ମେଷ–ବୃହସ୍ପତି ଯୁକ୍ତଶନି ଓ ମଙ୍ଗଳ ଯୋଗୁ ଜୀବନ ଯାତ୍ରାରେ ସଂଯମତା ରକ୍ଷା ନ କଲେ ବିବାଦ ଗ୍ରସ୍ଥ ହୋଇ ପଡିବେ । କର୍ମକ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଲି ବାହାର କରିବାରେ ସମର୍ଥ ହେବେ । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।
• ଚାଷୀ-କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।
• ରୋଗୀ-ସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ-ବିଦ୍ୟାରେ ମନ ଦେବେ ।
• କର୍ମଜୀବି-ଅର୍ଥ ମିଳିବ ।
• ବ୍ୟବସାୟୀ-ଅର୍ଥ ହାନୀ ହେବ ।
• ଗୃହିଣୀ-ସୁଖଭାରା ଦିନଟି ।
ବୃଷ–ଦ୍ୱାଦଶସ୍ଥ ଗ୍ରହ ଜନିତ କର୍ମଜାଳ କିମ୍ବା ନିଃସଙ୍ଗତା ମାନସିକ ଚାପଗ୍ରସ୍ଥ କରାଇପାରେ । ତଥାପି ସାଂଗଠନିକ କାମ, ପରିବହନ, ରାଜନୀତି, ଆଇନ ଓ ଆନୁଷ୍ଠାନିକ କାମରେ ଶୁଭ ଫଳ ମିଳିବ । ଶୁଭରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।
• ଗୃହିଣୀ- ଧର୍ଯ୍ୟବାନ୍ ହେବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• କର୍ମଜୀବି- ଜଳଯାତ୍ରା ମନା ।
• ଛାତ୍ରଛାତ୍ରୀ-ଉଚ୍ଚ ଶିକ୍ଷା ଆବଶ୍ୟକ ।
• ରୋଗୀ-ବ୍ୟାୟାମ୍ କରିବା ଉଚିତ୍ ।
• ଚାଷୀ- ଶ୍ରମସାର୍ଥକ ହେବ ।
ମିଥୁନ – କର୍ମାଧିପ ସହ ଶନିଙ୍କ ସଂଯୋଗରୁ ପୁରୁଣା କାମ ଗୁଡିକର ସମୀକ୍ଷା କରିବେ କିନ୍ତୁ ବିବାଦୀୟ ପରିସ୍ଥିତି ସୃଷ୍ଟିର ସମ୍ଭାବନା ରହିଛି । ଅସୁସ୍ଥତା କାରଣରୁ କେତେକ କାମରେ ଅବହେଳା କରିପାରନ୍ତି । ଶୁଭରଙ୍ଗ କଫି । ଶୁଭ ଅଙ୍କ ୯ ।
• ଚାଷୀ-ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
• ରୋଗୀ-ଆଜିକିଛି ଦିନ ସତର୍କ ରୁହନ୍ତୁ ।
• ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।
• କର୍ମଜୀବି-ସମ୍ମାନିତ ହେବେ ।
• ବ୍ୟବସାୟୀ-ଅର୍ଥ ହାନୀ ହେବ ।
• ଗୃହିଣୀ-ସୁଖଭାରା ଦିନଟି ।
କର୍କଟ–ସ୍ୱାସ୍ଥ୍ୟ ପ୍ରତି ସଚେତନ ରହି କାମ କରନ୍ତୁ , ନଚେତ୍ ଶନିଙ୍କ ସହ ମଙ୍ଗଳ ହେତୁ ଥଣ୍ଡାଜ୍ୱର ହୋଇପାରେ । କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭବ ଉପୁଜିବାର ଆଶଙ୍କା ରହିଛି । ଶୁଭରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।
• ଗୃହିଣୀ-ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।
• ବ୍ୟବସାୟୀ- ସଦ୍ବ୍ୟବ ହାରକରନ୍ତୁ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ଛାତ୍ରଛାତ୍ରୀ-ବିଜ୍ଞ ହେବେ ।
• ରୋଗୀ-ରୋଗରୁ ମୁକ୍ତ ହୋଇପାରନ୍ତି ।
• ଚାଷୀ-ଜଳ ସଞ୍ଚୟ କରନ୍ତୁ ।
ସିଂହ –ବ୍ୟୟାଧିପ ରାଶିରେ ଥିବାରୁ, ଯେତିକି ପାଇବାର ଥିବା ତାହା ଠାରୁ ଅଧିକ ଦୁଇଗୁଣା ଖର୍ଚ୍ଚ କରିବାକୁ ପଡିପାରେ । ପରିବାର ସଦସ୍ୟଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ । ଶୁଭରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।
• ଚାଷୀ-ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
• ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
• ଛାତ୍ରଛାତ୍ରୀ-ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ-ଅର୍ଥ ଲାଭ ହେବ ।
• ଗୃହିଣୀ-ସୁଖଭାରା ଦିନଟି ।
କନ୍ୟା–ଆଜି ସ୍ଥଗିତ କର୍ମସ ମ୍ପାଦନ ଓ ଅର୍ଥ ଲାଭର ଯୋଜନା କରିବା କାମରେ ନିଜକୁ ନିୟୋଜିତ କରିପାରନ୍ତି । ଅନ୍ୟମନସ୍କତା କାରଣରୁ କେତେକ ଭୁଲ କାମ କରି ଉଚ୍ଚ ପଦାଧିକାରୀଙ୍କ ଚକ୍ଷୁଶୂଳ ହେବାକୁ ପଡିପାରେ । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
• ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• କର୍ମଜୀବି- କରତ୍କର୍ମା ହେବେ ।
• ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
• ରୋଗୀ-ଆଜିକିଛି ଦିନ ସତର୍କ ରୁହନ୍ତୁ ।
• ଚାଷୀ-ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ତୁଳା–ବିଭିନ୍ନ ଯୋଜନାର ଯେଉଁ କାମ ହାତକୁ ନେବେ ଶନି ଓ ଚନ୍ଦ୍ରଷଡାଷ୍ଟକ ସ୍ଥିତିରେ ଥିବାରୁ ସମସ୍ୟା ମଧ୍ୟରେ ବୁଡି ରହି ଆପଣଙ୍କ ଦୈନ୍ୟଯୁକ୍ତ କଥା ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବ । ଶୁଭରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।
• ଚାଷୀ-ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
• ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
• ଛାତ୍ରଛାତ୍ରୀ-ଉଚ୍ଚ ଶିକ୍ଷା ଆବଶ୍ୟକ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ-ଅର୍ଥ ଲାଭ ହେବ ।
• ଗୃହିଣୀ-ସୁଖ ଅନୁଭବ କରିବେ ।
ବିଛା–କର୍ମ ଭାବସ୍ଥ ଭାଗ୍ୟାଧିପତି କାରଣରୁ ପରିସ୍ଥିତିର ପଡି ଅଥବାଭିନ୍ନ ଏକ ପରିସ୍ଥିିତିରେ ଦୂରେଇ ଯାଇଥିବା ବନ୍ଧୁଟି ପାଖେଇ ଆସିବ । ବନ୍ଧୁଙ୍କ ପାରିବାରିକ ବିଷୟ ଚିନ୍ତା କରି ଭାବ ପ୍ରବଣତାରେ ବ୍ୟସ୍ତତା ଅନୁଭବ କରିପାରନ୍ତି ।ଶୁଭରଙ୍ଗପିଚ୍ ।ଶୁଭ ଅଙ୍କ୭ ।
• ବ୍ୟବସାୟୀ- ସ୍ୱାଭିମାନୀହେବେ ।
• କର୍ମଜୀବି-ପ୍ରମୋସନ୍ମିଳିବ ।
• ଛାତ୍ରଛାତ୍ରୀ-ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଚାଷୀ-ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ଧନୁ –ବୁଧଙ୍କ ଦୃଷ୍ଟିରେ ଚନ୍ଦ୍ର ଥିବାରୁ ବନ୍ଧୁଙ୍କ ମାଧ୍ୟମରେ ଆଶା କରୁଥିବା ଜିନିଷ ପାଇବେ । କାର୍ଯ୍ୟକ୍ଷେତ୍ରରେ କିଛିଟା ଗୋଳ ମାଳିଆ ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୧ ।
• ଚାଷୀ-ଉତ୍ତମବିହନ, କୃଷି ବିଭାଗରୁ ଆଣନ୍ତୁ ।
• ରୋଗୀ-ଆଜିକିଛି ଦିନ ସତର୍କରୁହନ୍ତୁ ।
• ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।
• କର୍ମଜୀବି-ସମ୍ମାନିତ ହେବେ ।
• ବ୍ୟବସାୟୀ-ଅର୍ଥ ହାନୀହେବ ।
• ଗୃହିଣୀ-ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ମକର–ରବି ଓ ରାହୁଙ୍କ ମଧ୍ୟବର୍ତ୍ତୀ ଶୁକ୍ର ପ୍ରଭାବରେ ବନ୍ଧୁ ଦର୍ଶନ ପାଇଁ ମନ ଛଟପଟ ହୋଇପାରେ । ପାରିବାରିକ ଜୀବନରେ ଜିଦ୍ଖୋର ପ୍ରବୃତ୍ତିରୁ ମତାନ୍ତର ସୃଷ୍ଟି ହେବାର ସଂମ୍ଭ।ବନା ରହିଛି । ଶୁଭରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।
• ଛାତ୍ରଛାତ୍ରୀ-ବିଜ୍ଞ ହେବେ ।
• ରୋଗୀ-ବ୍ୟାୟାମ୍ କରିବା ଉଚିତ୍ ।
• ଚାଷୀ-ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତି ହେବ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
କୁମ୍ଭ -ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ । ଶନିକ୍ଷେତ୍ରସ୍ଥ ବୁଧ ଯୋଗୁ ଦୀର୍ଘ ଦିନରୁ ପରିକଳ୍ପନା କରିଥିବା ନୂତନ ଯୋଜନା ପରିସ୍ଥିତି ବଶତଃ ବନ୍ଦ ହୋଇଯିବ । ଶୁଭରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।
• ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• କର୍ମଜୀବି-ପ୍ରମୋସନ୍ ମିଳିବ ।
• ଛାତ୍ରଛାତ୍ରୀ-ଯୋଗ, ସ୍ମରଣଶକ୍ତି ବଢାଇଥାଏ ।
• ରୋଗୀ-ଡାକ୍ତରୀ ପରୀକ୍ଷାକରାଇ ନିଅନ୍ତୁ ।
• ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
ମୀନ – ଅଷ୍ଟମାଧିପ ଦୃଷ୍ଟିରେରବି ଥିବାରୁ ପଡୋଶୀ କିମ୍ବା ପଦସ୍ଥ ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ । ପାରିବାରିକ ସମସ୍ୟା କ୍ରମଶଃ ବଳି ଯାଉଥିବାରୁ ମାନସିକ ସ୍ଥିତି ଭଲ ରହି ନ ପାରେ । ଶୁଭରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ ।
• ଚାଷୀ-ଜଳବାୟୁ ବିଭାଗ ସହ ଯୋଗାଯୋଗ ରଖନ୍ତୁ ।
• ରୋଗୀ-ଅସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।
• କର୍ମଜୀବି-ସମ୍ମାନିତ ହେବେ ।
• ବ୍ୟବସାୟୀ-ଅର୍ଥ ଲାଭହେବ ।
• ଗୃହିଣୀ-ପିଲାମାନଙ୍କ ପ୍ରତିଚିନ୍ତାରେ ରହିବେ