ଖେଳ ଦେଶ ବିଦେଶ

ଦୁବାଇରେ ପୂଜାରା ଓ ବିହାରୀଙ୍କ ଟେଷ୍ଟ୍‌ ପ୍ରସ୍ତୁତି

ଦୁବାଇ : ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଅଧିକାଂଶ ଭାରତୀୟ ଖେଳାଳି ଆଇପିଏଲ୍‌ରେ ବ୍ୟସ୍ତ ଥିଲା ବେଳେ ଟେଷ୍ଟ୍‌ ବିଶେଷଜ୍ଞ ଚେତେଶ୍ବର ପୂଜାରା ଏବଂ ହନୁମା ବିହାରି ଆଇପିଏଲ୍‌ ଖେଳୁନାହାନ୍ତି। ତେବେ ଆଇପିଏଲ୍‌ ଶେଷରେ ସେଠାରୁ ଭାରତୀୟ ଦଳ ସିଧାସଳଖ ଅଷ୍ଟ୍ରେଲିଆ ଗସ୍ତ କରିବାକୁ ଥିବାରୁ ପୂଜାରା ଓ ବିହାରୀ ଦୁବାଇରେ ଦଳ ସହ ଯୋଗ ଦେଇଛନ୍ତି। ଆଇପିଏଲ୍‌ ଖେଳୁନଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ପାଇଁ ଦଳରେ ସାମିଲ ହୋଇଥିବା ଏହି ଦୁଇ ଜଣ ସେମାନଙ୍କ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶୁକ୍ରବାର ସଂଧ୍ୟାରୁ ସ୍ଥାନୀୟ ଆଇସିସି ଏକାଡେମିରେ ଉଭୟେ ଗୋଲାପି ବଲ୍‌ ଟେଷ୍ଟ୍‌ ପାଇଁ ଜୋର୍‌ଦାର ପ୍ରସ୍ତୁତି ଚଳାଇଛନ୍ତି। ଦୁହେଁ ମଧ୍ୟ ଗତ ଦୁଇ ସପ୍ତାହ ଧରି ଏକାଡେମିରେ ପ୍ରଶିକ୍ଷଣ ନେଉଛନ୍ତି। ବିଶେଷକରି ଶୁକ୍ରବାର ସଂଧ୍ୟାରୁ ପ୍ଲଡ୍‌ ଲାଇଟ୍‌ ତଳେ ପ୍ରସ୍ତୁତିକୁ ଆଗେଇ ନେଉଛନ୍ତି। ଡିସେମ୍ବର ୧୭ ତାରିଖରେ ଭାରତୀୟ ଦଳ ଆଡିଲେଡ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିବାରାତ୍ର ଟେଷ୍ଟ୍‌ ଖେଳିବ। ଏହାପରେ ଡିସେମ୍ବର ୨୬ରୁ ୩୦ ମେଲ୍‌ବର୍ନରେ ବକ୍ସିଂ ଡେ ଟେଷ୍ଟ୍‌, ସିଡ୍‌ନିରେ ଜାନୁଆରି ୭ରୁ ୧୧ ତୃତୀୟ ଏବଂ ଗାବାରେ ଜାନୁଆରି ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଚତୁର୍ଥ ତଥା ଶେଷ ଟେଷ୍ଟ୍‌ ଖେଳାଯିବ।

ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ପାଇଁ ଭଲ ପ୍ରସ୍ତୁତି ଦଳ ପାଇଁ ଆବଶ୍ୟକତା ରହିଛି। ଏହାକୁ ହୃଦୟଙ୍ଗମ କରି ଆମେ ମଧ୍ୟ ସମୟର ଦୂରୁପଯୋଗ ନକରି ଦୁବାଇରେ ପ୍ରସ୍ତୁତି ଚଳାଇଛୁ। ଆଜିଠାରୁ ଆମେ ଆଲୋକ ତଳେ ଏବଂ ଗୋଲାପି ବଲ୍‌ରେ ଅଭ୍ୟାସ କରୁଛୁ। ଶୁକ୍ରବାର ବିଶେଷକରି ତିନିଟି ସେସନ୍‌ରେ ପ୍ରସ୍ତୁତି କରିବୁ ବୋଲି ପୂଜାରା କହିଛନ୍ତି। ଯଦିଓ କରୋନା ମହାମାରୀ ଯୋଗୁଁ ଆମ ସହ ଥ୍ରୋ ବିଶେଷଜ୍ଞ ରଘୁ ୟୁଏଇ ଯାତ୍ରାରୁ ଓହରି ଯାଇଥିଲେ ତଥାପି ଦଳରେ ଅନ୍ୟ ଜଣେ ଥ୍ରୋ ବିଶେଷଜ୍ଞ ଭାବେ ଶ୍ରୀଲଙ୍କାର ନୁୱାନ ସେନେଭିରତ୍ନେ ରହିଛନ୍ତି। ତାଙ୍କ ବାମହାତୀ ଥ୍ରୋ ଆମ ପାଇଁ ସହାୟକ ହେବ ବୋଲି କୁହାଯାଇଛି।

ଏଠାରେ ସୂଚନାଯୋଗ୍ୟ, ଆସନ୍ତା ୧୨ ତାରିଖରେ ଭାରତୀୟ ଦଳ ଦୁବାଇରୁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବ। ଭାରତୀୟ ଦଳ ସିଡ୍‌ନିରେ ଓହ୍ଲାଇ ସଂଗରୋଧରେ ରହିବ। ସେହି ସମୟରେ ଦଳ ମଧ୍ୟ ଦିନିକିଆ ଶୃଙ୍ଖଳା ପାଇଁ ପ୍ରସ୍ତୁତି କରିବ। ଦିନିକିଆ ଶୃଙ୍ଖଳା ନଭେମ୍ବର ୨୭ରୁ ଆରମ୍ଭ ହେବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ