦୦୦ ଟଙ୍କାର ଜାମିନ ପ୍ରଦାନ କରିଛନ୍ତି। ରାଜ କୁନ୍ଦ୍ରା ଗିରଫ ହେବା ପରେ ଶିଳ୍ପା ଶେଟ୍ଟୀଙ୍କ ସମସ୍ୟା ବଢିଯାଇଥିଲା। ପୋଲିସ ମଧ୍ୟ ତାଙ୍କୁ ପଚରାଉଚରା କରିଥିଲା। ଯଦିଓ ଶିଳ୍ପା ଏସବୁରୁ ମୁକ୍ତି ପାଇବାରେ ବ୍ୟସ୍ତ ଥିଲେ ଏବଂ କିଛି ଦିନର ବ୍ରେକ୍ ପରେ ସେ ପୁଣି କାମ କରିବାକୁ ଫେରିଥିଲେ। ବର୍ତ୍ତମାନ ଶିଳ୍ପା ରାଜ କୁନ୍ଦ୍ରାଙ୍କ ଜାମିନ ପାଇବାକୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି।

ଶିଳ୍ପା ଶେଟ୍ଟୀ ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ ପଜେଟିଭ୍ ପୋଷ୍ଟ ସେୟାର କରିଛନ୍ତି। ଶିଳ୍ପା ଇନ୍ଦ୍ରଧନୁର ଫଟୋ ସହିତ ଲେଖିଛନ୍ତି-‘ଇନ୍ଦ୍ରଧନୁର ଅସ୍ତିତ୍ୱ ପ୍ରମାଣ କରେ ଯେ ଏକ ଖରାପ ଝଡ଼ ପରେ ମଧ୍ୟ ସୁନ୍ଦର ଜିନିଷ ହୋଇପାରେ।’

ଶିଳ୍ପାଙ୍କ ପାଇଁ ଗତ କିଛି ସମୟ କୌଣସି ଝଡ଼ଠାରୁ କମ୍ ନଥିଲା। ସ୍ୱାମୀ ଜେଲ ଯିବା ପରେ ସେ ସୋସିଆଲ ମିଡିଆରୁ ଟିଭି ସୋ ପର୍ଯ୍ୟନ୍ତ ନିଜକୁ ଦୂରେଇ ରଖିଥିଲେ। କିନ୍ତୁ କିଛି ସମୟ ପରେ ସେ ଫେରିଥିଲେ। ସେ ବର୍ତ୍ତମାନ ଡ୍ୟାନ୍ସ ରିଆଲିଟି ସୋ ‘ସୁପର ଡାନ୍ସର୍ ଚ୍ୟାପ୍ଟର ୩’ରେ ଜଣେ ଜଜ୍ ଭାବରେ ନଜର ଆସିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ