ଖେଳ

ଆଇପିଏଲ ୨୦୨୧ : ଶକ୍ତିଶାଳୀ ବେଙ୍ଗାଲୁରୁକୁ ଭେଟିବ କୋଲକାତା ନାଇଟ୍‌ ରାଇଡର୍ସ

ଦୁବାଇ, ୨୦/୦୯: ଆଇପିଏଲ୍‌ର ୩୧ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍‌ ରାଇଡର୍ସ । ଏହି ମ୍ୟାଚ୍‌କୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇ ସାରିଥିବାରୁ କୋଲକାତା ନାଇଟ ରାଇଡର୍ସ ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଅନ୍ୟ ପଟରେ ପ୍ରଥମାର୍ଦ୍ଧର ପ୍ରଦର୍ଶନକୁ ଦୋହରାଇବା ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସ ଲକ୍ଷ୍ୟ ରଖିଛି ।

ଚଳିତ ବର୍ଷ ରୟାଲ୍‌ ଚ୍ୟାଲେଞ୍ଜର୍ସ ଚମତ୍କାର ଖେଳ ପ୍ରଦର୍ଶନ କରିଛି । କ୍ରମାନ୍ୱୟରେ ପ୍ରଥମ ୪ଟି ମ୍ୟାଚ୍‌ ଜିତିବା ପରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଦଳ ସିଜନର ସବୁଠୁ ଶକ୍ତିଶାଳୀ ଦଳ ରୂପେ ଗଣା ହୋଇଥିଲା । ଇତି ମଧ୍ୟରେ ୭ଟି ମ୍ୟାଚ୍‌ ଖେଳି ରୟାଲ୍‌ ଚ୍ୟାଲେଞ୍ଜର୍ସ ଦଳ ୫ ବିଜୟ ସହ ମୋଟ୍‌ ୧୦ ପଏଣ୍ଟ ହାସଲ କରିସାରିଛି। ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଓ କେଲି ଜାମିସନଙ୍କ ଉପସ୍ଥିତି ଦଳକୁ ସନ୍ତୁଳିତ ଓ ଶକ୍ତିଶାଳୀ କରିଛି ।

ପ୍ରଥମ ଭାଗର ପ୍ରଦର୍ଶନକୁ ଦ୍ୱିତୀୟ ଭାଗରେ ଦୋହରାଇବା କଷ୍ଟକର ହେବ ନାହିଁ । ଏବି ଡି ଭିଲର୍ସ ୨ ଦିନ ତଳେ ଏକ ଅଭ୍ୟାସ ମ୍ୟାଚ୍‌ରେ ଶତକ ଅର୍ଜନ କରି ଫର୍ମକୁ ଫେରିଛନ୍ତି । ଆଡାମ ଜାମ୍ପା, ଡାନିଏଲ ସାମ୍ସ, ଫିନ ଆଲେନ ଓ କେନ ରିଚାର୍ଡସନ୍‌ ଦ୍ୱିତୀୟ ଭାଗରୁ ଓହରି ଯିବା ଫଳରେ ଏମାନଙ୍କ ସ୍ଥାନରେ ୱାନିଣ୍ଡୁ ହାସାରାଙ୍ଗା, ଟିମ୍‌ ଡେଭିଡ, ଦୁଷ୍ମନ୍ତ ଚାମୀରା ଓ କେନ ରିଚାର୍ଡସନ୍‌ଙ୍କୁ ଡାକରା ମିଳିଛି । ନବାଗତ ୪ ଖେଳାଳି ଉନ୍ନତ ଫର୍ମରେ ରହିଛନ୍ତି । ତଥାପି ଦଳ ୱାସିଂଟନ ସୁନ୍ଦରଙ୍କ ଅନୁପସ୍ଥିତି ଅନୁଭବ କରିବ । କୋଲକାତା ନାଇଟ ରାଇଡର୍ସ ଦଳରେ ଷ୍ଟାର ପେସ୍‌ ବୋଲର ପ୍ୟାଟ୍‌ କମିନ୍ସ ନାହାନ୍ତି । ସେ ଦ୍ୱିତୀୟ ଭାଗରେ ଖେଳିବା ଅନିଛା ପ୍ରକାଶ କରିବାରୁ ତାଙ୍କ ସ୍ଥାନରେ ଟିମ୍‌ ସାଉଦିଙ୍କୁ ଚୁକ୍ତି କରାଯାଇଛି ।

ଅନ୍ୟ ସମସ୍ତ ଖେଳାଳି ପୂର୍ବବତ ଦଳରେ ରହିଛନ୍ତି । ଆଜିର ମ୍ୟାଚ୍‌ ନାଇଟ ରାଇଡର୍ସ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ୭ଟି ମ୍ୟାଚ୍‌ରୁ ମୋଟ୍‌ ୪ ପଏଣ୍ଟ ହାସଲ କରିଥିବା ନାଇଟ୍‌ ରାଇଡର୍ସକୁ ପ୍ଲେ ଅଫ୍‌ ପାଇଁ ଏବେଠୁ ପ୍ରୟାସ କରିବାକୁ ପଡ଼ିବ । ଅବଶ୍ୟ ଦଳର ସମସ୍ତ ଖେଳାଳି ଫିଟ୍‌ ରହିଛନ୍ତି । ମ୍ୟାଚ୍‌ ଅଭ୍ୟାସର ସୁଯୋଗ ନଥିବାରୁ ଖେଳାଳିଙ୍କ ଫର୍ମକୁ ନେଇ ଏବେଠୁ ପୂର୍ବାନୁମାନ କରିବା କଷ୍ଟକର । ତଥାପି ଦୁଇ ଭାରତୀୟ ଶୁଭମନ ଗିଲ୍‌ ଓ ନିତିଶ ରାଣାଙ୍କ ଉପରେ ଦଳର ବ୍ୟାଟିଂ ବିଭାଗ ନିର୍ଭର କରିବ । ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ହାସାରାଙ୍ଗା ପଦାର୍ପଣ କରିବା ଏକ ପ୍ରକାର ନିଶ୍ଚିତ । ଡି ଭିଲର୍ସ, ମ୍ୟାକ୍ସୱେଲ୍‌ ଓ ଜାମିସନ ଅନ୍ୟ ୩ ବିଦେଶୀ ଖେଳାଳି ଭାବେ ଏକାଦଶରେ ସ୍ଥାନ ପାଇବେ । ନାଇଟ ରାଇଡର୍ସ ପକ୍ଷରୁ କମିନ୍ସଙ୍କ ସ୍ଥାନରେ ଲୋକି ଫର୍ଗୁସନ ଖେଳିବା ଆଶା କରାଯାଉଛି।

ସେହିପରି ଇୟନ ମୋର୍ଗାନ, ସୁନିଲ ନାରାଏନ ଓ ଆନ୍ଦ୍ରେ ରସେଲ ଅନ୍ୟ ୩ ବିଦେଶୀ ଖେଳାଳି ଭାବେ ଗ୍ରାଉଣ୍ଡକୁ ଓହ୍ଲାଇବେ ।କୋହଲି ଆସନ୍ତା କାଲି ୨୦୦ତମ ଆଇପିଏଲ୍‌ ମ୍ୟାଚ୍‌ ଖେଳିବେ । ପୂର୍ବରୁ ମହେନ୍ଦ୍ର ସିଂ ଧୋନି, ଦିନେଶ କାର୍ତ୍ତିକ, ରୋହିତ ଶର୍ମା ଓ ସୁରେଶ ରାଇନା ୨୦୦ ମ୍ୟାଚ୍‌ କ୍ଲବ୍‌ରେ ପହଞ୍ଚି ସାରିଛନ୍ତି । ସେ ୭୧ ରନ୍‌ କଲେ ପଞ୍ଚମ ବ୍ୟାଟ୍ସମ୍ୟାନ ଭାବେ ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ୧୦,୦୦୦ ରନ୍‌ ପୂରଣ କରିବେ । ପୂର୍ବରୁ କ୍ରିସ୍‌ ଗେଲ, କିରେନ ପୋଲାର୍ଡ, ସୋହେବ ମାଲିକ ଓ ଡେଭିଡ ୱାର୍ଣ୍ଣର ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ୧୦,୦୦୦ ରନ୍‌ ପୂରଣ କରିସାରିଛନ୍ତି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ